www.samajalive.in
Saturday, December 6, 2025
23.1 C
Bhubaneswar

‘ସୁଭଦ୍ରା’ ଶୁଭାରମ୍ଭ ପ୍ରସ୍ତୁତି ତଦାରଖ ପାଇଁ ଗଠିତ ପ୍ରଶାସନିକ ସ୍ତରୀୟ ବିଭିନ୍ନ କମିଟିର ସମନ୍ୱୟ ବୈଠକ

ଭୁବନେଶ୍ୱର:  ଆଗାମୀ ୧୭ତାରିଖରେ ମହିଳାମାନଙ୍କ ପାଇଁ ଉଦ୍ଦିଷ୍ଟ ଜନକଲ୍ୟାଣକାରୀଯୋଜନା “ସୁଭଦ୍ରା”ର ଶୁଭାରମ୍ଭ ହେବ । ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱରର  ଜନତା ମଇଦାନରେ ବିଶିଷ୍ଟ ଅତିଥି, ହିତାଧିକାରୀମହିଳା ଓ ଅନ୍ୟ ବିଭିନ୍ନ ବର୍ଗର ଜନସାଧାରଣଙ୍କର ବୃହତ ସମାବେଶ ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମରେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୁବନେଶ୍ୱର ଆସି ଯୋଗଦାନ କରିବାକୁ ଥିବାରୁ  ଏଥିପାଇଁ ରାଜ୍ୟ ପ୍ରଶାସନ ତରଫରୁ ବ୍ୟାପକ ପ୍ରସ୍ତୁତି ଜାରି ରହିଛି ।

ଏହି ଶୁଭାରମ୍ଭ କାର୍ଯ୍ୟକ୍ରମକୁ ତଦାରଖ ଏବଂ ସୁପରିଚାଳନା  ପରିପ୍ରେକ୍ଷୀରେ ପ୍ରଶାସନିକ  ସ୍ତରରେ ଗଠିତ ରାଜ୍ୟସ୍ତରୀୟ କାର୍ଯ୍ୟନିର୍ବାହୀ କମିଟି ସହିତ ସଂଯୁକ୍ତ  ବିଭିନ୍ନ କମିଟିର ସମନ୍ୱୟ ବୈଠକ ଆଜି ଅପରାହ୍ଣରେ ମୁଖ୍ୟ ଶାସନ ସଚିବ ତଥା କାର୍ଯ୍ୟନିର୍ବାହୀ କମିଟିର ଅଧ୍ୟକ୍ଷ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି ।

- Advertisement -

ବୈଠକରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ଅତିରିକ୍ତ ମୁଖ୍ୟ ଶାସନ ସଚିବ,ଗୃହ ବିଭାଗ ଶ୍ରୀ ସତ୍ୟବ୍ରତ ସାହୁଙ୍କ ସମେତ କାର୍ଯ୍ୟ ନିର୍ବାହୀ କମିଟିର ସଦସ୍ୟ ଥିବା ବିଭିନ୍ନ କମିଟିର ପ୍ରମୁଖ ଶାସନ , ଶାସନ ସଚିବ , ବିଏମସିକମିଶନର , ବିଡିଏ, ଉପାଧ୍ୟକ୍ଷଙ୍କ ସମେତ କମିଟିର ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ ।

ବିଭିନ୍ନ କମିଟି ମଧ୍ୟରେ କାର୍ଯ୍ୟକ୍ରମ ସ୍ଥଳ ପରିଚାଳନା କମିଟି, ଅତିଥି ଅଭ୍ୟର୍ଥନା କମିଟି, ସାଂସ୍କୃତିକ କାର୍ଯ୍ୟକ୍ରମ କମିଟି, ସହର ସୌନ୍ଦର୍ଯ୍ୟକରଣ କମିଟି, ଲୋକସମ୍ପର୍କ କମିଟି, ମହିଳାମାନଙ୍କ ଅଂଶଗ୍ରହଣ ଦୃଷ୍ଟିରୁ ଗଠିତ ନାରୀ ଶକ୍ତି କମିଟି, ସମସ୍ତ କାର୍ଯ୍ୟ ସମନ୍ୱୟ ରଖିବା ପାଇଁ ସମନ୍ୱୟ କମିଟି ଆଦି ସେମାନଙ୍କର କାର୍ଯ୍ୟ ଅଗ୍ରଗତି ଓ ସ୍ଥିତି ସମ୍ପର୍କରେ ବୈଠକରେ ସୂଚନା ପ୍ରଦାନ କରିଥିଲେ ।

ସମସ୍ତ କମିଟିମାନଙ୍କୁ ସେମାନଙ୍କର କାର୍ଯ୍ୟ ଅଧିକ ତ୍ୱରାନ୍ୱିତ କରିବାକୁ ମୁଖ୍ୟ ଶାସନ ସଚିବ  ବୈଠକରେ ନିର୍ଦ୍ଦେଶ ଦେବା ସହ ଆବଶ୍ୟକ ପରାମର୍ଶ ଦେଇଛନ୍ତି । ଆସନ୍ତା କାଲି ସୁଦ୍ଧା କମିଟି ସେମାନଙ୍କର ସଦ୍ୟତମ କାର୍ଯ୍ୟ ଅଗ୍ରଗତି ସଂପର୍କରେ ଜଣାଇବାକୁ କାର୍ଯ୍ୟ ନିର୍ବାହୀ କମିଟି ପରାମର୍ଶ ଦେଇଛନ୍ତି ।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories