www.samajalive.in
Saturday, December 6, 2025
16.1 C
Bhubaneswar

ଗୋପାଳପୁର ଝୁମ୍ପୁଡି ବସ୍ତି ଥଇଥାନ ସ୍ଥାନ ତଦାରଖ କଲେ ଉପଜିଲ୍ଲାପାଳ 

ଗୋପାଳପୁର: ବ୍ରହ୍ମପୁର ଉପଜିଲ୍ଲାପାଳ ତଥା ଏନ୍ଏସି ପ୍ରଶାସକ ଭି. କୀର୍ତ୍ତି ଭାସନ ଗୋପାଳପୁରରେ ପହଞ୍ଚି ମେ ଫେର ନିକଟରେ ଥିବା ଝୂପୁଡ଼ି ବସ୍ତି ବାସିନ୍ଦାଙ୍କ ଥଇଥାନ ନିମନ୍ତେ ଚିହ୍ନଟ ହୋଇଥିବା ସ୍ଥାନ ପରିଦର୍ଶନ କରିଥିଲେ। ତୁରନ୍ତ ଚିହ୍ନଟ ସ୍ଥାନରେ ଗୃହ ନିର୍ମାଣ କାର୍ୟ୍ୟ ଆରମ୍ଭ କରାଯାଇ ଚିହ୍ନଟ ବସ୍ତି ବାସିନ୍ଦାଙ୍କୁ ଥଇଥାନ କରିବା ପାଇଁ କାର୍ୟ୍ୟ ନିର୍ବାହୀ ଅଧିକାରୀ ପ୍ରାଣନାଥ ଶେଠଙ୍କ ସହ ଆଲୋଚନା କରିଥିଲେ। ଏନେଇ ଉପଜିଲ୍ଲାପାଳଙ୍କ ସହ ଯୋଗାଯୋଗ ବେଳେ ସେ କହିଥିଲେ ଯେ ଉଚ୍ଛେଦ ଝୁମ୍ପୁଡି ବାସିନ୍ଦାଙ୍କ ପାଇଁ ଆଦର୍ଶ କଲୋନୀ ପ୍ରସ୍ତୁତି କରାଯିବ। ସେଠାରେ ବସ୍ତି ବାସିନ୍ଦାଙ୍କ ନିମନ୍ତେ ପାନୀୟ ଜଳର ବ୍ୟବସ୍ଥା, ଶିଶୁ ପାର୍କ, ବିଦ୍ୟୁତ୍ କରଣ, ରାସ୍ତା, ଡ୍ରେନ ବ୍ୟବସ୍ଥା, ବୈଠକ ଗୃହ ସମେତ ୫୦ଟି ଗୃହ ନିର୍ମାଣ କରାଯିବ ବୋଲି କହିଛନ୍ତି। ତଦାରଖ ବେଳେ କାର୍ୟ୍ୟ ନିର୍ବାହୀ ଅଧିକାରୀଙ୍କ ସମେତ କର୍ମଚାରୀ ଉପସ୍ଥିତ ଥିଲେ।

Hot this week

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

Related Articles

Popular Categories