www.samajalive.in
Monday, December 15, 2025
26.1 C
Bhubaneswar

ମୁଁ ଜଣେ ବ୍ରାହ୍ମଣ, ଚୌକିଦାର ହୋଇପାରିବିନି: ସୁବ୍ରମଣ୍ୟମ ସ୍ବାମୀ

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ‘ଚୌକିଦାର ଚୋର୍‌ ହୈ’ ମନ୍ତବ୍ୟକୁ ବିଜେପି ରାଜନୈତିକ ପ୍ରସଙ୍ଗ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ମେ ଭି ଚୌକିଦାର’ ଅଭିଯାନ ଆରମ୍ଭ କରିଛନ୍ତି। ଏହା ପରେ ମୋଦୀଙ୍କଠାରୁ ଆରମ୍ଭ କରି ସମସ୍ତ କେନ୍ଦ୍ର ମନ୍ତ୍ରୀ, ବିଜେପି ନେତା ଏବଂ ଦଳର ମୁଖପାତ୍ର ତଥା ସମର୍ଥକମାନେ ଟ୍ବିଟର ହ୍ୟାଣ୍ଡେଲରେ ନିଜ ନାମ ପୂର୍ବରୁ ଚୌକିଦାର ଶବ୍ଦ ଯୋଗ କରିଛନ୍ତି। କିନ୍ତୁ ଦଳର ବିରଷ୍ଠ ନେତା ତଥା ସାଂସଦ ସୁବ୍ରମଣ୍ୟମ ସ୍ବାମୀଙ୍କ ମନ୍ତବ୍ୟ ଦଳର ଏହି ଅଭିଯାନକୁ ଅଡୁଆରେ ପକାଇଛି। ସ୍ବାମୀ କହିଛନ୍ତି, ମୁଁ ଜଣେ ବ୍ରାହ୍ମଣ, ତେଣୁ ସେ ଚୌକିଦାର ହୋଇପାରିବେ ନାହିଁ। ଅର୍ଥାତ ତାଙ୍କ ନାମ ପୂର୍ବରୁ ସେ ଚୌକିଦାର ଶବ୍ଦ ଯୋଡ଼ି ପାରିବେ ନାହିଁ।

ସ୍ବାମୀ ଏକ ତାମିଲ ନ୍ୟୁଜ ଚ୍ୟାନେଲକୁ ସାକ୍ଷାତକାର ଦେବା ଅବସରରେ ଏହା କହିବା ସହିତ ଅନେକ ପ୍ରସଙ୍ଗ ଉଠାଇଥିଲେ। ତାଙ୍କୁ ଯେତେବେଳେ ପଚରାଗଲା ଯେ ସେ କାହିଁକି ତାଙ୍କ ନାମ ପୂର୍ବରୁ ଚୌକିଦାର ଶବ୍ଦ ଯୋଡ଼ି ନାହାନ୍ତି, ସେତେବେଳେ ସୁବ୍ରମଣ୍ୟମ ସ୍ବାମୀ ଉତ୍ତର ଦେଇ କହିଥିଲେ ​‌ଯେ, ମୁଁ ଜଣେ ବ୍ରାହ୍ମଣ। ମୁଁ ଆଦେଶ ଦେବି ଏବଂ ଚୌକିଦାରମାନେ ତାହାକୁ କାର୍ଯ୍ୟକାରୀ କରିବେ।

- Advertisement -

ଏହି ସାକ୍ଷାତକାରର ଏକ ଭିଡିଓ କ୍ଲିପ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଜାତିବାଦ ଚିନ୍ତାଧାରା ପାଇଁ ଅନେକ ଲୋକ ଏହି ବିଜେପି ନେତା ଏବଂ ଦଳକୁ ସମାଲୋଚନା କରିଛନ୍ତି। ଡିଏମକେର ମୁଖପାତ୍ର ମନୁରାଜ ଏସ. ସୁବ୍ରମଣ୍ୟମ ସ୍ବାମୀଙ୍କୁ ସମାଲୋଚନା କରିଛନ୍ତି। ସ୍ବାମୀଙ୍କ ଏଭଳି ମନ୍ତବ୍ୟ ଲଜ୍ଜାଜନକ ବୋଲି ମନୁରାଜ ନିଜ ଟ୍ବିଟରରେ ଉଲ୍ଲେଖ କରିଛନ୍ତି। ସ୍ବାମୀ ହିନ୍ଦୁତ୍ବ ରାଜନୀତିରେ ଜାତିବାଦର ଏକ ଅବିଚ୍ଛେଦ୍ୟ ଉଦାହରଣ ବୋଲି ସେ ଲେଖିଛନ୍ତି।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories