www.samajalive.in
Saturday, December 6, 2025
14.1 C
Bhubaneswar

ଗଙ୍ଗାରେ ଅସ୍ଥି ବିସର୍ଜନ କରିବାର ଧାର୍ମିକ ଓ ବୈଜ୍ଞାନିକ କାରଣ

ହିନ୍ଦୁ ଧର୍ମରେ ଅନେକ ପରମ୍ପରା ଓ ମାନ୍ୟତା ରହିଛି। ସେଥି ମଧ୍ୟରୁ ଗୋଟିଏ ମାନ୍ୟତା ରହିଛି ଯେ, କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ହୋଇଗଲେ ତାଙ୍କ ଶରୀରକୁ ପୋଡି ଶବ ସଂସ୍କାର କରିବା। ଶବ ସଂସ୍କାର ପରେ ତାଙ୍କ ଅସ୍ଥିକୁ ଗଙ୍ଗା ନଦୀରେ ପ୍ରବାହିତ କରାଯିବାର ମାନ୍ୟତା ରହିଛି। ଏପରି କରିବାର ଅନେକ ଧାର୍ମିକ ଓ ବୈଜ୍ଞାନିକ କାରଣ ରହିଛି। ଆସନ୍ତୁ ଜାଣିବା ସେହି ସମ୍ବନ୍ଧରେ ..
ଧାର୍ମିକ କାରଣ :
ଶାସ୍ତ୍ର ଅନୁଯାୟୀ, ଗଙ୍ଗା ନଦୀକୁ ପବିତ୍ର ନଦୀ ବୋଲି କୁହାଯାଇଛି। ଏହି ନଦୀରେ ମୃତ ବ୍ୟକ୍ତିଙ୍କ ଅସ୍ଥିକୁ ପ୍ରବାହିତ କରାଯାଇଥାଏ। ଏପରି କରିବା ଦ୍ବାରା ସେହି ବ୍ୟକ୍ତିଙ୍କ ଆତ୍ମା ସମସ୍ତ ପାପରୁ ମୁକ୍ତି ପାଇଥାଆନ୍ତି ବୋଲି ବିଶ୍ବାସ କରାଯାଏ। ଏହାଦ୍ବାରା ସ୍ବର୍ଗୀୟ ସୁଖ ଲାଭ ହୋଇଥାଏ। ତେଣୁ ମୃତ ବ୍ୟକ୍ତିଙ୍କ ଅସ୍ଥିକୁ ଗଙ୍ଗା ନଦୀରେ ପ୍ରବାହିତ କରାଯାଏ।
ବୈଜ୍ଞାନିକ କାରଣ :
ମୃତ ବ୍ୟକ୍ତିଙ୍କ ଅସ୍ଥିକୁ ନଦୀ ସ୍ରୋତରେ ପ୍ରବାହିତ କରିବାର ବୈଜ୍ଞାନିକ କାରଣ ରହିଛି। ଆମ ଦେଶର କୃଷି ବ୍ୟବସ୍ଥା ନଦୀ ଉପରେ ନିର୍ଭରଶୀଳ ବୋଲି ବୈଜ୍ଞାନିକମାନେ କହିଛନ୍ତି। ନଦୀର ଜଳ କୃଷି କ୍ଷେତରେ ଉପଯୋଗୀ ଅଟେ। ମୃତ ବ୍ୟକ୍ତିଙ୍କ ଅସ୍ଥିକୁ ନଦୀ ଜଳରେ ପ୍ରବାହିତ କରିବା ଦ୍ବାରା ତାହା ଅନ୍ୟ ତତ୍ତ୍ବ ସହ ଜଳରେ ମିଶି ଯାଇଥାଏ। ମନୁଷ୍ୟ ହାଡରେ ଫସଫରସ ରହିଥାଏ। ତେଣୁ ଅସ୍ଥିରେ ଫସଫରସର ମାତ୍ରା ଥାଏ। ଜଳରେ ତାହା ମିଶି କୃଷି ପାଇଁ ଉପଯୋଗ ହୋଇଥାଏ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories