www.samajalive.in
Saturday, December 6, 2025
23.1 C
Bhubaneswar

ଜମ୍ମୁରେ କିଏ ଗଢିବ ସରକାର; କାଶ୍ମୀରରୁ କଂଗ୍ରେସକୁ ଟାର୍ଗେଟ କଲେ ଶାହ

ସମାଜ ଡିଜିଟାଲ ଡେସ୍କ: ଜମ୍ମୁ-କାଶ୍ମୀର ବିଧାନସଭା ନିର୍ବାଚନ ପାଇଁ ଜୋରଦାର ପ୍ରଚାର କରୁଛନ୍ତି କେନ୍ଦ୍ରଗୃହ ମନ୍ତ୍ରୀ ଅମିତ ଶାହ। ଦୁଇ ଦିନିଆ ଜମ୍ମୁ-କାଶ୍ମୀର ଗସ୍ତରେ ଯାଇ ବିଜେପିର ନିର୍ବାଚନୀ ଇସ୍ତାହାର ଉନ୍ମୋଚନ କରିବା ସହ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଛନ୍ତି। ଆଜି ଜନସଭାକୁ ସମ୍ବୋଧନ କରି ଶାହ କହିଛନ୍ତି ଯେ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିବା ଐତିହାସିକ ନିଷ୍ପତ୍ତି ହୋଇଛି ଏବଂ ଏହା କେବେ ଫେରିବ ନାହିଁ। କର୍ମୀଙ୍କୁ ସମ୍ବୋଧନ କରି ଶାହ କହିଛନ୍ତି ଯେ ଜମ୍ମୁବାସୀ ନିଷ୍ପତ୍ତି ନେବେ ଏଠାରେ କିଏ ପରବର୍ତ୍ତୀ ସରକାର ଗଢିବ। କିଛି ଲୋକ ଏନସି ଏବଂ କଂଗ୍ରେସର ସରକାର ହେଉଛି ବୋଲି ଗୁଜବ ପ୍ରଚାର କରିବାରେ ଲାଗିଛନ୍ତି। ଜମ୍ମୁରେ ଫାରୁକ ଓ କଂଗ୍ରେସର ସରକାର କେବେ ବି ଗଠନ ହୋଇପାରିବ ନାହିଁ। ଜମ୍ମୁବାସୀଙ୍କୁ ଆତଙ୍କବାଦ ଆବଶ୍ୟକ ନା ଶାନ୍ତି ଏବଂ ବିକାଶ କାର୍ଯ୍ୟ। ବିଜେପି ସରକାର ଜମ୍ମୁରେ ୩୨ହଜାର କୋଟିରୁ ଅଧିକ ଉନ୍ନୟନ ମୂଳକ କାର୍ଯ୍ୟ କରିଛି। ଏହି ବିକାଶ କାର୍ଯ୍ୟ ମୋଦୀ ସରକାର ନେଇ ଆସିଛନ୍ତି ବୋଲି ଶାହ କହିଛନ୍ତି।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories