www.samajalive.in
Saturday, December 6, 2025
26.1 C
Bhubaneswar

ରାଶି ଅନୁଯାୟୀ ଏହି ଜିନିଷ ପର୍ସରେ ରଖନ୍ତୁ.. ଅଭାବ ହେବନି ଟଙ୍କା

ପର୍ସ ସହ ଜଡିତ ଅନେକ ନିୟମ ରହିଛି। ପର୍ସରେ ଟଙ୍କା ସହ ଅନେକ ଆବଶ୍ୟକୀୟ ଜିନିଷ ମଧ୍ୟ ରଖାଯାଏ। ବିଶେଷ କରି ଏଭଳି କେତେକ ଜିନିଷ ରହିଛି ,ଯାହାକୁ ପର୍ସରେ ରଖିବା ଦ୍ୱାରା ଅନେକ ଶୁଭଫଳ ମିଳିଥାଏ। ସେହିପରି ରାଶି ଅନୁଯାୟୀ, ପର୍ସରେ କିଛି ଜିନିଷ ରଖିବା ପାଇଁ ବାରଣ ମଧ୍ୟ କରାଯାଏ।
ତେବେ ରାଶି ଅନୁଯାୟୀ ଜାଣନ୍ତୁ ପର୍ସରେ କେଉଁ ଜିନିଷ ରଖିବା ଦ୍ୱାରା ଆଉ ଟଙ୍କାର ଅଭାବ ହେବ ନାହିଁ। ଏହାସହ ଅଯଥାରେ ଟଙ୍କା ମଧ୍ୟ ଖର୍ଚ୍ଚ ହେବ ନାହିଁ।
ମେଷ – ଏହି ରାଶିର ବ୍ୟକ୍ତି ବିଶେଷ ଲାଲ କିମ୍ବା ଲାଲ ଭଳି ଦେଖାଯାଉଥିବା ରଙ୍ଗର ପର୍ସ ବ୍ୟବହାର କରିବା ସହ ଅଳ୍ପ କିଛି ଦୁବ ନିଶ୍ଚୟ ରଖନ୍ତୁ।
ବୃଷ – ଏହି ରାଶିର ବ୍ୟକ୍ତି ବିଶେଷ ଧଳା କିମ୍ବା କ୍ରିମ୍‌‌ ରଙ୍ଗର ପର୍ସ ରଖିବା ଶୁଭଙ୍କର। ପର୍ସରେ ଗୋଟା ଚାଉଳ କିଛି ରଖନ୍ତୁ।
ମିଥୁନ – ଏହି ରାଶିର ବ୍ୟକ୍ତି ବିଶେଷ ସବୁଜ କିମ୍ବା ସବୁଜ ଭଳି ଦେଖାଯାଉଥିବା ଅନ୍ୟ ରଙ୍ଗର ପର୍ସ ବ୍ୟବହାର କରିପାରିବେ। ପର୍ସରେ ଚନ୍ଦନ ଖଣ୍ଡ ନିଶ୍ଚୟ ରଖନ୍ତୁ।
କର୍କଟ – ଏହି ରାଶିର ବ୍ୟକ୍ତି ବିଶେଷ ଧଳା କିମ୍ବା କ୍ରିମ ରଙ୍ଗର ପର୍ସ ରଖିପାରିବେ। ଏହା ଆପଣଙ୍କ ପାଇଁ ଶୁଭଙ୍କର। ପର୍ସରେ ହଳଦି ଖଣ୍ଡ ନିଶ୍ଚୟ ରଖନ୍ତୁ।
ସିଂହ- ଏହି ରାଶିର ବ୍ୟକ୍ତି ବିଶେଷ ଲାଲ କିମ୍ବା ମାଟିଆ ରଙ୍ଗର ପର୍ସ ରଖିବା ଶୁଭଙ୍କର। ପର୍ସରେ ଶନିଙ୍କ ମୁଦି ନିଶ୍ଚୟ ରଖନ୍ତୁ।
କନ୍ୟା – ଏହି ରାଶିର ବ୍ୟକ୍ତି ବିଶେଷ ସବୁଜ କିମ୍ବା ଏହି ରଙ୍ଗ ଭଳି ଦେଖାଯାଉଥିବା ରଙ୍ଗର ପର୍ସ ରଖନ୍ତୁ। ପର୍ସରେ ନୀଳ ରଙ୍ଗର ରୁମାଲ ରଖନ୍ତୁ।
ତୁଳା – ଏହି ରାଶିର ବ୍ୟକ୍ତି ବିଶେଷ ଧଳା କିମ୍ବା କ୍ରିମ ରଙ୍ଗର ପର୍ସ ରଖନ୍ତୁ। ପର୍ସରେ ହଳଦିଆ ରଙ୍ଗର ଶୁଭ ଜିନିଷ ମଧ୍ୟ ରଖିପାରିବେ। ଯେପରି ସୁନା ହେଉ କିମ୍ବା ପିତ୍ତଳର ଜିନିଷ।
ବିଛା – ଏହି ରାଶିର ବ୍ୟକ୍ତି ବିଶେଷ ହାଲକା ଲାଲ,ମାଟିଆ ରଙ୍ଗର ପର୍ସ ରଖନ୍ତୁ। ପର୍ସରେ ତମ୍ବାର ବସ୍ତୁ ରଖିପାରିବେ।
ଧନୁ – ଏହି ରାଶିର ବ୍ୟକ୍ତି ବିଶେଷ ହଳଦିଆ ରଙ୍ଗର ପର୍ସ ନିଶ୍ଚୟ ରଖନ୍ତୁ। ପର୍ସରେ ଚାନ୍ଦିର ଯେକୌଣସି ଜିନିଷ ରଖନ୍ତୁ।
ମକର – ଏହି ରାଶିର ବ୍ୟକ୍ତି ବିଶେଷ କଳା କିମ୍ବା ପାଉଁଶିଆ ରଙ୍ଗର ପର୍ସ ରଖନ୍ତୁ। ଆପଣ ବାସ୍ନାଯୁକ୍ତ ଜିନିଷ ରଖନ୍ତୁ।
କୁମ୍ଭ – ଏହି ରାଶିର ବ୍ୟକ୍ତି ବିଶେଷ କଳାରଙ୍ଗର ପର୍ସ ରଖନ୍ତୁ। ପର୍ସରେ ହଳଦିଆ ରଙ୍ଗର ଶୁଭ ଜିନିଷ ରଖନ୍ତୁ।
ମୀନ – ଏହି ରାଶିର ବ୍ୟକ୍ତି ବିଶେଷ ହଳଦିଆ କିମ୍ବା କ୍ରିମ ରଙ୍ଗର ପର୍ସ ରଖନ୍ତୁ। ପର୍ସରେ ଚନ୍ଦନ ରଖନ୍ତୁ।

 

Hot this week

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

Related Articles

Popular Categories