ସବଜେଲରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ

0

ଭୁବନେଶ୍ୱର: ଚିକିତ୍ସାଧିନ ଅବସ୍ଥାରେ ନିମାପଡା ସବଜେଲରେ ଥିବା ଜଣେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ଘଟିଛି । ଅସ୍ଥରଙ୍ଗର ବଳଭଦ୍ରପୁର ଅଞ୍ଚଳର ମୁନାବର ବିଶ୍ୱାଳ ବୋଲି ଜଣାପଡିଛି । ଗତକାଲି ସେ ପେଟରେ ଯନ୍ତ୍ରଣା ଅନୁଭବ କରିବାରୁ ନିମାପଡ଼ା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ଓ ପରେ ଭୁବନେଶ୍ୱରର କ୍ୟାପିଟାଲ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ପୁଲିସ ମୁନାବରଙ୍କ ଅସୁସ୍ଥ ଖବର ତାଙ୍କ ପରିବାରଲୋକଙ୍କୁ ଜଣାଇନଥିବା ଅଭିଯୋଗ ହୋଇଛି । ସୂଚନାଯୋଗ୍ୟ, ନିଜ ମା’ଙ୍କୁ ହତ୍ୟା କରିବା ଅଭିଯୋଗରେ ସେ ୨୦୧୫ରୁ ପୁରୀ ଜିଲ୍ଲା ନିମାପଡ଼ା ସବ୍ ଜେଲ୍‌ରେ ସଜ୍ଜା କାଟୁ ଥିଲେ ।

Leave A Reply