www.samajalive.in
Saturday, December 6, 2025
15.1 C
Bhubaneswar

ଝାରସୁଗୁଡ଼ା ମଦ ସୁନ୍ଦରଗଡକୁ ବ୍ୟାପିବ

ବ୍ରଜରାଜନଗର: କେନ୍ଦ୍ର ସରକାର ଲକ ଡାଉନ ସମୟ ସୀମା ଅବଧିକୁ ଆହୁରି ଦୁଇ ସପ୍ତାହକୁ ବୃଦ୍ଧି କରିଛନ୍ତି। ଫଳରେ ମଇ ୩ ତାରିଖରେ ଶେଷ ହେଉଥିବା ଲକ ଡାଉନ୨.୦ ମଇ ୧୭ ପର୍ଯ୍ୟନ୍ତ ଜାରି ରହିବ। ଏହି ଅବଧି ମଧ୍ୟରେ ବିଭିନ୍ନ କାର୍ଯ୍ୟକଳାପକୁ ନିୟନ୍ତ୍ରିତ କରିବା ଲାଗି ଗୃହ ମନ୍ତ୍ରଣାଳୟ ପକ୍ଷରୂ ନୂଆ ଗାଇଡଲାଇନ ଜାରି କରାଯାଇଛି । ରେଡ, ଗ୍ରୀନ ଓ ଅରେଞ୍ଜ ଜୋନରେ ବିଭକ୍ତ କରାଯାଇଥିବା ଦେଶର ବିଭିନ୍ନ ଜିଲ୍ଲା ପାଇଁ ଏହି ନିୟନ୍ତ୍ରଣ ବ୍ୟବସ୍ଥା ଭିନ୍ନ ଭିନ୍ନ ଭାବେ ଲାଗୁ ହେବ । ଗ୍ରୀନ ଓ ଅରେଞ୍ଜ ଜୋନରେ ଆସୁଥିବା ଜିଲାଗୁଡ଼ିକରେ ଗାଇଡଲାଇନକୁ ସାମାନ୍ୟ କୋହଳ କରିବାକୁ ନିଷ୍ପତ୍ତି ନିଆଯାଇଛି । ରାଜ୍ୟରେ ୩ ଜିଲ୍ଲା ରେଡ ଜୋନରେ ଥିବା ବେଳେ ୬ ଜିଲା ଅରେଞ୍ଜ ଜୋନରେ ଅଛନ୍ତି । ଅନ୍ୟପଟେ ୨୧ ଜିଲାକୁ ଗ୍ରୀନ ଜୋନରେ ରଖାଯାଇଛି ଗ୍ରୀନ ଜୋନରେ ମଦ, ପାନ ଦୋକାନ ସହ ବସ ଚଳାଚଳକୁ ସର୍ତ୍ତମୂଳକ ଅନୁମତି ମିଳିଛି। ହେଲେ ଏ ଭଳି ସ୍ଥିତିରେ ଗ୍ରୀନ ଜୋନରୁ ରେଡ ଓ ଅରେଞ୍ଜ ଜୋନକୁ ଅବାଧ ମଦର ଚୋରା ଚାଲାଣ ବୃଦ୍ଧି ପାଇବା ନେଇ ଆଶଙ୍କା ପ୍ରକାଶ ପାଇଛି।

ଅପରପକ୍ଷେ ଝାରସୁଗୁଡା ଜିଲାରୁ ସୁନ୍ଦରଗଡ ଅଞ୍ଚଳକୁ ବେଆଇନ ମଦ ଚୋରା ଚାଲାଣ ଉପରେ ଅଙ୍କୁଶ ଲଗାଇବା ନେଇ କଡା ପଦକ୍ଷେପ ନିଆଯିବ। ଯେଉଁ ଅଞ୍ଚଳରୁ ବେଆଇନ ମଦ ମହଜୁଦ ରହିଥିବ ତଥା ଚାଲାଣ ହେଉଥିବା ନେଇ ଘଟଣା ନଜରକୁ ଆସିଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲା ଅବକାରୀ ଅଧିକ୍ଷକ ସୂଚନା ପ୍ରଦାନ କରିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories