www.samajalive.in
Saturday, December 13, 2025
26.1 C
Bhubaneswar

ଏଲଭି ପ୍ରସାଦ ଚକ୍ଷୁ ଚିକିତ୍ସାଳୟ ଦ୍ୱାରା ୧୪ ତମ ଚକ୍ଷୁ ବ୍ୟାଙ୍କ୍ ଓ ସ୍ୱଚ୍ଛ ପଟଳ ଜାତୀୟ ସମ୍ମିଳନୀ

ଭୁବନେଶ୍ୱର : ଏଲଭି ପ୍ରସାଦ ଚକ୍ଷୁ ଚିକିତ୍ସାଳୟର ୧୪ ତମ ଚକ୍ଷୁ ବ୍ୟାଙ୍କ୍ ଓ ସ୍ୱଚ୍ଛ ପଟଳ ସମ୍ବନ୍ଧୀୟ ଜାତୀୟ ସମ୍ମିଳନୀ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ମୁଖ୍ୟଅତିଥି ରୂପେ ଯୋଗଦାନ କରି କହିଥିଲେ ଯେ, ଅଙ୍ଗଦାନ କରି ଯେପରି ଜଣେ ବ୍ୟକ୍ତିକୁ ଆମେ ଜୀବନ ଦାନ ଦେଇପାରିବା ସେହିପରି ଚକ୍ଷୁଦାନ କରି ଆମେ ଜଣେ ବ୍ୟକ୍ତିକୁ ନିଜ ଆଖିରେ ଦୁନିଆ ଦେଖେଇପାରିବା । ଅନୁରୂପଭାବେ, ମୁଁ ମଧ୍ୟ ନିଜ ଆଖିକୁ ଦାନ କରିବାକୁ ପ୍ରସ୍ତୁତ।

ଭାରତରେ ବାସ କରୁଥିବା ଜନସଂଖ୍ୟାର ୧% ଦୃଷ୍ଟିହୀନ ଥିବାବେଳେ ଚକ୍ଷୁ ଦାନ ଓ ପ୍ରତିରୋପଣ ଦ୍ଵାରା ଆମେ ପରସ୍ପରକୁ ସାହାଯ୍ୟ କରିପାରିବା ଓ ସେମାନଙ୍କୁ ନିଜ ଆଖିରେ ଦୁନିଆ ଦେଖେଇ ପାରିବା। ଜୀବନରେ ଏହାଠାରୁ ବଡ ଉପଲବ୍ଧି ଆଉ କିଛି ହେଇ ନ ପାରେ।

- Advertisement -

ଓଡ଼ିଶାରେ ‘ଦୃଷ୍ଟିଦାନ ଚକ୍ଷୁ ବ୍ୟାଙ୍କ୍ ‘ ୨୦୦୭ ମସିହାରେ ଏଲ୍ ଭି ପ୍ରସାଦ ଚକ୍ଷୁ ଚିକିତ୍ସାଳୟ ଦ୍ଵାରା ଖୋଲାଯାଇଥିଲା। ଯାହା ଆଜି ଦେଶର ପ୍ରମୁଖ ୧୦ ଚକ୍ଷୁ ବ୍ୟାଙ୍କ୍ ଭିତରେ ସ୍ଥାନିତ ହୋଇପାରିଛି ଏବଂ ବର୍ଷକୁ ୧୫୦୦ରୁ ଉର୍ଦ୍ଧ୍ବ ଦାନ ଚକ୍ଷୁକୁ ସଂଗୃହିତ କରୁଛି । ଓଡ଼ିଶା ସରକାର ମଧ୍ୟ ଏହି ମହନୀୟ ପ୍ରୟାସକୁ ସହଯୋଗ କରି ସବୁ ଜିଲ୍ଲାସ୍ତରୀୟ ମେଡ଼ିକାଲ ଗୁଡ଼ିକରେ ଚକ୍ଷୁ ଦାନ ପାଇଁ ସହଜ ଓ ସରଳ ପ୍ରାବଧାନ କରିଛନ୍ତି। ଏହି ପରିପ୍ରେକ୍ଷୀରେ ସାଧାରଣ ଜନତାଙ୍କୁ ଚକ୍ଷୁ ଦାନ ଭଳି ମହତ୍ କାର୍ଯ୍ୟରେ ନିଜକୁ ଅଂଶୀଦାର ହେବା ପାଇଁ ଆହ୍ବାନ ଦେଇଥିଲେ ।

କାର୍ଯ୍ୟକ୍ରମ ପ୍ରାରମ୍ଭରେ ଚକ୍ଷୁ ବ୍ୟାଙ୍କ ଆସୋସିଏସନର ସଚିବ ଡ଼ ସୁଜାତା ଦାସ ସ୍ୱାଗତ ଭାଷଣ ଦେଇଥିବାବେଳେ ଉପସଭାପତି ଡ଼ ନମ୍ରତା ଶର୍ମା, ସଭାପତି ଡ଼ ପରିହାର, ଡ଼ ସୁବଳ କିଶୋର କର, ଡ଼ ପ୍ରଶାନ୍ତ ଗର୍ଗ, ନଳିନୀ ଶର୍ମା ପ୍ରମୁଖ ଉଦବୋଧନ ଦେଇଥିଲେ। ଡ଼ ଶ୍ରୀକାନ୍ତ କୁମାର ସାହୁ ଧନ୍ୟବାଦ ଜଣାଇଥିଲେ ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories