www.samajalive.in
Saturday, December 6, 2025
26.1 C
Bhubaneswar

ଲକଡାଉନ୍ ୩.୦ : ଗ୍ରୀନ୍ ଏବଂ ଅରେଞ୍ଜ ଜୋନରେ ଖୋଲିବ ସେଲୁନ୍, ଇ-ବାଣିଜ୍ୟକୁ ମଧ୍ୟ ଅନୁମତି

ନୂଆଦିଲ୍ଲୀ : ଆସନ୍ତା ୪ ତାରିଖରୁ ଦେଶବ୍ୟାପୀ ଲକଡାଉନର ତୃତୀୟ ପର୍ଯ୍ୟାୟ ଆରମ୍ଭ ହେବ। ଲକଡ଼ାଉନ୍ ୩.୦ରେ ବିଭିନ୍ନ ଜୋନ ଅନୁସାରେ କଟକଣାକୁ କଡ଼ାକଡି ଅବା କୋହଳ କରାଯାଇଛି। ଏଥିରେ ଗ୍ରୀନ୍ ଏବଂ ଅରେଞ୍ଜ ଜୋନକୁ କିଛି ମାତ୍ରାରେ କୋହଳ କରାଯାଇଛି। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଶନିବାର ସ୍ପଷ୍ଟ କରିଛି ଯେ, ଲକଡାଉନର ତୃତୀୟ ପର୍ୟ୍ୟାୟରେ ଗ୍ରୀନ୍ ଏବଂ ଅରେଞ୍ଜ ଜୋନରେ ଥିବା ଅଞ୍ଚଳରେ ସେଲୁନ୍ ଖୋଲିବାକୁ ଅନୁମତି ଦିଆଯିବ। ଏହା ବ୍ୟତୀତ ଇ-କମର୍ସ କମ୍ପାନୀଗୁଡିକ ମଧ୍ୟ ଏହି କ୍ଷେତ୍ରରେ ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରୟ କରିପାରିବେ।
ଗୃହ ମନ୍ତ୍ରଣାଳୟର ମୁଖପାତ୍ର କହିଛନ୍ତି ଯେ, ଗ୍ରୀନ୍ ଏବଂ ଅରେଞ୍ଜ ଜୋନରେ ଥିବା ଅଞ୍ଚଳରେ ଇ-ବାଣିଜ୍ୟ କମ୍ପାନୀଗୁଡିକ ଦ୍ୱାରା ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରୟ ଉପରେ କୌଣସି ପ୍ରତିବନ୍ଧକ ରହିବ ନାହିଁ। ଏହି ଅଞ୍ଚଳରେ ସେଲୁନ୍ ଖୋଲିବାକୁ ମଧ୍ୟ ଅନୁମତି ଦିଆଯିବ ବୋଲି ସେ କହିଛନ୍ତି। ଏହା ଆସନ୍ତା ୪ ତାରିଖରୁ କାର୍ୟ୍ୟକାରୀ ହେବ। ଏଥି ସହିତ, ରେଡ୍ ଜୋନରେ ଥିବା ଇ-କମର୍ସ କମ୍ପାନୀଗୁଡ଼ିକୁ କେବଳ ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରୟ କରିବାକୁ ଅନୁମତି ଦିଆଯିବ। ରେଡ୍ ଜୋନରେ ଥିବା ଅଞ୍ଚଳରେ ସେଲୁନ୍ ଖୋଲିବ ନାହିଁ।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଶୁକ୍ରବାର ସୁଦ୍ଧା ଦେଶରେ ରେଡ଼୍ ଜୋନ୍ ସଂଖ୍ୟା ୧୩୦ରେ ପହଞ୍ଚିଛି। ଉତ୍ତରପ୍ରଦେଶରେ ସର୍ବାଧିକ ୧୯ ଟି ରେଡ୍ ଜୋନ୍ ଏବଂ ମହାରାଷ୍ଟ୍ରରେ ୧୪ ଟି ରେଡ଼୍ ଜୋନ୍ ରହିଛି। ତଥ୍ୟ ଅନୁଯାୟୀ, ଶୁକ୍ରବାର ପର୍ଯ୍ୟନ୍ତ ଦେଶରେ ଅରେଞ୍ଜ ଜୋନ୍ ସଂଖ୍ୟା ୨୮୪ ଏବଂ ଗ୍ରୀନ୍ ଜୋନ୍ ସଂଖ୍ୟା ୩୧୯ ରହିଛି। ଏଥି ସହିତ, ଜାତୀୟ ରାଜଧାନୀ ନୂଆଦିଲ୍ଲୀର ସମସ୍ତ ୧୧ ଟି ଜିଲ୍ଲା ରେଡ୍ ଜୋନରେ ରହିଛି।

ଗୃହ ମନ୍ତ୍ରଣାଳୟ ଶୁକ୍ରବାର ଦିନ ଲକଡ଼ାଉନ୍ ଅବଦ୍ଧିକୁ ଦୁଇ ସପ୍ତାହ ବୃଦ୍ଧି କରି ୧୭ ମଇ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories