www.samajalive.in
Saturday, December 6, 2025
14.1 C
Bhubaneswar

ପଶ୍ଚିମବଙ୍ଗରେ ବିଜେପି ସାଂସଦଙ୍କ ଘରକୁ ବୋମାମାଡ଼, ଟିଏମସି ବିରୋଧରେ ଅଭିଯୋଗ

କୋଲକାତା: ଲୋକସଭା ନିର୍ବାଚନ ସମୟରୁ ପଶ୍ଚିମବଙ୍ଗରେ ଆରମ୍ଭ ହୋଇଥିବା ରାଜନୈତିକ ହିଂସା ଥମନୁାହିଁ। ଗୋଟିଏ ପରେ ଗୋଟିଏ ପ୍ରସଙ୍ଗକୁ ନେଇ ବିଜେପି ଏବଂ ଟିଏମସି ମଧ୍ୟରେ ହିଂସାକାଣ୍ଡ ଲାଗି ରହିଛି। ଏହି ପରିପ୍ରେକ୍ଷୀରେ ବୁଧବାର ରାତିରେ ବୈରକପୁରର ବିଜେପି ସାଂସଦ ଅର୍ଜୁନ ସିଂହଙ୍କ ଭାଟପାରାସ୍ଥିତ ଘରକୁ ବୋମାମାଡ଼ କରାଯାଇଛି। ଅର୍ଜୁନଙ୍କ ଭଣତା ତଥା ଭାଟପାରା ନଗର ନିଗମ ଅଧ୍ୟକ୍ଷ ସୌରଭ ସିଂହ ଏଥିପାଇଁ ଟିଏମସି ବିରୋଧରେ ଅଭିଯୋଗ ଆଣିଛନ୍ତି। ବୋମାମାଡ଼ରେ କୌଣସି କ୍ଷୟକ୍ଷତି ହୋଇ ନ ଥିବା ଜଣାପଡ଼ିଛି।

ସୌରଭ କହିଛନ୍ତି ଯେ, କେବଳ ବୋମାମାଡ଼ ହୋଇନାହିଁ। ଗୁଳିମାଡ଼ ମଧ୍ୟ କରାଯାଇଛି। ଏହି ଆକ୍ରମଣ ପଛରେ ଟିଏମସି ନେତାଙ୍କ ହାତ ରହିଥିବା ସେ ଅଭିଯୋଗ କରିଛନ୍ତି। ଘଟଣା ପରଠାରୁ ଅର୍ଜୁନ ସିଂହଙ୍କ ସୁରକ୍ଷା ବଢ଼ାଇ ଦିଆଯାଇଛି। ଅର୍ଜୁନଙ୍କ ଘର ବାହାରେ ପୁଲିସ, ଆରଏଏଫ ମୁତୟନ ହୋଇଛନ୍ତି। ବୈରକପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।

- Advertisement -

ସୌରଭଙ୍କ କହିବା ଅନୁସାରେ, ବୁଧବାର ରାତି ପ୍ରାୟ ୯ଟାରେ ଆମେ ମାମୁଙ୍କ ଘରେ ପହଞ୍ଚିଥିଲୁ। ହଠାତ ଆମ ଘର ଉପରକୁ ୨ଟି ବୋମା ମାଡ଼ କରାଯାଇଥିଲା। ଆମେ ବାହାରକୁ ଆସି ଦେଖିବା ବେଳକୁ ସଠୋରେ ଟିଏମସି ନେତା ପ୍ରମୋଦ ସିଂହ, ନବନୀତ ସିଂହ, ରଞ୍ଜିତ ସିଂହ ଏବଂ ହରଗୋବିନ୍ଦ ସିଂହଙ୍କୁ ଦେଖିଥିଲୁ। ସେମାନଙ୍କ ପାଖରେ ବିଭିନ୍ନ ଅସ୍ତ୍ରଶସ୍ତ ଏବଂ ବନ୍ଧୁକ ମଧ୍ୟ ଥିଲା। ଆମକୁ ଦେଖି ସେମାନେ ଆମ ଉପରକୁ ଗୁଳିମାଡ଼ କରିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories