www.samajalive.in
Sunday, December 7, 2025
16.1 C
Bhubaneswar

ଗୁପଚୁପ ପାଇଁ ଆତ୍ମହତ୍ୟା କଲେ ସ୍ତ୍ରୀ

ପୁଣେ : ମହାରାଷ୍ଟ୍ରର ପୁଣେରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ସ୍ୱାମୀ ଗୁପଚୁପ୍‍ ଖାଇବାରେ ନାପସନ୍ଦ (କ୍ରୋଧ)ହୋଇ ତାଙ୍କ ସ୍ତ୍ରୀ ବିଷ ପିଇ ଆତ୍ମହତ୍ୟା କରିଛନ୍ତି ବୋଲି ଜଣାପଡିଛି। ବିଷ ପିଇବାର କିଛି ସମୟ ପରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣା ପରେ ସ୍ତ୍ରୀକୁ ଆତ୍ମହତ୍ୟା କରିବା ପାଇଁ ଉସକାଇବା ଅଭିଯୋଗରେ ପୁଲିସ ଉକ୍ତ ମହିଳାଙ୍କ ସ୍ୱାମୀଙ୍କୁ ଗିରଫ କରିଛି।ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।
ସୂଚନା ଅନୁଯାୟୀ,ପୁଣେର ଅମ୍ବେଗାଓଁ ପଠାରେ ପ୍ରତୀକ୍ଷା ସରବଡେର ରହୁଥିଲେ। ୨୦୧୯ରେ ତାଙ୍କ ବିବାହ ଗହିହିନାଥଙ୍କ ସହ ହୋଇଥିଲା। ତାଙ୍କର ଏକ ୧୮ ମାସର ଶିଶୁ ମଧ୍ୟ ରହିଛି। ପ୍ରତୀକ୍ଷା ଓ ଗହିହିନାଥଙ୍କ ମଧ୍ୟରେ ଛୋଟମୋଟ ଝଗଡା ଲାଗି ରହୁଥିଲା। ଥରେ ଝଗଡା ହେବା ସମୟରେ ପ୍ରତୀକ୍ଷା ତାଙ୍କ ସ୍ୱାମୀଙ୍କୁ କହିଥିଲେ ଯଦି ସେ କେବେ ଗୁପଚୁପ୍‍ ଖାଇବେ ତେବେ ସେ ବିଷ ପିଇଦେବେ। ସେଭଳି ହିଁ ହୋଇଛି। ଶୁକ୍ରବାର ଗହିହିନାଥ ବଜାରରୁ ଘରକୁ ଫେରୁଥିବା ବେଳେ ତାଙ୍କ ସ୍ତ୍ରୀଙ୍କ ପାଇଁ ଗୁପଚୁପ ଆଣିଥିଲେ। ମାତ୍ର ପ୍ରତୀକ୍ଷା ତାଙ୍କ ହାତରେ ଗୁପଚୁପ ଦେଖି ରାଗି ଯାଇଥିଲେ। ୨ ଜଣଙ୍କ ମଧ୍ୟରେ ଏହାକୁ କେନ୍ଦ୍ର କରି ଅନେକ ସମୟ ପର୍ଯ୍ୟନ୍ତ ଝଗଡା ହୋଇଥିଲା। ପର ଦିନ ପ୍ରତୀକ୍ଷା ବିଷ ପିଇ ଦେଇଥିଲେ। ଗହିହିନାଥ ପଡୋଶୀଙ୍କ ସହ ମିଶି ପ୍ରତୀକ୍ଷାଙ୍କୁ ହସ୍ପିଟାଲ ନେଇଥିଲେ। ମାତ୍ର ଗୋଟିଏ ଦିନ ପରେ ତାଙ୍କର ମୃତ୍ୟୁ ହୋଇଥିଲା। ସୋମବାର ଦିନ ପ୍ରତୀକ୍ଷାଙ୍କ ବାପା ଗହିହିନାଥଙ୍କ ବିରୁଦ୍ଧରେ ଆତ୍ମହତ୍ୟା ପାଇଁ ପ୍ରତୀକ୍ଷାଙ୍କୁ ଉସକାଇବା ଅଭିଯୋଗରେ ଥାନାରେ ମାମଲା ଦାୟର କରିଥିଲେ। ଏହାପରେ ପୁଲିସ ଗହିହିନାଥଙ୍କୁ ଗିରଫ କରିଛି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories