ସୁଆଣ୍ଡୋ : ଉତ୍କଳମଣି ଗୋପବନ୍ଧୁଙ୍କ ଜନ୍ମମାଟି ସୁଆଣ୍ଡୋ ସ୍ଥିତ ସଂଗ୍ରହାଳୟ ପରିସରରେ ୭୭ ତମ ସ୍ୱାଧୀନତା ଦିବସ ପାଳନ କରାଯାଇଛି। ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ସ୍ୱାଧୀନତା ପାଇବା ପାଇଁ ମହାତ୍ମା ଗାନ୍ଧୀ, ସହିଦ ଲକ୍ଷ୍ମଣ ନାୟକ, ଭଗତ ସିଂହ ଜୟୀରାଜଗୁରୁ ପୁଣ୍ଯାତ୍ମା ଗୋପବନ୍ଧୁ ପ୍ରମୁଖ ସ୍ୱାଧୀନତା ସଂଗ୍ରାମୀମାନଙ୍କ ତ୍ୟାଗ ତପସ୍ୟା ଯୋଗୁଁ ଆମକୁ ସ୍ୱାଧୀନତା ପ୍ରାପ୍ତ ହୋଇଛି। ଜାତୀୟ ପତାକା ଆମର ଗର୍ବ ଓ ଗୌରବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ଏହି ଅବସରରେ ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ମେମୋରିଆଲ ଟ୍ରଷ୍ଟର ସଭ୍ୟ ଧୀରେନ୍ଦ୍ର ନାଥ ଦାସ ଯୋଗଦେଇଥିଲେ। ଗୋପବନ୍ଧୁ ସ୍ମୁତି ସଂଗ୍ରହାଳୟ କାର୍ଯ୍ୟକ୍ରମକୁ ତତ୍ୱାବଧାରକ ହିମାଦ୍ରି ନାୟକ ସଂଯୋଜନା କରିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ସୁନିଲ କୁମାର ପଣ୍ଡା, ଏଲଆଣ୍ଡକେ କମ୍ପାନୀ ପରିଚାଳନା ନିର୍ଦେଶକ ପ୍ରତାପ କୁମାର ପଲାଇ, ଅଞ୍ଜନ କୁମାର ନାୟକ, ସରପଞ୍ଚ ଦୁଶାସନ ପ୍ରଧାନ ପ୍ରମୁଖ ଉପସ୍ଥିତ ରହିଥିଲେ। ସେହିପରି ସତ୍ୟବାଦୀ ବ୍ଲକ ପରିସରରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ପତାକା ଉତ୍ତୋଳନ କରିଥିଲେ। ବିଡିଓ ଲୋଚନ ଦାସଙ୍କ ସହିତ କର୍ମଚାରୀମାନେ ଉପସ୍ଥିତ ଥିଲେ। ସତ୍ୟବାଦୀ ତହସିଲରେ ତହସିଲଦାର ଜୟନ୍ତ କୁମାର ଜୟସିଂହ, ଥାନାରେ ଆଇଆଇସି ବିଜୟ କେତନ ବେହେରା ପତାକା ଉତ୍ତୋଳନ କରିଥିଲେ। ବ୍ଲକର ସମସ୍ତ ବିଦ୍ୟାଳୟଗୁଡିକରେ ପତାକା ଉତ୍ତୋଳନ କରାଯାଇଥିଲା।
ଜାତୀୟ ପତାକା ଆମର ଗର୍ବ ଓ ଗୌରବ
Popular Categories



