www.samajalive.in
Saturday, December 6, 2025
17.1 C
Bhubaneswar

ଗ୍ରୀଷ୍ମ ଋତୁରେ ପୁରୁଷମାନେ କେମିତି ନେବେ ତ୍ୱଚାର ଯତ୍ନ

ସମାଜ ଡିଜିଟାଲ ଡେସ୍କ: ପ୍ରବଳ ଗ୍ରୀଷ୍ମ ପ୍ରବାହରେ କେବଳ ମହିଳାଙ୍କ ତ୍ୱଚା ନଷ୍ଟ ହୋଇନଥାଏ ବରଂ ପୁରୁଷଙ୍କ ତ୍ୱଚାରେ ମଧ୍ୟ ସୂର୍ଯ୍ୟକିରଣ ପଡିବା ଦ୍ୱାରା ନକରାତ୍ମକ ପ୍ରଭାବ ପଡିଥାଏ। ଅଧିକାଂଶ ପୁରୁଷମାନେ ଭାବନ୍ତି ଯେ ସେମାନଙ୍କୁ ତ୍ୱଚାର ଯତ୍ନ ନେବା ଆବଶ୍ୟକତା ନାହିଁ। କିନ୍ତୁ ଏହା ଭୁଲ। ସମସ୍ତଙ୍କ ତ୍ୱଚାରେ ସୂର୍ଯ୍ୟକିରଣ ସମାନ କ୍ଷତି କରିଥାଏ। ପୁରୁଷମାନେ କାମ କରିବାକୁ ଖରା, ବର୍ଷା, ଶୀତ ସବୁବେଳେ ବାହାରକୁ ଯାଇଥାନ୍ତି। ସେମାନଙ୍କ ତ୍ୱଚାରେ ସିଧାସଳଖ ସୂର୍ଯ୍ୟକିରଣ ପଡିବାରୁ ଅନେକ ପ୍ରକାର ଚର୍ମ ରୋଗ ଦେଖା ଦେଇଥାଏ। ପୁରୁଷମାନେ ଖରାରେ ଅଧିକ ସମୟ ବାହାରେ କାମ କରୁଥିବାରୁ ଗ୍ରୀଷ୍ମ ଋତୁରେ ନିଜ ତ୍ୱଚାର ବିଶେଷ ଧ୍ୟାନ ନେବା ଜରୁରୀ।

ପୁରୁଷମାନେ କିପରି ତ୍ୱଚାର ଯତ୍ନ ନେବେ?
ଦିନକୁ ଦୁଇରୁ ତିନି ଥର ନିଜର ତ୍ୱଚାକୁ ଭଲ ଭାବରେ ସଫା ପାଣିରେ ପରିସ୍କାର କରନ୍ତୁ। ଏହାଦ୍ୱାରା ତ୍ୱଚାର ଫାଙ୍କା ସ୍ଥାନରେ ବସିଥିବା ମଇଳାକୁ ସଫା କରିବ। କେମିକାଲ ଯୁକ୍ତ ସାବୁନ ବ୍ୟବହାର କରିବା ବନ୍ଦ କରନ୍ତୁ ନଚେତ ତ୍ୱଚା ବହୁତ ଶୁଷ୍କ ପଡିଯିବ।

- Advertisement -

ମହିଳାଙ୍କ ପରି ପୁରୁଷମାନେ ମଧ୍ୟ ଟୋନର ବ୍ୟବହାର କରିବା ଉଚିତ। ପୁରୁଷଙ୍କ ତ୍ୱଚା ବହୁତ ଟାଣ ଏବଂ ମୋଟା ହୋଇଥିବାରୁ ଟୋନର ଲଗାଇବା ଆବଶ୍ୟକ। ଏହାଦ୍ୱାରା ତ୍ୱଚାରେ ଜମିଥିବା ମଇଳା ସଫା ହୋଇଯିବ। ଏହାସହିତ ବିଶେଷଜ୍ଞଙ୍କ ପରାମର୍ଶ ଅନୁସାରେ ମଧ୍ୟ ତ୍ୱଚାର ଯତ୍ନ ନେଇପାରିବେ।

ଯଦି ଆପଣ କିଛି ମଶ୍ଚରାଇଜର ବ୍ୟବହାର କରନ୍ତି ନାହିଁ ତେବେ ନିଶ୍ଚିତ ଭାବେ ବ୍ୟବହାର କରନ୍ତୁ। ଏହା ତ୍ୱଚାକୁ ଆର୍ଦ୍ର ରଖେ। ଚର୍ମ ଶୁଷ୍କ ହୁଏ ନାହିଁ କିମ୍ବା କୁଞ୍ଚନକୁ ରୋକାଯାଇପାରିବ। ଏକ ଭଲ ଗୁଣବତ୍ତା ହାଲୁକା ମଶ୍ଚରାଇଜର ପ୍ରୟୋଗ ନିଶ୍ଚିତ କରନ୍ତୁ। ଦାଗ, ବ୍ରଣ, ଶୁଷ୍କତା ଭଳି ସମସ୍ୟାରୁ ମୁକ୍ତି ପାଇପାରିବେ।

ଯେତେବେଳେ ବି ଆପଣ ଘରୁ ବାହାରକୁ ଯାଉଛନ୍ତି ସନ୍‌‌ ସ୍କ୍ରିନ୍‌‌ ଲୋସନ୍‌‌ ନିଶ୍ଚିତ ଲଗାନ୍ତୁ। ଏହା ଆପଣଙ୍କ ତ୍ୱଚାରେ ସୂର୍ଯ୍ୟକିରଣର ପ୍ରଭାବକୁ ରୋକିବା ସହ ଚମକ ଆଣିବାରେ ସାହାଯ୍ୟ କରିବ।

ଖରାରେ ଅଧିକ ଯିବା ଆସିବା କରୁଥିଲେ ସପ୍ତାହକୁ ଥରେ ସ୍କ୍ରବ୍‌‌ ମଧ୍ୟ ବ୍ୟବହାର କରିବା ଲାଭଦାୟକ ହେବ। ଏହାଦ୍ୱାରା ତ୍ୱଚାରେ ପଡିଥିବା ଦାଗ ଏବଂ ମଇଳା ଭଲ ଭାବରେ ସଫା ହୋଇଯିବ। ତ୍ୱଚାରେ ଥିବା ମୃତ କୋଷଗୁଡିକ ମଧ୍ୟ ସ୍କ୍ରବ୍‌‌ ଦ୍ୱାରା ବାହାରି ଆସିଥାଏ। ଆପଣଙ୍କ ତ୍ୱଚା ମଧ୍ୟ ବହୁତ ପରିସ୍କାର ଦେଖାଯିବ।

ଗ୍ରୀଷ୍ମ ଋତୁରେ ପ୍ରତିଦିନ ପୁରୁଷମାନେ ଦାଢି କାଟିବାଠାରୁ ଦୂରେଇ ରୁହନ୍ତୁ। ଏହି କାରଣରୁ ଚର୍ମ ଅତ୍ୟଧିକ ନିଷ୍କ୍ରିୟ ହୋଇଯାଏ। ସେଭିଙ୍ଗ୍‌‌ ଚର୍ମକୁ ସଫା ରଖେ, ଯେଉଁଥିପାଇଁ ସୂର୍ଯ୍ୟକିରଣର ପ୍ରଭାବ ସିଧାସଳଖ ତ୍ୱଚାରେ ପଡିଥାଏ। ଏଭଳି ପରିସ୍ଥିତିରେ ହାଲୁକା ଦାଢି ରଖିବା ଭଲ। ଦାଢି କାଟିବା ପରେ ନିଶ୍ଚତଭାବରେ କିଛି ମଶ୍ଚରାଇଜର କ୍ରିମ୍‌‌ ଲଗାନ୍ତୁ।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

Related Articles

Popular Categories