www.samajalive.in
Monday, December 15, 2025
15.1 C
Bhubaneswar

ଗୋପବନ୍ଧୁଙ୍କ ଜନ୍ମମାଟିରେ ଉତ୍ତର ପ୍ରଦେଶର ଶତାଧିକ ପର୍ୟ୍ୟଟକ

ସୁଆଣ୍ଡୋ: ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମମାଟି ସୁଆଣ୍ଡୋ ପରିଦର୍ଶନ କଲେ ଉତ୍ତରପ୍ରଦେଶ ମଥୁରା ଜିଲ୍ଲାର ଶତାଧିକ ମହିଳା ଓ ପୁରୁଷ ପର୍ୟ୍ୟଟକ । ଷଠିଘର ସହ ଗୋପବନ୍ଧୁଙ୍କ କୁଳଦେବତା ରାଧାବିନୋଦ ବିହାରୀଙ୍କ ମନ୍ଦିର ଦର୍ଶନ କରିଥିଲେ ପର୍ୟ୍ୟଟକ ମାନେ । ଜଗଦୀଶ ପ୍ରସାଦ ଓ କ୍ରିଷ୍ଣା ନଗର ବାଲପୁର କେନ୍ଦ୍ରୀୟ ବିଦ୍ୟାଳୟର ଶିକ୍ଷୟିତ୍ରୀ ଇନ୍ଦିରାଙ୍କ ନେତୃତ୍ବରେ ତିନୋଟି ବସ ଯୋଗେ ୧୬୫ ଜଣ ସୁଆଣ୍ଡୋରେ ପହଞ୍ଚି ଥିଲେ । ପୁରୀରେ ଜଗନ୍ନାଥଙ୍କ ଦର୍ଶନ ପରେ ଏଠାକୁ ଆସିଥିଲେ। ଠାକୁରଙ୍କ ପାଟ ଅଗଣାରେ ସମସ୍ତେ ଏକତ୍ରୀତ ହୋଇ ଥିଲେ । ଧୀରେନ୍ଦ୍ର ନାଥ ଦାସ ଗୋପବନ୍ଧୁଙ୍କ ଜୀବନାଦର୍ଶ ସଂପର୍କରେ ଆଲୋକପାତ କରିଥିଲେ । ଶିକ୍ଷୟିତ୍ରୀ ଇନ୍ଦିରା ମାଡାମ ଗୋପବନ୍ଧୁ ଓ ଠାକୁରଙ୍କ ସଂପର୍କରେ ସୂଚନା ପ୍ରଦାନ କରିଥିଲେ । ସନ୍ତୋଷ କୁମାର ଦାଶ ସୁଦାମ ଚରଣ ଦାଶ ରବୀନ୍ଦ୍ର ନାଥ ଦାଶ ଓ ତାରାକାନ୍ତ ଦାଶ ଗ୍ରାମବାସୀ ପର୍ୟ୍ୟଟକଙ୍କୁ ସୁଆଣ୍ଡୋ ଗ୍ରାମରେ ସରକାରଙ୍କ ପକ୍ଷରୁ ଚାଲିଥିବା ଉନ୍ନୟନମୂଳକ କାର୍ୟ୍ୟ ମାନ ବୁଲାଇ ଦେଖାଇଥିଲେ ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories