www.samajalive.in
Saturday, December 6, 2025
15.1 C
Bhubaneswar

ଚାଷୀ ଆତ୍ମହତ୍ୟା ଅଭିଯୋଗ

ବରଗଡ଼ : ବରଗଡ଼ ଜିଲାରେ ପୁଣି ଏକ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ସଦର ଥାନା ଅନ୍ତର୍ଗତ ପୋଢମୁଣ୍ଡା ଗ୍ରାମର ଯୁବ ଚାଷୀ ବୈଷ୍ଣବ ଭୁଏ (୨୮) ବୁଧବାର ବିଳମ୍ବିତ ରାତିରେ କୀଟନାଶକ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ଚାଷୀ ଜଣକ ୪ ଏକର ଜମିରେ ଧାନ ଓ ବାଇଗଣ ଚାଷ କରିଥିଲେ। ଏହି କାରଣରୁ ସେ ବିଭିନ୍ନ ସ୍ଥାନରୁ ଟଙ୍କା ଧାର କରିଥିଲେ। ବିଳମ୍ବିତ ରାତିରେ ବୈଷ୍ଣବ ଘରୁ ଖାଇ ନିଜ କ୍ଷେତକୁ ଯାଇ ଏକ କୀଟନାଶକ ପିଇଦେଇଥିଲେ। ଘଟଣା ସମ୍ପର୍କରେ ଜାଣି ପରିବାର ଲୋକେ ତାଙ୍କୁ ଉଦ୍ଧାର ବରଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ମାତ୍ର ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସଦର ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଫସଲ ହାନି ଯୋଗୁ ସେ ଆତ୍ମହତ୍ୟା କରିଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories