www.samajalive.in
Sunday, December 7, 2025
26.1 C
Bhubaneswar

କରୋନାକୁ ପରାସ୍ତ କଲେ ୯୭ ବର୍ଷୀୟ ବୟୋଜ୍ୟେଷ୍ଠ, ସମ୍ କୋଭିଡ୍ ହସ୍ପିଟାଲ୍‌ରୁ ସୁସ୍ଥ ହୋଇ ଫେରିଲେ ଘରକୁ

ଭୁବନେଶ୍ୱର : କରୋନାକୁ ପରାସ୍ତ କରୁଛନ୍ତି ବୟୋଜ୍ୟେଷ୍ଠ ଏବଂ ହାର ମାନୁଛି କରୋନା। ଉପଯୁକ୍ତ ଚିକିତ୍ସା ଓ ଯତ୍ନ ମିଳିଲେ ପରିଣତ ବୟସରେ ପହଞ୍ଚିଥିବା ବ୍ୟକ୍ତିମାନେ ଯେ କରୋନାରୁ ସୁସ୍ଥ ହୋଇପାରିବେ ଏକଥା ପୁଣି ଥରେ ପ୍ରମାଣିତ ହୋଇଛି ସମ୍ କୋଭିଡ ହସ୍ପିଟାଲ୍‌ରେ। ସମ୍ କୋଭିଡ୍ ହସ୍ପିଟାଲ୍‌ରୁ କୋଭିଡ୍‌ରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ୯୭ ବର୍ଷୀୟ ବୃଦ୍ଧ ନଟବର ଦାଶ।

କଟକ ଜିଲ୍ଲା କିଶୋର ନଗର ଅଞ୍ଚଳର ୯୭ ବର୍ଷୀୟ ନଟବର ଦାସ କୋଭିଡ ପଜିଟିଭ ଚିହ୍ନଟ ହେବା ପରେ ସମ୍ କୋଭିଡ ହସ୍ପିଟାଲ୍‌ରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ। ନଟବରଙ୍କର ଶ୍ୱାସ ଜନିତ ସମସ୍ୟା, ଉଚ୍ଚ ରକ୍ତଚାପ ଓ ମଧୁମେହ ଭଳି ରୋଗ ମଧ୍ୟ ରହିଥିଲା। କୋଭିଡ ପଜିଟିଭ୍ ହେବା ପରେ ସେ ନିମୋନିଆରେ ମଧ୍ୟ ଆକ୍ରାନ୍ତ ହୋଇଥିଲେ। ସମ୍ କୋଭିଡରେ ଭର୍ତ୍ତି ହେବା ପରେ ତାଙ୍କୁ ତୁରନ୍ତ ଆଇସିୟୁରେ ରଖାଯାଇ ଚିକିତ୍ସା ଆରମ୍ଭ କରାଯାଇଥିଲା।

- Advertisement -

ତେବେ ସମ୍ କୋଭିଡ ଟିମ୍‌ର ଅପ୍ରାଣ ଉଦ୍ୟମ, ଉତମ ଚିକିତ୍ସା ଓ ଯତ୍ନ ଫଳରେ କରୋନାରୁ ସୁସ୍ଥ ହୋଇଛନ୍ତି ଏହି ୯୭ ବର୍ଷୀୟ ବୟସ୍କ ବ୍ୟକ୍ତି ଜଣକ। ଗତ ନଭେମ୍ବର ୧୮ ତାରିଖରେ ସେ କରୋନା ସଂକ୍ରମିତ ହୋଇ ସମ୍ କୋଭିଡ୍ରେ ଭର୍ତ୍ତି ହୋଇଥିବା ବେଳେ ମଙ୍ଗଳବାର ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଘରକୁ ଫେରିବା ସମୟରେ ନଟବର ସମ୍ କୋଭିଡ୍ ଟିମ୍‌ଙ୍କୁ ଉଚ୍ଚ ପ୍ରଶଂସା କରିଥିବା ବେଳେ ତାଙ୍କ ପୁଅ କିଶୋର ଚନ୍ଦ୍ର ଦାସ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରିଛନ୍ତି। ନଟବରଙ୍କ ଭଳି ଅନେକ ବୟୋଜ୍ୟେଷ୍ଠ ବ୍ୟକ୍ତି କରୋନା ଆକ୍ରାନ୍ତ ହୋଇ ସମ୍ କୋଭିଡ ହସ୍ପିଟାଲ୍‌ରେ ଚିକିତ୍ସିତ ହେବା ସହ ସୁସ୍ଥ ହୋଇ ଘରକୁ ଫେରିବାର ନଜିର ରହିଛି।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories