www.samajalive.in
Saturday, December 6, 2025
15.1 C
Bhubaneswar

ପେଙ୍ଗସୁଇର ଏହି ଉପାୟରେ ଜୀବନରେ ମିଳିଥାଏ ସଫଳତା

ଜୀବନରେ ସଫଳତା ପ୍ରାପ୍ତି ପାଇଁ କଠିନ ପରିଶ୍ରମର ଆବଶ୍ୟକତା ରହିଛି। ମାତ୍ର ବହୁବାର ଏପରି ଦେଖାଯାଏ ଯେ, ବ୍ୟକ୍ତି କଠିନ ପରିଶ୍ରମ କଲେ ମଧ୍ୟ ସଫଳତା ମିଳିପାରିନଥାଏ। ଏପରି ସମସ୍ୟାରୁ ମୁକ୍ତି ପାଇବା ପାଇଁ ପେଙ୍ଗସୁଇରେ କିଛି ଉପାୟ ବିଷୟରେ ବର୍ଣ୍ଣନା କରାଯାଇଛି। ଯାହାର ପାଳନ କରିବା ଦ୍ୱାରା ଜୀବନରେ ସଫଳତା , ମାନସମ୍ମାନ, କର୍ମକ୍ଷେତ୍ରରେ ଉନ୍ନତି, ଧନସମ୍ପତ୍ତି ପ୍ରାପ୍ତି ହୋଇଥାଏ। ଜାଣନ୍ତୁ ସେହି ଉପାୟ ଗୁଡ଼ିକ କ’ଣ….
ଲାଲ ବଲବ୍‍ –
ଗୃହର ଦକ୍ଷିଣ ଦିଗରେ ନିୟମିତ ସନ୍ଧ୍ୟା ସମୟରେ ଲାଲ ରଙ୍ଗ ଦେଉଥିବା ବଲବ ଜଳାନ୍ତୁ। କାଠର ଟେବୁଲ ଲ୍ୟାମ୍ପରେ ଏହି ଲାଲ ରଙ୍ଗର ବଲବ ଲାଗିଥିଲେ ଏହା ଖୁବ ଶୁଭଫଳ ପ୍ରଦାନ କରିଥାଏ।
କ୍ରିଷ୍ଟଲ ଗ୍ଲୋବ –
ବ୍ୟବସାୟରେ ଲାଭ ଓ ଖ୍ୟାତି ପାଇବା ପାଇଁ ନିଜ କାର୍ଯ୍ୟାଳୟର ଦକ୍ଷିଣ ଭାଗରେ ଏକ କ୍ରିଷ୍ଟଲ ଗ୍ଲୋବ ଲଗାନ୍ତୁ।
ଜଳ ସ୍ରୋତର ଚିତ୍ର –
ଦକ୍ଷିଣ ଦିଗରେ ଜଳ ସ୍ରୋତର କିମ୍ବା ଜଳ ସହ ସମ୍ବନ୍ଧିତ ଯେକୌଣସି ଚିତ୍ର ଲଗାନ୍ତୁ ନାହିଁ। ଏହାଦ୍ୱାରା କର୍ମକ୍ଷେତ୍ରରେ ବାଧା ସୃଷ୍ଟି ହୋଇଥାଏ। ସଫଳତା ମିଳିପାରି ନଥାଏ।
ୱିଣ୍ଡ୍‍ ଚାଇମ –
ନିଜ କାର୍ଯ୍ୟାଳୟରେ ଦକ୍ଷିଣ ଭାଗରେ ୯ ଗୋଲେଇ ବିଶିଷ୍ଟ କାଠରେ ନିର୍ମିତ ୱିଣ୍ଡ୍‍ ଚାଇମ ଲଗାନ୍ତୁ। ଏହା ଖୁବ ଶୁଭଫଳ ପ୍ରଦାନ କରିଥାଏ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories