www.samajalive.in
Friday, December 5, 2025
20.1 C
Bhubaneswar

୮ରେ କୋଟିଏଙ୍କୁ ସୁଭଦ୍ରା ସହାୟତା

ଭୁବନେଶ୍ବର : ମାର୍ଚ୍ଚ ୮ ଅନ୍ତର୍ଜାତୀୟ ମହିଳା ଦିବସରେ ଏକ କୋଟି ମହିଳାଙ୍କୁ ସୁଭଦ୍ରା ଟଙ୍କା ମିଳିବ। ପ୍ରଥମ ପର୍ଯ୍ୟାୟର ୪ଟି କିସ୍ତିରେ ପ୍ରାୟ ୯୭ ଲକ୍ଷରୁ ଊର୍ଦ୍ଧ୍ବ ମହିଳାଙ୍କୁ ଯୋଜନାରେ ଅନ୍ତର୍ଭୁକ୍ତ କରି ୫ହଜାର ଟଙ୍କା ଲେଖାଏଁ ଦିଆଯାଇଛି। ଏନ୍‌ପିସିଆର ଠିକ୍ ହୋଇଥିବାରୁ ୨ଲକ୍ଷରୁ ଊର୍ଦ୍ଧ୍ବ ମହିଳାଙ୍କୁ ପୁଣି ସୁଭଦ୍ରା ଯୋଜନାରେ ସାମିଲ କରି କୋଟିଏ ହିତାଧିକାରୀଙ୍କୁ ଦ୍ବିତୀୟ ପର୍ଯ୍ୟାୟର କିସ୍ତି ଟଙ୍କା ଦିଆଯିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବ୍ରହ୍ମପୁରରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରି ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଟଙ୍କା ହସ୍ତାନ୍ତର କରିବେ ବୋଲି ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ଶ୍ରୀମତୀ ପରିଡ଼ା କହିଥିଲେ, ସୁଭଦ୍ରାରେ ମହିଳାଙ୍କ ସଂଖ୍ୟା କୋଟିଏ ଛୁଇଁବ ବୋଲି ପୂର୍ବରୁ ସରକାର କହିଥିଲେ। ମାର୍ଚ୍ଚ ୮ରେ ଏହି ଲକ୍ଷ୍ୟ ପୂରଣ ହେବାକୁ ଯାଉଛି। ମହିଳା ଓ ଶିଶୁ ବିକାଶ ବିଭାଗ ସଚିବଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଗଠିତ ସୁଭଦ୍ରା ଦଳ କୋଟିଏ ମହିଳାଙ୍କ ପାଖରେ ଆର୍ଥିକ ସହାୟତା ପହଞ୍ଚାଇବାରେ ସକ୍ଷମ ହେବେ। ବ୍ରହ୍ମପୁରରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରି ମହିଳାଙ୍କୁ ଆର୍ଥିକ କ୍ଷେତ୍ରରେ ସ୍ବାବଲମ୍ବୀ କରିବାକୁ କିସ୍ତି ଟଙ୍କା ଦିଆଯିବ। ପ୍ରଥମ ପର୍ଯ୍ୟାୟରେ ୫ହଜାର ଟଙ୍କା ପାଇଥିବା ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଦ୍ବିତୀୟ ପର୍ଯ୍ୟାୟରେ ୫ହଜାର ଟଙ୍କା ଦିଆଯିବ। ଯେଉଁ ୨ଲକ୍ଷରୁ ଊର୍ଦ୍ଧ୍ବ ମହିଳା ପ୍ରଥମ ପର୍ଯ୍ୟାୟର କିସ୍ତି ଟଙ୍କା ପାଇନାହାନ୍ତି ସେମାନଙ୍କ ବ୍ୟାଙ୍କ ଖାତାକୁ ପ୍ରଥମ ଏବଂ ଦ୍ବିତୀୟ ପର୍ଯ୍ୟାୟର କିସ୍ତି ଟଙ୍କା ମିଶି ମୋଟ ୧୦ ହଜାର ଟଙ୍କା ପଠାଯିବ। ବାଲ୍ୟବିବାହ ରୋକିବାରେ ମାନସିକସ୍ତରରେ ଝିଅମାନେ ପ୍ରସ୍ତୁତ ହୁଅନ୍ତୁ। ସମାଜରେ ନିଜକୁ କିଶୋରୀ ଅବସ୍ଥାରେ ବିଭିନ୍ନ ଘଟଣାକୁ ସମ୍ମୁଖୀନ ହେବାର ସାହସ ରଖନ୍ତୁ। ଏଥିପାଇଁ ଯୋଗ କରିବାକୁ ପଡ଼ିବ ଏବଂ ନିୟମିତ ଭାବେ ଅଭ୍ୟାସ କରିବାକୁ ହେବ। ମା’ମାନେ ମଧ୍ୟ ନିଜ ଝିଅକୁ କିଶୋରୀ ଅବସ୍ଥାରେ ଏଥିପାଇଁ ପ୍ରସ୍ତୁତ କରାଇବା ଦରକାର। ମହିଳାମାନେ ସଶକ୍ତ ହେଲେ ନାରୀଶକ୍ତି ସକ୍ରିୟ ହେବ ବୋଲି ଶ୍ରୀମତୀ ପରିଡ଼ା କହିଥିଲେ।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories