www.samajalive.in
Saturday, December 6, 2025
23.1 C
Bhubaneswar

ଗଞ୍ଜାମରେ ଗଡ଼ିଲା ସୁଭଦ୍ରା ସଚେତନତା ରଥ

ଛତ୍ରପୁର: ସୁଭଦ୍ରା ଯୋଜନାରେ ମହିଳାଙ୍କୁ ମିଳିବ ଟଙ୍କା। ବିଭିନ୍ନ ସ୍ଥାନରୁ ଅଭିଯୋଗ ଆସିବା ପରେ ଯୋଜନା ସଂପର୍କରେ ବ୍ୟାପକ ଜନସେଚତନା ସୃଷ୍ଟି କରିବା ଉଦେଶ୍ୟରେ ଗଡ଼ିଛି ସୁଭଦ୍ରା ରଥ। ଗଣେଷ ପୂଜା ଅବସରରେ ଗଞ୍ଜାମ ଜିଲାର ଛତ୍ରପୁର ସ୍ଥିତ ଜିଲାପାଳ କାର୍ଯ୍ୟାଳୟ ପରିସରରୁ ଏହି ରଥର ଶୁଭାରମ୍ଭ ହୋଇଛି। ମୁଖ୍ୟ ଅତିଥିଭାବେ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗଦେଇ ଏହାର ଶୁଭାରମ୍ଭ କରିଥିଲେ। ଗଞ୍ଜାମ ଜିଲାରେ ୨୨ଟି ବ୍ଲକରେ ୧୧ଟି ଗାଡି ସୁଭଦ୍ରା ଯୋଜନା ସଂପର୍କରେ ଗାଁ ଗାଁ ବୁଲି ଲୋକଙ୍କୁ ସଚେତନ କରିବ। ହିତାଧିକାରୀ ଯେପରି ଭ୍ରମିତ ନହେବେ ସେଥିଲାଗି ଏହି ଯୋଜନା ପ୍ରଣୟନ କରିଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି। ଏହି ଯୋଜନାରେ ପଞ୍ଜିକରଣ ପାଇଁ କୌଣସି ନିଦ୍ଧିଷ୍ଟ ସମୟସୀମା ନାହିଁ। ସମସ୍ତ ଯୋଗ୍ୟ ହିତାଧିକାରୀ ଏହି ଯୋଜନାରେ ସାମିଲ ହେବେ। ଏହା ଏକ ଐତିହାସିକ ଯୋଜନା।
ମହିଳାଙ୍କୁ ସ୍ୱାବଲମ୍ବୀ ଓ ରୋଜଗାର କରିବା ପାଇଁ ଏହି ଯୋଜନା କରିଛନ୍ତି ବିଜେପି ସରକାର। ଏହି ରଥ ଓଡିଶାର ୩୧୪ ଟି ବ୍ଲକରେ ବାହାରିଛି ବୋଲି ମନ୍ତ୍ରୀ କହିଛନ୍ତି। ଅନ୍ୟପକ୍ଷରେ ଏବେ ସୁଭଦ୍ରା ଯୋଜନାରେ ସାଇଟ ସମସ୍ୟା ରହୁଛି ବୋଲି ଅଙ୍ଗନାବାଡିକର୍ମୀ ମାନେ ମନ୍ତ୍ରୀଙ୍କୁ କହିଥିଲେ। ଏହି ସମସ୍ୟାର ସମଧାନ ହୋଇଯିବ ବୋଲି ମନ୍ତ୍ରୀ କହିଛନ୍ତି। ଉପସ୍ଥିତ ଅଙ୍ଗନାବାଡିକର୍ମୀଙ୍କୁ ମଧ୍ୟ ଏହି ଯୋଜନା ସଂପର୍କରେ ବୁଝାଇଥିଲେ। ଏହି ରଥ ଆସନ୍ତା ୧୬ ତାରିଖ ପ୍ରଯ୍ୟନ୍ତ ଗାଁ ଗାଁ ବୁଲି ସଚେତନତା କରିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ଆଜିର କାର୍ଯ୍ୟକ୍ରମରେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ, ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡା,ଗଞ୍ଜାମ ଏସପି ଜଗମୋହନ ମୀନା, ଜିଲା ପରିଷଦ ସିଡିଓ ମଧୁମିତା, ବିଡିଓ ସୁଶାନ୍ତ କୁମାର ବରାଳଙ୍କ ସମେତ ଅଙ୍ଗନାବଡିକର୍ମୀ, ମିଶନଶକ୍ତି ମହିଳା ପ୍ରମୁଖ ଉପସ୍ଥିତ ଥିଲେ।

 

- Advertisement -

 

Hot this week

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

Related Articles

Popular Categories