www.samajalive.in
Saturday, December 6, 2025
16.1 C
Bhubaneswar

କରୋନା ଛଡେଇ ନେଲା ଅଟୋଚାଳକଙ୍କ ମୁହଁରୁ ଆହାର

ସୁଆଣ୍ଡୋ : କରୋନା ପାଇଁ ଲକ ଡାଉନ । କେଉଁଠି ସଟ ଡାଉନ ତ ଅନ୍ୟ କେଉଁଠି କ୍ୟାଣ୍ଟନମେଣ୍ଟ ଜୋନ । ସେହିପରି ସାମାଜିକ ଦୂରତା ବି କଡାକଡି । ଅଟୋ ଚଳେଇ ସବୁବେଳେ ଢୋକେ ପିଇ ଦଣ୍ଡେ ବଞ୍ଚୁଥିବା ଚାଳକଙ୍କ ଅବସ୍ଥା ଏଇଲେ କହିଲେ ନସରେ । କରୋନା ଛଡେଇ ନେଇଛି ତାଙ୍କ ବେଉସା । ସେମାନଙ୍କ ଜୀବନ ଦୁର୍ବିସହ ହୋଇପଡିଛି । ରାତି ପାହିଲେ ଅଟୋ ଧରି ଦଉଡୁଥିବା ମଣିଷଟି କରୋନା ମାଡରେ ଆଜି ନିରବି ଯାଇଛି । ସହର ଠାରୁ ଆରମ୍ଭକରି ଗାଁ ଗଣ୍ଡାରେ ହଜାର ହଜାର ଅଟୋ ଥୁଆ ହୋଇଛି । ମୁଣ୍ଡପିଛା ପାଞ୍ଚ କିଲୋ ସରକାରୀ  ଚାଉଳ  ସେମାନଙ୍କୁ ମିଳିଛି । ମାତ୍ର ପାଖରେ ଟଙ୍କା ନଥିବା ହେତୁ ପରିବା ରେସନ ସାମଗ୍ରୀ ଓ ବୟସ୍କ ବାପା ମାଆଙ୍କ ପାଇଁ ଔଷଧ କିଣି ପାରୁନାହାନ୍ତି ବୋଲି ଅଭିଯୋଗ ହେଉଛି । ଏ ସମ୍ପର୍କରେ ଅଟୋଚାଳକ  ସୁଟୁ ଦାଶ କହନ୍ତି ଅଟୋ ଲୋନ କରି ଆଣିଥିଲି । ରୂଣ ଶୁଝିପାରୁନି । ଏଣେ ପିଲାଛୁଆ ଓ ବାପାମାଆଙ୍କ ମୁହଁରେ ଆହାର ଯୋଗାଇବା କଷ୍ଟକର ହେଉଛି । କରୋନା କମିବ କଟକଣା ହଟିଲେ ଅଟୋ ଚାଲିବ ସେହି ଆଶାନେଇ ରହିଛି ବୋଲି କହିଥିଲେ । ନିତି ଖଟିଖିଆ ଲୋକ ମାନେ ବଡ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସମସ୍ତେ ଯେ ରିଲିଫ କେନ୍ଦ୍ରରେ ମାଗଣା ଭୋଜନ କରିବେ ଏହା ସମ୍ଭବ ନୁହେଁ । ଏ ସମ୍ପର୍କରେ ସରକାରଙ୍କ ପକ୍ଷରୁ ସେମାନଙ୍କୁ କୌଣସି ସହାୟତା ଦେବାକୁ କୁହାଯାଉଛି ।

Hot this week

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

Related Articles

Popular Categories