ସାକ୍ଷୀଗୋପିନାଥଙ୍କୁ ଲାଗି ହେଲା ସୁନାଚିତା

ସୁଆଣ୍ଡୋ : ଶ୍ରାବଣ ମାସ ଚିତାଲାଗି ଅମାବାସ୍ୟା ପର୍ବ ସାକ୍ଷୀଗେ।।ପଳ ମନ୍ଦିର ସହିତ ଗ୍ରାମ ମାନଙ୍କରେ ଥିବା ବିଭିନ୍ନ ମଠ ମନ୍ଦିର ମାନଙ୍କରେ ପାଳିତ ହୋଇଯାଇଛି। ଗ୍ରାମ ମାନଙ୍କରେ ପ୍ରତି ପରିବାରରେ ଚିତଉ ପିଠା କରାଯାଇ ଠାକୁର ଇସାଣରେ ଭୋଗ କରାଯିବା ପରେ ବାରିପଟ ଗାଡିଆ ବା ଗ୍ରାମ ପୋଖରୀରେ ଏହି ଚିତଉ ପିଠା ଗେଣ୍ଢା ମାନଙ୍କ ଉଦ୍ଦେଶ୍ୟରେ ସମର୍ପଣ କରାଯାଇଥାଏ। ବିଶେଷ କରି ଚାଷୀ ପରିବାର ପାଣି ପଙ୍କରେ କାମ କରିଥାଏ ପାଣି ପଙ୍କରେ ଥିବା ଗେଣ୍ଢା ମାନେ ଚାଷୀ ମାନଙ୍କର ଗୋଡ ନକାଟିବା ପାଇଁ ନିବେଦନ କରାଯାଇଥାଏ। ସାକ୍ଷୀଗୋପିନାଥ ଦେବଙ୍କର ଦ୍ୱିପହର ଧୁପରେ ଚିତାଲାଗି ଅମାବାସ୍ୟାରେ ସୁନାଚିତା ଲାଗି କରାଯାଇଥିଲା। ସେବାୟତ ମାନେ ଭଣ୍ଡାର ମେକାପଙ୍କ ଠାରୁ ସୁନାଚିତା ଆଣି ଠାକୁରଙ୍କୁ ଲାଗି କରାଇଥିଲେ। ଠାକୁରଙ୍କ ପାଖରେ ସ୍ୱତନ୍ତ୍ର ଭାବେ ଗହମ ଗୁଣ୍ଡରେ ପ୍ରସ୍ତୁତ ଚିତଉପିଠା ଭୋଗ କରାଯାଇଥିଲା।

Comments are closed.