www.samajalive.in
Saturday, December 6, 2025
23.1 C
Bhubaneswar

ଗାଁରେ ବୁଲୁଛି ବାଘ ; ଲୋକେ ଭୟଭୀତ

ସୁନ୍ଦରଗଡ଼ : ସାଧାରଣତଃ ବାଘର ନାଁ ଶୁଣିଲେ ସଭିଏଁ ଭୟଭୀତ ହୋଇଯାଆନ୍ତି। ଗାଁ ରାସ୍ତାରେ ବାଘ ବୁଲିବା ଶୁଣିଲେ ଭୟଭୀତ ହେବା ମଧ୍ୟ ସାଧାରଣ କଥା। ତେବେ ଏଭଳି ଘଟଣା ଘଟିଛି ସୁନ୍ଦରଗଡ଼ ବଡ଼ଗାଁ ଫରେଷ୍ଟ ରେଞ୍ଜର ହେଲେବାହାଲ ଗାଁରେ। ଗାଁରେ କଲରାପତରିଆ ବାଘର ଆତଙ୍କ ଦେଖାଦେଇଛି। ଆଜି ଜଣଙ୍କ ବାଡି ପଛପଟେ ବାଘ ପଶୁଥିବା ବେଳେ ସ୍ଥାନୀୟ ଲୋକେ ଦେଖି ଜୋରରେ ଚିତ୍କାର କରିବା ଆରମ୍ଭ କରିଥିଲେ। ପାଟି କରିବା ପରେ ଗାଁ ଲୋକ ବାଘକୁ ଘଉଡାଇବାରୁ ବାଘ ବିଲ ଅ।ଡକୁ ପଳାଇଥିଲା। ବାଘଟି ଦୌଡ଼ି ନିକଟ ଜଙ୍ଗଲରେ ବର୍ତ୍ତମାନ ଲୁଚିଛି । ଘଟଣାସ୍ଥଳରେ ଗାଁ ଲୋକଙ୍କ ଭିଡ ଲାଗି ରହିଥିବା ବେଳେ ବନ ବିଭାଗ କର୍ମଚାରୀ ପହଞ୍ଚି ବାଘର ଗତିବିଧି ଉପରେ ନଜର ରଖିଛନ୍ତି। ମାତ୍ର ସ୍ଥାନୀୟ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି।

Hot this week

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

Related Articles

Popular Categories