ମହାନଦୀରେ ଭାସି ଶ୍ରମିକ ମୃତ

ସୁବର୍ଣ୍ଣପୁର: ବୀରମହାରାଜପୁର ଦେଉଁଳି ବାଉଁଶୁଣି ସେତୁ କାମବେଳେ ଅଘଟଣ। ସେତୁ କାମ ବେଳେ ଜଣେ ଶ୍ରମିକ ଭାସିଯାଇ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ବୀରମହାରାଜପୁର ଦେଉଁଳି ବାଉଁଶୁଣି ସେତୁ କାମବେଳେ ମହାନଦୀର ପ୍ରଖର ସ୍ରୋତରେ ବିହାରର ଜଣେ ଶ୍ରମିକ ଭାସିଯାଇଥିଲେ। ମହାନଦୀରେ ଭାସିଯାଇଥିବା ଶ୍ରମିକଙ୍କ ମୃତଦେହ ଉଦ୍ଧାର କରାଯାଇଛି।

Comments are closed.