www.samajalive.in
Saturday, December 6, 2025
26.1 C
Bhubaneswar

ଏଲଭି ପ୍ରସାଦ ଚକ୍ଷୁ ଚିକିତ୍ସାଳୟ ଦ୍ୱାରା ୧୪ ତମ ଚକ୍ଷୁ ବ୍ୟାଙ୍କ୍ ଓ ସ୍ୱଚ୍ଛ ପଟଳ ଜାତୀୟ ସମ୍ମିଳନୀ

ଭୁବନେଶ୍ୱର : ଏଲଭି ପ୍ରସାଦ ଚକ୍ଷୁ ଚିକିତ୍ସାଳୟର ୧୪ ତମ ଚକ୍ଷୁ ବ୍ୟାଙ୍କ୍ ଓ ସ୍ୱଚ୍ଛ ପଟଳ ସମ୍ବନ୍ଧୀୟ ଜାତୀୟ ସମ୍ମିଳନୀ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ମୁଖ୍ୟଅତିଥି ରୂପେ ଯୋଗଦାନ କରି କହିଥିଲେ ଯେ, ଅଙ୍ଗଦାନ କରି ଯେପରି ଜଣେ ବ୍ୟକ୍ତିକୁ ଆମେ ଜୀବନ ଦାନ ଦେଇପାରିବା ସେହିପରି ଚକ୍ଷୁଦାନ କରି ଆମେ ଜଣେ ବ୍ୟକ୍ତିକୁ ନିଜ ଆଖିରେ ଦୁନିଆ ଦେଖେଇପାରିବା । ଅନୁରୂପଭାବେ, ମୁଁ ମଧ୍ୟ ନିଜ ଆଖିକୁ ଦାନ କରିବାକୁ ପ୍ରସ୍ତୁତ।

ଭାରତରେ ବାସ କରୁଥିବା ଜନସଂଖ୍ୟାର ୧% ଦୃଷ୍ଟିହୀନ ଥିବାବେଳେ ଚକ୍ଷୁ ଦାନ ଓ ପ୍ରତିରୋପଣ ଦ୍ଵାରା ଆମେ ପରସ୍ପରକୁ ସାହାଯ୍ୟ କରିପାରିବା ଓ ସେମାନଙ୍କୁ ନିଜ ଆଖିରେ ଦୁନିଆ ଦେଖେଇ ପାରିବା। ଜୀବନରେ ଏହାଠାରୁ ବଡ ଉପଲବ୍ଧି ଆଉ କିଛି ହେଇ ନ ପାରେ।

- Advertisement -

ଓଡ଼ିଶାରେ ‘ଦୃଷ୍ଟିଦାନ ଚକ୍ଷୁ ବ୍ୟାଙ୍କ୍ ‘ ୨୦୦୭ ମସିହାରେ ଏଲ୍ ଭି ପ୍ରସାଦ ଚକ୍ଷୁ ଚିକିତ୍ସାଳୟ ଦ୍ଵାରା ଖୋଲାଯାଇଥିଲା। ଯାହା ଆଜି ଦେଶର ପ୍ରମୁଖ ୧୦ ଚକ୍ଷୁ ବ୍ୟାଙ୍କ୍ ଭିତରେ ସ୍ଥାନିତ ହୋଇପାରିଛି ଏବଂ ବର୍ଷକୁ ୧୫୦୦ରୁ ଉର୍ଦ୍ଧ୍ବ ଦାନ ଚକ୍ଷୁକୁ ସଂଗୃହିତ କରୁଛି । ଓଡ଼ିଶା ସରକାର ମଧ୍ୟ ଏହି ମହନୀୟ ପ୍ରୟାସକୁ ସହଯୋଗ କରି ସବୁ ଜିଲ୍ଲାସ୍ତରୀୟ ମେଡ଼ିକାଲ ଗୁଡ଼ିକରେ ଚକ୍ଷୁ ଦାନ ପାଇଁ ସହଜ ଓ ସରଳ ପ୍ରାବଧାନ କରିଛନ୍ତି। ଏହି ପରିପ୍ରେକ୍ଷୀରେ ସାଧାରଣ ଜନତାଙ୍କୁ ଚକ୍ଷୁ ଦାନ ଭଳି ମହତ୍ କାର୍ଯ୍ୟରେ ନିଜକୁ ଅଂଶୀଦାର ହେବା ପାଇଁ ଆହ୍ବାନ ଦେଇଥିଲେ ।

କାର୍ଯ୍ୟକ୍ରମ ପ୍ରାରମ୍ଭରେ ଚକ୍ଷୁ ବ୍ୟାଙ୍କ ଆସୋସିଏସନର ସଚିବ ଡ଼ ସୁଜାତା ଦାସ ସ୍ୱାଗତ ଭାଷଣ ଦେଇଥିବାବେଳେ ଉପସଭାପତି ଡ଼ ନମ୍ରତା ଶର୍ମା, ସଭାପତି ଡ଼ ପରିହାର, ଡ଼ ସୁବଳ କିଶୋର କର, ଡ଼ ପ୍ରଶାନ୍ତ ଗର୍ଗ, ନଳିନୀ ଶର୍ମା ପ୍ରମୁଖ ଉଦବୋଧନ ଦେଇଥିଲେ। ଡ଼ ଶ୍ରୀକାନ୍ତ କୁମାର ସାହୁ ଧନ୍ୟବାଦ ଜଣାଇଥିଲେ ।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories