ପାଣି ଘେରରୁ ୨ ଶହ ଲୋକଙ୍କୁ ସ୍ଥାନାନ୍ତର କଲା ସତ୍ୟବାଦୀ ପ୍ରଶାସନ
ସୁଆଣ୍ଡୋ: ଧନୁଆ ନଦୀ ପାଣି ଘେରରୁ ୨ଶହ ଲୋକଙ୍କୁ ସତ୍ୟବାଦୀ ପ୍ରଶାସନ ପକ୍ଷରୁ ଉଦ୍ଧାର କରାଯାଇଛି। ଦୁବପାଟଣା ଓ ବିଶ୍ୱନାଥ ଦେଉଳି କେତକିପାଟଣା ପ୍ରମୁଖ ଅଞ୍ଚଳରେ ଧନୁଆ ଜଳ ପ୍ରବେଶ କରି ବିଭିର୍ଣ୍ଣ ଅଞ୍ଚଳ ଜଳମଗ୍ନ ହୋଇଛି। ଉଦ୍ଧାର କରାଯାଇ ଥିବା ସମସ୍ତଙ୍କୁ ଦୁବପାଟଣା ବିଦ୍ୟାଳୟରେ ରଖାଯାଇଛି। ପ୍ରଶାସନ ପକ୍ଷରୁ ସେମାନଙ୍କୁ ରନ୍ଧା ଖାଦ୍ୟ ଦିଆଯାଇଛି। ପଞ୍ଚାୟତ ସମିତି ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡା, ଅତିରିକ୍ତ ବିଡିଓ ଅରକ୍ଷିତ ପ୍ରଧାନ, ଅତିରିକ୍ତ ତହସିଲଦାର ମୌସୁମୀ ମିଶ୍ରଙ୍କ ତତ୍ତ୍ବାବଧାନରେ ଏହି ଉଦ୍ଧାର କାର୍ଯ୍ୟ କରାଯାଇ ଥିଲା। ଅନ୍ୟମାନଙ୍କ ମଧ୍ୟରେ ସ୍ଥାନୀୟ ସରପଞ୍ଚ ସମିତିସଭ୍ୟ ଏବଂ ୱାର୍ଡ ସଭ୍ୟମାନେ ସହଯୋଗ କରିଥିଲେ।
Comments are closed.