www.samajalive.in
Saturday, December 6, 2025
16.1 C
Bhubaneswar

ମେଘା ସେକ୍ଟରରେ ଖୋଲା ମଳମୁକ୍ତ ଗାଁ ଦିବସ ପାଳିତ

ଆଠଗଡ : ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନ ମେଘା ସେକ୍ଟରରେ ଶୁକ୍ରବାର ଖୋଲା ମଳତ୍ୟାଗ ମୁକ୍ତ ଗାଁ ଦିବସ ପାଳନ ଅବସରରେ ଜନସଚେତନତା ସୃଷ୍ଟି କରାଯାଇଛି। ଏହି ସେକ୍ଟରର ସମୂହ ଗାଁ କଲ୍ୟାଣ ସମିତି ପକ୍ଷରୁ ବେଣ୍ଟପଦା ପଞ୍ଚାୟତର ରାଧାକାନ୍ତପାଟଣା ଅଙ୍ଗନୱାଡି କେନ୍ଦ୍ରଠାରେ ବିଶ୍ୱାସ କାର୍ଯ୍ୟକ୍ରମ ଅନ୍ତର୍ଗତ ଖୋଲା ମଳତ୍ୟାଗ ମୁକ୍ତ ଗାଁ ଦିବସ ଅବସରରେ ବରିଷ୍ଠ ବହୁମୁଖୀ ସ୍ୱାସ୍ଥ୍ୟ ପରିଦର୍ଶକ ମହମ୍ମଦ୍‍ ଅସଲମଙ୍କ ସଂଯୋଜନାରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଖୋଲା ସ୍ଥାନରେ ମଳତ୍ୟାଗ ଦ୍ୱାରା ବିଭିନ୍ନ ପ୍ରକାର ରୋଗ ସଂକ୍ରମଣ ହୋଇଥାଏ। ଏପରିକି ଛୋଟ ଶିଶୁଙ୍କ ମଳ ମଧ୍ୟ ସମାନ ଭାବେ ସଂକ୍ରମଣର କାରଣ ହୋଇଥାଏ। ଖୋଲାରେ ମଳତ୍ୟାଗ ଦ୍ୱାରା ଡାଇରିଆ, କାମଳ, ପୋଲିଓ, ଟାଇଫଏଡ ଓ ଚର୍ମରୋଗ ଦେଖାଦେବାର ସମ୍ଭାବନା ରହିଛି। ତା’ଛଡା ଖୋଲାରେ ମଳତ୍ୟାଗ ଲଜ୍ଜା ଜନକ ପରିସ୍ଥିତି ସୃଷ୍ଟି କରିଥାଏ ବୋଲି ଶ୍ରୀ ଅସଲମ ମତପ୍ରକାଶ କରିଥିଲେ।

ସମସ୍ତେ ଶୌଚାଳୟ ବ୍ୟବହାର କରିବା ଆବଶ୍ୟକ। ଶୌଚାଳୟ ନିର୍ମାଣ ପାଇଁ ସ୍ୱଚ୍ଛଭାରତ ମିଶନ ଜରିଆରେ ଶୌଚାଳୟ ନିର୍ମାଣ ପାଇଁ ସହାୟତା ମିଳୁଥିବାରୁ ଏହାର ସୁଯୋଗ ନେଇ ସହାୟତା ରାଶିର ଉପଯୁକ୍ତ ବିନିଯୋଗ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ଗ୍ରାମରେ ଥିବା ଖୋଲା ମଳତ୍ୟାଗ ଅଞ୍ଚଳକୁ ଉଦ୍ୟାନ ଓ ଅନ୍ୟାନ୍ୟ ସାମୁହିକ ଉପଯୋଗୀ ସ୍ଥାନଭାବେ ରୂପାନ୍ତରିତ କରିବା ପାଇଁ ସ୍ଥିର କରାଯାଇଥିଲା। ନିଜ ଶୌଚାଳୟକୁ ନିୟମିତ ପରିଷ୍କାର ପରିଚ୍ଛନ୍ନ ରଖିଲେ ରୋଗ ସଂକ୍ରମଣର ଆଶଙ୍କା ରହିବ ନାହିଁ ବୋଲି ଶ୍ରୀ ଅସଲମ ବୁଝାଇଥିଲେ। ଏହି କାର୍ଯ୍ୟକ୍ରମରେ ରାଧାକାନ୍ତ ପାଟଣା ଗାଁ କଲ୍ୟାଣ ସମିତିର ଅଧ୍ୟକ୍ଷା ସଂଯୁକ୍ତା ସାହୁ, ଆବାହିକା ଶୁଭଶ୍ରୀ ସାହୁ, ଆଶାକର୍ମୀ ବାସନ୍ତି ରାଉଳ, ଅଙ୍ଗନୱାଡି କର୍ମୀ ଅମ୍ବିକା ରାଓ, ସାମାଜିକ କର୍ମୀ ନିର୍ମଳ ଚନ୍ଦ୍ର ନାଥଙ୍କ ସମେତ ସ୍ୱାସ୍ଥ୍ୟକର୍ମୀ ଓ ଗାଁ କଲ୍ୟାଣ ସମିତିର ସଭ୍ୟମାନେ ଉକ୍ତ ଗ୍ରାମକୁ ବାହ୍ୟ ମଳମୁକ୍ତ ଗାଁ ଭାବେ ଗଢି ତୋଳିବା ଲାଗି ସଂକଳ୍ପ ପାଠ କରିଥିଲେ।

Hot this week

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

Related Articles

Popular Categories