www.samajalive.in
Sunday, December 7, 2025
18.1 C
Bhubaneswar

କ୍ରସର ମାଲିକ ଅପହରଣ ପ୍ରସଙ୍ଗ : ପ୍ଲାନିଂ ଓ ଅପରେସନର ଦୁଇ ଗ୍ୟାଙ୍ଗକୁ ଚିହ୍ନଟ କରିଛି ପୁଲିସ!

ସୁନ୍ଦରଗଡ଼ : ବୀରମିତ୍ରପୁର ଥାନା ଅନ୍ତର୍ଗତ ବିଜାବାହାଲରୁ କ୍ରସର ମାଲିକ ପ୍ରଦୀପ କୁଣ୍ଡୁଙ୍କୁ ଗତ ନଭେମ୍ବର ୮ ତାରିଖ ଦିନ ନାଟକୀୟ ଢଙ୍ଗରେ ଅପହରଣ କରିନେବା ଘଟଣା ଜିଲା କାହିଁକି ସମଗ୍ର ରାଜ୍ୟରେ ଆଲୋଡନ ସୃଷ୍ଟି କରିଥିଲା। ପୁଲିସ ୬ଟି ସ୍ୱତନ୍ତ୍ର ଟିମ ଗଠନ କରି ରାଜ୍ୟ ବାହାରେ ଚଢ଼ଉ ଜାରି ରଖିଥିବା ବେଳେ ଏପରିକି ଅପହୃତ କ୍ରସର ମାଲିକଙ୍କୁ ଅଟକ ରଖାଯାଇଥିବା ଆଖପାଖ ସ୍ଥାନରେ ପୁଲିସ ପହଞ୍ଚିଯାଇଥିଲେ ହିଁ ରହସ୍ୟଜନକ ଭାବେ କ୍ରସର ମାଲିକ କୁଣ୍ଡୁ ଘରକୁ ଫେରିଆସିଥିଲେ ମଧ୍ୟ ପୁଲିସକୁ ସମସ୍ତ ଘଟଣା କୁଆଡ଼େ କହିବା ପାଇଁ ସୁରକ୍ଷିତ ମନେ କରିନଥିଲେ ବୋଲି କୁହାଯାଉଛି। ତଦନ୍ତରୁ ଅନେକ କଥା ସାମ୍ନାକୁ ଆସିଥିବା ବେଳେ କୁଣ୍ଡୁ ଦେଇଥିବା ବୟାନ ମୃତ ତାରିକ ସହ ମେଳ ଖାଉଥିବାରୁ ଅପହରଣ ଘଟଣାର ପର୍ଦ୍ଦାଫାଶ କରିବାରେ ପୁଲିସ ଏକ ପ୍ରକାର ପ୍ରସ୍ତୁତି ଚଳାଇଥିବା ବେଳେ ତାରିକଙ୍କ ରହସ୍ୟଜନକ ଭାବେ ମୃତ୍ୟୁ ହୋଇଯାଇଥିଲା।

ପୁଲିସ ହେପାଜତରେ ତାରିକର ମୃତ୍ୟୁକୁ ନେଇ ସମଗ୍ର ଅଞ୍ଚଳରେ ନାହିଁ ନଥିବା ଉତ୍ତେଜନା ହେବା ସହ ବିଧାନସଭା ଓ ମାନବ ଅଧିକାର କମିଶନ ଆଗରେ ଏ ଘଟଣା ପହଞ୍ଚିଯାଇଥିଲା। ଗତକାଲି ରାଜ୍ୟ ପୁଲିସ ମୁଖିଆ ବୀରମିତ୍ରପୁର ମହିଳା ଥାନା ଅଧିକାରୀଙ୍କୁ କାର୍ଯ୍ୟରୁ ନିଳମ୍ବନ କରିବା ଆଦେଶ ପୁଲିସ ପାଇଁ ଏକ ଝଟକା ହୋଇଥିବା ବେଳେ ମୃତ ତାରିକର ମୃତ୍ୟୁକୁ ନେଇ ତଦନ୍ତ ଆରମ୍ଭ ହୋଇଯାଇଛି। ଆଜି ସୁନ୍ଦରଗଡ଼ ଜିଲା ଓ ଦୌରା ଜଜ୍‍ ପ୍ରଦୀପ କୁମାର ମାହାନ୍ତ ଏ ହାଜତ ମୃତ୍ୟୁ ଘଟଣାର ମାଜିଷ୍ଟ୍ରେଟ ସ୍ତରୀୟ ତଦନ୍ତ ପାଇଁ ରାଉରକେଲା ଏସ.ଡି.ଜେ.ଏମ ରଞ୍ଜନ କୁମାର ପ୍ରଧାନଙ୍କୁ ଦାୟିତ୍ୱ ଦେଇଥିବାର ଜଣାପଡ଼ିଛି।

- Advertisement -

ସେ ମଧ୍ୟ ଖୁବଶୀଘ୍ର ତଦନ୍ତ କାର୍ଯ୍ୟ ଆରମ୍ଭ କରିବେ ବୋଲି ଜଣାପଡ଼ିଥିଲେ ହିଁ ଆଜି ଓ ଆସନ୍ତା କାଲି ଅଦାଲତ ବନ୍ଦ ଥିବାରୁ ଏ ସଂପର୍କରେ ଜିଲା ଅଦାଲତ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ସୂଚନା ଯୋଗ୍ୟ, ମାଜିଷ୍ଟ୍ରେଟ ସ୍ତରୀୟ ତଦନ୍ତ ପାଇଁ ଗତକାଲି ସୁନ୍ଦରଗଡ଼ ଏସ.ପି ସାଗରିକା ନାଥ ଜିଲା ଓ ଦୌରା ଜଜ୍‍ଙ୍କୁ ଚିଠି ଲେଖିଥିଲେ। ଅପରପକ୍ଷରେ ଦୁଇ ହାଜତ ମୃତ୍ୟୁ ଘଟଣାରେ ରାଜ୍ୟ ସରକାର ବେଶ ସମାଲୋଚିତ ହୋଇଥିବାରୁ ଏ ଘଟଣାର ତଦନ୍ତ ମଧ୍ୟ ଠିକ ଭାବେ ହେବା ପାଇଁ କଡ଼ା ନିର୍ଦ୍ଦେଶ ଦେଇଥିବାର ଜଣାପଡ଼ିଛି ମାତ୍ର ଅପହରଣ ଘଟଣାରୁ ହାଜତ ମୃତ୍ୟୁରେ ଛନ୍ଦି ହୋଇଯାଇଥିବା ପୁଲିସ ପାଇଁ ଏକ ଚ୍ୟାଲେଞ୍ଜ ହୋଇଥିବାରୁ ଉଭୟ ଘଟଣାରୁ ପୁଲିସ ନିଜ ଦକ୍ଷତା ଓ ନିର୍ଦୋଷତାକୁ ପ୍ରମାଣ କରିବା ପାଇଁ ଲାଗି ପଡ଼ିଛି।

ଅପହରଣ ଘଟଣାରେ ଦୁଇ ଗ୍ୟାଙ୍ଗ କାର୍ଯ୍ୟ କରୁଥିବାର ପୁଲିସ ପ୍ରାଥମିକ ତଦନ୍ତରୁ ଜାଣି ଥିଲେ ହିଁ ଏହାକୁ ମୃତ ତାରିକ  କୁହାଯାଉଥିବା ଅନ୍ୟତମ ଅଭିଯୁକ୍ତ ମଧ୍ୟ ଏକ ପ୍ରକାର ସ୍ୱୀକାର କରିଥିଲା। ମୃତ ତାରିକ ଅପହରଣ ଯୋଜନା(ପ୍ଲାନିଂ) ଗ୍ୟାଙ୍ଗର ମୁଖିଆ ଥିବା ବେଳେ ଅପରେସନ ଗ୍ୟାଙ୍ଗର ମୁଖ୍ୟ ଝାଡ଼ଖଣ୍ଡ ଲିଙ୍କର ବୋଲି ପୁଲିସ ଜାଣି ପାରିଛି ହେଲେ ଉଭୟ ଗ୍ୟାଙ୍ଗର ସଦସ୍ୟଙ୍କୁ ପୁଲିସ ଚିହ୍ନଟ କରିଥିବା ବେଳେ ବର୍ତ୍ତମାନ ସ୍ଥିତିରେ ମୃତ ତାରିକ ପୁଲିସକୁ ସମସ୍ତ ସୂଚନା ଦେଇଥିବାର ଜାଣି ସେମାନେ ମଧ୍ୟ ନିଜ ନିଜ ସ୍ଥାନରୁ ଫେରାର ହୋଇଯାଇଥିବାର ଅସମର୍ଥିତ ସୂତ୍ରରୁ ଜଣାପଡ଼ିଛି। ଏପରିସ୍ଥିତିରେ ଅପହରଣ ଘଟଣାର ତଦନ୍ତ ଧିମେଇବାର ଆଶଙ୍କାକୁ ମଧ୍ୟ ଏଡ଼େଇ ଦିଆଯାଇ ନପାରେ।

Hot this week

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

Related Articles

Popular Categories