www.samajalive.in
Sunday, December 14, 2025
17.1 C
Bhubaneswar

ରାଜ୍ୟ ମାନବ ଅଧିକାର ଆୟୋଗର ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶନାମା; ଜିଲାପାଳ, ଏମସିଏଲ ସିଏମଡି ଓ ରେଲୱେକୁ ପକ୍ଷ ରଖିବାକୁ ନିର୍ଦ୍ଦେଶ

ସୁନ୍ଦରଗଡ଼: ଏମ.ସି.ଏଲ ଡୁଡୁକା-ଲଇକେରା ରେଲୱେ ସାଇଡିଂ ମାନବ ଅଧିକାର ଉଲଂଘନ କରିବା ସହ ପରିବେଶ ଆଇନର ଖୋଲା ଉଲଂଘନ କରୁଛି ବୋଲି ରାଜ୍ୟ ମାନବ ଅଧିକାର ଆୟୋଗଙ୍କ ନିକଟରେ ଅଭିଯୋଗ ହୋଇଥିଲା। ସୂଚନା ଯୋଗ୍ୟ, ରାଜ୍ୟ ମାନବ ଅଧିକାର ଆୟୋଗ ଅଧ୍ୟକ୍ଷ ଜଷ୍ଟିସ ବିଜୟ କୃଷ୍ଣ ପଟେଲ ଗତ ମାସରେ ସୁନ୍ଦରଗଡ଼କୁ ସରକାରୀ ଗସ୍ତରେ ଆସିଥିବା ବେଳେ ଲଇକେରା ସାଇଡିଂ ପାଇଁ ସ୍ଥାନୀୟ ଗ୍ରାମବାସୀ କିପରି ହନ୍ତସନ୍ତ ହେଉଛନ୍ତି ଓ ପ୍ରଦୂଷଣ ଯୋଗୁଁ ଅଣନିଶ୍ୱାସୀ ହୋଇପଡ଼ିଛନ୍ତି ସେ ସଂପର୍କରେ ରାଜ୍ୟ ବିଜୁ ଜନତା ଦଳର ସାଧାରଣ ସଂପାଦକ ତଥା ପୂର୍ବତନ ବିଧାୟକ ଯୋଗେଶ ସିଂଙ୍କ ନେତୃତ୍ୱରେ ଲଇକେରା ଗ୍ରାମବାସୀ ଏକ ଦାବିପତ୍ର ଅଧ୍ୟକ୍ଷ ପଟେଲଙ୍କୁ ପ୍ରଦାନ କରି ଏହାର ନିରାକରଣ ପାଇଁ ଅନୁରୋଧ କରିଥିଲେ। ଗ୍ରାମବାସୀଙ୍କ ଏହି ଅଭିଯୋଗକୁ ଆୟୋଗ ଗୁରୁତ୍ୱତାର ସହ ନେଇ ଗତ ୩୧ ତାରିଖ ଦିନ ଏହା ଉପରେ ଶୁଣାଣି କରି ଗ୍ରାମବାସୀ କରିଥିବା ଅଭିଯୋଗ ଓ ପୂର୍ବରୁ ଜିଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ରିପୋର୍ଟକୁ ତର୍ଜମା କରି ଅଧ୍ୟକ୍ଷ ପଟେଲ ସୁନ୍ଦରଗଡ଼ ଜିଲାପାଳ, ଏମସିଏଲର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଓ ଦକ୍ଷିଣ-ପୂର୍ବ ରେଲବାୟୀର ଜେନେରାଲ ମ୍ୟାନେଜରଙ୍କୁ ୮ସପ୍ତାହ ମଧ୍ୟରେ ପକ୍ଷ ରଖିବାକୁ ନିର୍ଦ୍ଦେଶ ଦେବା ସହ ଅନ୍ୟାଦେଶ ପର୍ଯ୍ୟନ୍ତ ଏହି ରାସ୍ତାରେ କୋଇଲା ପରିବହନ(ଖାଲି ଓ ବୋଝେଇ ଟ୍ରକ)କୁ ବନ୍ଦ ରଖିବା ପାଇଁ ସୁନ୍ଦରଗଡ଼ ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି।

Hot this week

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

Related Articles

Popular Categories