www.samajalive.in
Friday, December 5, 2025
20.1 C
Bhubaneswar

ଗୋଆ ପରେ ଏବେ ଏହି ରାଜ୍ୟ ହେଲା କରୋନା ମୁକ୍ତ

ନୂଆଦିଲ୍ଲୀ: କରୋନା ଭୂତାଣୁ ଦ୍ବାରା ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି, ଯାହା ଚିନ୍ତାର ବିଷୟ ପାଲଟିଛି। କିନ୍ତୁ ଏସବୁ ଭିତରେ କିଛି ଆଶ୍ଵସ୍ତ କଲା ଭଳି ଖବର ମଧ୍ୟ ବିଭିନ୍ନ ରାଜ୍ୟରୁ ସାମ୍ନାକୁ ଆସୁଛି। ପ୍ରଥମେ ଗୋଆ ଦେଶର ପ୍ରଥମ କରୋନାମୁକ୍ତ ରାଜ୍ୟ ବୋଲି ଘୋଷଣା ହେବା ପରେ ଏବେ ମଣିପୁର ଏଥିରେ ସାମିଲ ହୋଇଛି। ମଣିପୁର କରୋନା ମୁକ୍ତ ବୋଲି ମୁଖ୍ୟମନ୍ତ୍ରୀ ଏନ. ବୀରେନ ସିଂହ ସୋମବାର ଘୋଷଣା କରିଛନ୍ତି। ମଣିପୁରରେ କୌଣସି କରୋନା ଆକ୍ରାନ୍ତ ନ ଥିବା ସେ ସୂଚନା ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ ଟ୍ବିଟ୍‌ କରି କହିଛନ୍ତି, ମୁଁ ଏହି ସୂଚନା ଦେଇ ଖୁସି ଅନୁଭବ କରୁଛି ଯେ, ମଣିପୁର ଏବେ କରୋନାମୁକ୍ତ ରାଜ୍ୟ। ଯେଉଁ ଦୁଇ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ, ସେମାନେ ଏବେ ସୁସ୍ଥ ହୋଇଯାଇଛନ୍ତି। ସେମାନଙ୍କ ପରୀକ୍ଷା ରିପୋର୍ଟ ନେଗେଟିଭ ଆସିଛି। ଫଳରେ ରାଜ୍ୟରେ ଆଉ କୌଣସି କରୋନା ଆକ୍ରାନ୍ତ ନାହାନ୍ତି। ରାଜ୍ୟବାସୀ ଲକଡାଉନକୁ କଡ଼ାକଡ଼ି ଭାବେ ପାଳନ କରିଥିବାରୁ ଏହା ସମ୍ଭବ ହୋଇଛି। ତେବେ ଏବେ ରାଜ୍ୟରେ ଲକଡାଉନରେ କୌଣସି କୋହଳ କରାଯିବାର ସମ୍ଭାବନା ନାହିଁ ବୋଲି ସେ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ମଣିପୁର ଦେଶର ୨ୟ ରାଜ୍ୟ ଭାବେ ନିଜକୁ କରୋନା ମୁକ୍ତ ଘୋଷଣା କରିଛି। ଗତ ରବିବାର ଦିନ ଗୋଆ ସରକାର ପ୍ରଥମ ରାଜ୍ୟ ଭାବେ ଗୋଆକୁ କରୋନା ମୁକ୍ତ ଘୋଷଣା କରିଥିଲେ।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories