www.samajalive.in
Monday, December 15, 2025
24.1 C
Bhubaneswar

ରାଜ୍ୟସାରା ଚାଲୁଛି ‘ସୁଭଦ୍ରା’ କାର୍ଯ୍ୟକାରିତାର ତାଲିମ କାର୍ଯ୍ୟକ୍ରମ: ଲୋକଙ୍କ ପାଖରେ ଠିକ ଖବର ପହଞ୍ଚାଇବାକୁ ଦିଆଯାଉଛି ଗୁରୁତ୍ୱ, ମାର୍ଗଦର୍ଶିକାକୁ ଘରେ ଘରେ ପହଞ୍ଚାଇବାର ଉଦ୍ୟମ

ଭୁବନେଶ୍ୱର: ‘ସୁଭଦ୍ରା” ଯୋଜନାକୁ ଘରେ ଘରେ ପହଞ୍ଚାଇବା ପାଇଁ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଉଭୟ ରାଜ୍ୟ ଓ ଜିଲ୍ଲାସ୍ତରରେ ତାଲିମ କାର୍ଯ୍ୟକ୍ରମ ଆରମ୍ଭ ହୋଇସାରିଛି। ‘ସୁଭଦ୍ରା’ ଯୋଜନାର ମାର୍ଗଦର୍ଶିକା ଜାରି ହେବା ପରେ ପରେ ରାଜ୍ୟସାରା ଏହି ତାଲିମ କାର୍ଯ୍ୟକ୍ରମକୁ ବ୍ୟାପକ ଭାବରେ ଅନୁଷ୍ଠିତ କରାଯାଉଛି। ଏହି ତାଲିମ କାର୍ଯ୍ୟକ୍ରମକୁ ରାଜ୍ୟ ପ୍ରଶାସନରେ ଉଚ୍ଚସ୍ତରରୁ ଆରମ୍ଭ କରି ତୃଣମୂଳସ୍ତର ପର୍ଯ୍ୟନ୍ତ କାର୍ଯ୍ୟକାରୀ କରାଯାଉଛି।

ଆବେଦନକାରୀଙ୍କୁ ସଠିକ ସୂଚନା ପ୍ରଦାନ, ଆବେଦନ ପ୍ରକ୍ରିୟାକୁ ଠିକ ଭାବରେ ନିର୍ବାହ କରି ମାର୍ଗଦର୍ଶିକା ଅନୁସାରେ ସୁଭଦ୍ରା ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା, ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଓ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା, ରାଜ୍ୟର ସମସ୍ତ ଜିଲ୍ଲାପାଳ, ରାଜସ୍ବ ଆୟୁକ୍ତ ଓ ଅନ୍ୟ ସମସ୍ତ ମହାନଗର ନିଗମ କମିଶନରମାନଙ୍କ ସହ ଆଭାଷୀ ବ୍ୟବସ୍ଥା ମାଧ୍ୟମରେ ଆଲୋଚନା କରିଥିଲେ। ମହିଳା ଶିଶୁ ବିକାଶ ବିଭାଗ ତଥା ଆଇସିଡିଏସ ଓ ସମାଜ କଲ୍ୟାଣ ବିଭାଗର ନିର୍ଦ୍ଦେଶିକା ମୋନିଶା ବାନାର୍ଜୀଙ୍କ ଦ୍ବାରା ବିଭାଗୀୟ କର୍ମକର୍ତ୍ତାମାନଙ୍କୁ “ସୁଭଦ୍ରା”ର ମାର୍ଗଦର୍ଶିକା ସମ୍ବନ୍ଧୀୟ ତାଲିମ ପ୍ରଦାନ କରାଯାଇଥିଲା।

- Advertisement -

ଜିଲା ସମାଜ କଲ୍ୟାଣ ଅଧିକାରୀ, ପୋଷଣ ଜିଲ୍ଲା ସଂଯୋଜକ, ଜିଲ୍ଲା ପ୍ରକଳ୍ପ ସଂଯୋଜକ- ମମତା, ଏନଓପି ପରିଚାଳକ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀମାନେ ବିଭାଗୀୟ ଅତିରିକ୍ତ ସଚିବଙ୍କ ଦ୍ୱାରା ଆଭାଷୀ ବ୍ୟବସ୍ଥା ମାଧ୍ୟମରେ ତାଲିମ ପାଇଥିଲେ। ଜିଲ୍ଲାସ୍ତରୀୟ ତାଲିମ କାର୍ଯ୍ୟକ୍ରମରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶାନୁସାରେ ପ୍ରତି ଜିଲ୍ଲାରେ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ,ଆଇସିଡ଼ିଏସ ସୁପରଭାଇଜର, ଆଶାକର୍ମୀ, ଅଙ୍ଗନବାଡି କର୍ମୀ/ ସହାୟିକା ,ମାଷ୍ଟର ବୁକ କିପର(ଏମବିକେ), କମ୍ୟୁନିଟି ରିସୋର୍ସ ପର୍ସନ(ସିଆରପି)ମାନଙ୍କୁ ବ୍ୟାପକ ତାଲିମ ଦିଆଯାଉଛି। ଏହା ସହ ଓକାକ୍,କଲ ସେଣ୍ଟର(୧୪୬୭୮), ମୋ ସେବା କେନ୍ଦ୍ର ଓ ସାଧାରଣ ସେବା କେନ୍ଦ୍ରରେ କାର୍ଯ୍ୟରତ କର୍ମଚାରୀମାନଙ୍କୁ ମଧ୍ୟ ତାଲିମ ପ୍ରଦାନ କରାଯାଉଛି।

ସୁଭଦ୍ରା ମାର୍ଗଦର୍ଶିକା ଅନୁସାରେ ଯୋଗ୍ୟ ହିତାଧିକାରୀଙ୍କ ଚୟନ, ହିତାଧିକାରୀମାନେ କିପରି ସୁବିଧାରେ ଫର୍ମ ପାଇବେ, ଫର୍ମ ସଂଗ୍ରହ ଓ ବିତରଣ, ଫର୍ମ ପୂରଣ ପରେ ପଞ୍ଜୀକରଣ, ଆବେଦନକାରୀଙ୍କୁ ଚିହ୍ନଟ ପାଇଁ ଇ-କେୱାଇସି ଯାଞ୍ଚ, ଯୋଜନାର କାର୍ଯ୍ୟକାରିତା ସମ୍ପର୍କରେ ଏହି ତାଲିମ କାର୍ଯ୍ୟକ୍ରମରେ ବୁଝାଯାଉଛି। ଯୋଜନାର କାର୍ଯ୍ୟକରିତାକୁ ଭଲ ଭାବେ ବୁଝିବା ନିମନ୍ତେ ଏହି ତାଲିମ କାର୍ଯ୍ୟକ୍ରମକୁ ଏକାଧିକ ବାର ଅନୁଷ୍ଠିତ କରାଯାଉଛି। ଅଙ୍ଗନବାଡୀ କର୍ମୀ ଓ ସହାୟିକା, ଆଶା କର୍ମୀମାନଙ୍କ ଦ୍ବାରା ଗାଁ ଗାଁ ଘରେ ଘରେ “ସୁଭଦ୍ରା” ଯୋଜନା ସମ୍ବନ୍ଧରେ ସଚେତନ କରାଯାଉଛି।

Hot this week

ଶୁକ୍ର ନକ୍ଷତ୍ର ପରିବର୍ତ୍ତନ: ବର୍ଷ ଶେଷରେ ତିନି ରାଶି ହେବେ ମାଲାମାଲ

ସମାଜ ଡିଜିଟାଲ ଡେସ୍କ: ସବୁଗ୍ରହ ମାନଙ୍କ ମଧ୍ୟରେ ଶୁକ୍ର ଗ୍ରହ ହେଉଛନ୍ତି...

ଧର୍ମଶାଳା ଗଣ୍ଡଗୋଳ ; କାର୍ଯ୍ୟାନୁଷ୍ଠାନ ଦାବି କଲେ ନବୀନ

ସମାଜ ଲାଇଭ ଡ଼େସ୍କ : ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ...

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

Related Articles

Popular Categories