Patra electronics

ବାରିପଦାରେ ଦୁର୍ଘଟଣା: ୪ ମୃତ

ବାରିପଦା: ବାରିପଦାର ପୃଥକ୍ ପୃଥକ୍ ଦୁଇଟି ସ୍ଥାନରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରଙ୍ଗମାଟିଆ ଲୁଲୁଙ୍ଗ ରାସ୍ତାରେ ଗଛରେ ପିଟି ହୋଇ ଏକ ବୋଲେରୋ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ବୋଲେରୋ ଡ୍ରାଇଭର ସମେତ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୯ ଜଣ ଆହତ ହୋଇଥିବା ସୂଚନା ମିଳିଛି। ଏମାନେ କରମ୍ ପାଟରେ ସାମିଲ ହେବାକୁ କୁଳଡିହାରୁ ତାରାଯୋଡିକୁ ଯାଉଥିବାବେଳେ ଏଭଳି ଅଘଟଣ ଘଟିଛି। ସେପଟେ  ପାଲବଣି ବାଇପାସରେ ଟ୍ରକ-ବାଇକ୍ ଧକ୍କା ହୋଇଛି। ଟ୍ରକଟି ରାସ୍ତା କଡରେ ଛିଡା ହୋଇଥିବାବେଳେ ଏକ ବାଇକ୍ ପଛରୁ ପିଟି ହୋଇଯାଇଛି। ଫଳରେ ଦୁଇ ବାଇକ୍ ଆରୋହୀଙ୍କର ମୃତ୍ୟୁ ଘଟିଛି। ପରେ ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।

Comments are closed.