ବାଙ୍କୀ: ପବିତ୍ର ହୋଲି ଅବସରରେ ସ୍ଥାନୀୟ କଚେରୀ ପଡିଆଠାରେ ପରମ୍ପରା କ୍ରମେ ଆୟୋଜିତ ମେଲଣ ଉତ୍ସବରେ ବିମାନରେ ଅଧିତିଷ୍ଠ ଥିବା ଶ୍ରୀଜୀଉ ଓ ଶ୍ରୀଦେବମାନଙ୍କୁ ସ୍ୱତନ୍ତ୍ର ଭୋଗ ସମର୍ପଣ କରିଛନ୍ତି ବାଙ୍କୀ ଉପଜିଲ୍ଲାପାଳ ରଂଜନ କୁମାର ଜେନା। ଚଳିତ ବର୍ଷ ସ୍ୱତନ୍ତ୍ର ନିଆରା ଢଙ୍ଗରେ ମେଲଣରେ ଯୋଗଦେଇଥିବା ବିଭିନ୍ନ ଗ୍ରାମର ୧୪ ଠାକୁରଙ୍କ ସମ୍ମୁଖରେ ଉପସ୍ଥିତ ରହି ସମସ୍ତଙ୍କର ମଙ୍ଗଳ କାମନା କରି ସମର୍ପଣ ଭାବ ପ୍ରଦର୍ଶନ କରିଛନ୍ତି। ପ୍ରତି ବିମାନ ପାଖକୁ ଯାଉଥିବା ବେଳେ ଶ୍ରୀଜୀଉଙ୍କୁ ପ୍ରଣାମ କରି ବିମାନକୁ କାନ୍ଧରେ ଧରି ଆସିଥିବା ଭାଇମାନଙ୍କ ସହ ଆତ୍ମୀୟତା ବାଣ୍ଟି ହୋଲିର ପାରମ୍ପରିକ ରଙ୍ଗ ଫଗୁ ବୋଳି ଉପଜିଲ୍ଲାପାଳ ଆତ୍ମୀୟତା ବାଣ୍ଟିବା ସହିତ ପବିତ୍ର ଦୋଳ ଏବଂ ହୋଲି ପର୍ବ ଭାଇଚାରା ଓ ଆତ୍ମୀୟତାର ପ୍ରତୀକ ବୋଲି ସମସ୍ତଙ୍କୁ ସମ୍ବୋଧନ କରିଛନ୍ତି। ଏହି ସମୟରେ ବିଭିନ୍ନ ଗ୍ରାମରୁ ଆସିଥିବା ମୁରବୀ, ପୂଜକ ଓ ସ୍ଥାନୀୟ ବୁଦ୍ଧିଜୀବୀଙ୍କ ସହିତ ଓକିଲ ଏବଂ ସାମ୍ବାଦିକ ଉପସ୍ଥିତ ରହି ହୋଲିର ମଜା ନେଇଥିଲେ।
Popular Categories



