ବଢୁଛି ଚିନିର ଦାମ – ଲାଗିବ ଲଗାମ, ସରକାର ଗ୍ରହଣ କଲେ ଏହି ପଦକ୍ଷେପ
ନୂଆଦିଲ୍ଲୀ – ଏବେ ଚିନିର ଦାମ ବୃଦ୍ଧି ପାଇବାରେ ଲାଗିଛି । ଏହାର ଦାମ ଉପପରେ ଲଗାମ ଲଗାଇବା ପାଇଁ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି । ଚିନିକୁ ବଡ ବଡ ବ୍ୟବସାୟୀମାନେ ଷ୍ଟକ୍ରେ ଅଧିକ ପରିମାଣରେ ରଖିପାରିବେ ନାହିଁ ବୋଲି ନିର୍ଦେଶ ଦିଆଯାଇଛି । ପ୍ରତି ସପ୍ତାହରେ ଷ୍ଟକରେ କେତେ ଚିନି ରହିଛି ତାହା ସରକାରଙ୍କୁ ଜଣାଇବା ପାଇଁ ନିର୍ଦେଶ ଦିଆଯାଇଛି । ସପ୍ତାହର ପ୍ରତି ସୋମବାର ଦିନ ବଡବଡ ବ୍ୟବସାୟୀ ଚିନିର ଷ୍ଟକ୍ ବିଷୟରେ ସରକାରଙ୍କୁ ଜଣାଇବେ ।
ଖାଦ୍ୟ ଉପଭୋକ୍ତା ମନ୍ତ୍ରାଳୟରୁ ଏ ବିଷୟରେ ସୂଚନା ଦିଆଯାଇଛି । ସରକାର ଏବେ ଚିନିର ଦାମ ନିୟନ୍ତ୍ରଣ ରଖିବାରେ ସଫଳ ହୋଇଛନ୍ତି ବୋଲି ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ଏବେ ଆଉ ଦାମ ବେଶି ବଢିବ ନାହିଁ ବୋଲି ମନ୍ତ୍ରାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି ।
ଯେଉଁମାନେ ଏହି ନିୟମ ପାଳନ କରିବେ ନାହିଁ ତାଙ୍କ ବିରୋଧରେ କଜଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
Comments are closed.