www.samajalive.in
Monday, December 15, 2025
14.1 C
Bhubaneswar

ଭୀମଭୋଇ ସାମର୍ଥ୍ୟ ଶିବିର ଉଦଘାଟିତ

ସୁଆଣ୍ଡୋ : ପୁରୀଜିଲ୍ଲା ସତ୍ୟବାଦୀ ବ୍ଲକ ବୀରଗୋବିନ୍ଦ ପୁର ନୋଡାଲ ବିଦ୍ୟାଳୟ ପରିସରରେ ବୁଧବାର ଭୀମଭୋଇ ସାମର୍ଥ୍ୟ ଶିବିର ଉଦଘାଟିତ ହୋଇଯାଇଛି। ଏହା ବ୍ଲକ ଅଧ୍ୟକ୍ଷା ସସ୍ମିତା ପ୍ରଧାନଙ୍କ ଦ୍ୱାରା ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇ ଯାଇଛି । ଶିବିରରେ ପାଞ୍ଚଶହରୁ ଅଧିକ ଭିନ୍ନକ୍ଷମ ଅଂଶଗ୍ରହଣ କରିଥିଲେ। କର୍ଣ୍ଣ, ନାସା, ଗଳା, ଚକ୍ଷୁ, ଅସ୍ଥି ଆଦି ବିଭାଗର ଚିକିତ୍ସା ଓ ପରାମର୍ଶ ଦିଆଯାଇଥିଲା । ଡା. ବରଦାକାନ୍ତ ମିଶ୍ର, ଡା. ସୁବ୍ରତ ମହାନ୍ତି, ଡା. ପୂର୍ଣ୍ଣଚନ୍ଦ୍ର ପାତ୍ର ପ୍ରମୁଖ ଶିବିରରେ ଯୋଗଦେଇ ସେବା ପ୍ରଦାନ କରିଥିଲେ । ଏହି ଅବସରେ ବିଡିଓ ଗୌରବମୟ ପ୍ରଧାନ, ଅତିରିକ୍ତ ବିଡିଓ ସାରଦାପ୍ରସନ୍ନ ନାୟକ, ଜିଲା ସମାଜସୁରକ୍ଷା ଅଧିକାରୀଙ୍କ ସହ ରଶ୍ମୀରଞ୍ଜନ ସାହୁ ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ବ୍ଲକର ବିଭିନ୍ନ ବିଭାଗର କର୍ମଚାରୀଙ୍କ ସହ ସରପଞ୍ଚ ପ୍ରକାଶ ଖଟେଇ, ନୋମିନି ପ୍ରଶାନ୍ତ ମହାପାତ୍ର ପ୍ରମୁଖ ଜନପ୍ରତିନିଧିମାନେ ଉପସ୍ଥିତ ରହିଥିଲେ। ଲଘୁଚାପ ଜନିତ ବର୍ଷାରେ ଭିନ୍ନକ୍ଷମ ଓ ତାଙ୍କର ସହସ୍ରାଧିକ ସହାୟକମାନେ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଶିବିରରେ ଭିନ୍ନକ୍ଷମମାନଙ୍କ ପାଇଁ ହୁଇଲ ଚେୟାର ବ୍ୟବସ୍ଥା କରାଯିବାର ଆବଶ୍ୟକତା ରହିଥିଲା ବୋଲି ଅଭିଭାବକ ମାନେ କହିଥିଲେ ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories