www.samajalive.in
Saturday, December 6, 2025
26.1 C
Bhubaneswar

ଆଜିଠୁ ‘ସୁଭଦ୍ରା’ ଶକ୍ତି ମେଳା: ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଆଜିଠାରୁ ମାର୍ଚ୍ଚ ୨ ତାରିଖ ପର୍ଯ୍ୟନ୍ତ ଜନତା ମୈଦାନରେ ‘ସୁଭଦ୍ରା’ ଶକ୍ତିି ମେଳା ଅନୁଷ୍ଠିତ ହେବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମିଶନ ଶକ୍ତି ଭବନରେ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ରାଜ୍ୟରେ ପ୍ରଥମ ଥର ପାଇଁ ‘ସୁଭଦ୍ରା’ ଶକ୍ତି ମେଳା ଆୟୋଜନ କରାଯାଉଛି। ଏଥିରେ ସ୍ବୟଂ ସହାୟକ ଗୋଷ୍ଠୀ ଓ ଉତ୍ପାଦକ ଗୋଷ୍ଠୀ ଦ୍ବାରା ୩୦୦ ଷ୍ଟଲ୍‌ ବ୍ୟବସ୍ଥା କରାଯିବ। ଏହି ୯ ଦିନିଆ ପ୍ରଦର୍ଶନୀରେ ହସ୍ତଶିଳ୍ପ ଏବଂ ଜୈବିକ ଉତ୍ପାଦର ବିବିଧ ସାମଗ୍ରୀ ପ୍ରଦର୍ଶିତ ହେବ। ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ଏହାକୁ ଉଦ୍‌ଘାଟନ କରିବେ। ହସ୍ତଶିଳ୍ପ, ଟେରାକୋଟା, ବାଉଁଶ ଶିଳ୍ପ, ହସ୍ତତନ୍ତ ଓ ଘରୋଇ ସାମଗ୍ରୀ, ସ୍ବାସ୍ଥ୍ୟ ଏବଂ ୱେଲନେସ୍‌ ଉତ୍ପାଦ, ଜୈବିକ ଖାଦ୍ୟ ସାମଗ୍ରୀ, ମସଲା ଏବଂ ମିଲେଟ୍-ଭିତ୍ତିକ ବ୍ୟଞ୍ଜନ ଇତ୍ୟାଦି ଉଚ୍ଚଗୁଣବତ୍ତା ଏବଂ ଦୀର୍ଘସ୍ଥାୟୀ ଉତ୍ପାଦ ପ୍ରଦର୍ଶିତ ହେବ। ‘ସୁଭଦ୍ରା’ ଶକ୍ତି ମେଳା ଗ୍ରାମୀଣ ମହିଳା ଉଦ୍ୟୋଗୀଙ୍କୁ କ୍ରେତା, ବ୍ୟବସାୟ ଏବଂ ବଜାର ସହିତ ସଂଯୋଗ କରିବ।

Hot this week

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

Related Articles

Popular Categories