mission shakti banner

ସାଇକେଲରେ ରେସନ ସାମଗ୍ରୀ ହୋମ୍ ଡେଲିଭରି

BSKY banner  750×100

ସୁଆଣ୍ଡୋ(ଧୀରେନ୍ଦ୍ର ନାଥ ଦାସ)  : ବିଶ୍ୱବ୍ୟପୀ କରୋନା ସହିତ ଚାଲିଛି ମହା ସଂଗ୍ରାମ । କରୋନା ସଂକ୍ରମଣ ଠାରୁ ଦୂରେଇ ରହିବା ପାଇଁ ସମାଜିକ ଦୂରତାକୁ ପ୍ରଧାନ ଅସ୍ତ୍ର ଭାବେ ବ୍ୟବହାର କରା ଯାଊଛି । ଏଥିପାଇଁ କେନ୍ଦ୍ର ଓ ରାଜ୍ଯ ସରକାର ମାର୍ଗଦର୍ଶିକା ଜାରୀ କରିଛନ୍ତି । ଏକ ମାସ ହେଲା ସମଗ୍ର ଦେଶ ତାଲାବନ୍ଦ ଥିଲା ବେଳେ ଗ୍ରାମାଞ୍ଚଳ ଲୋକ ମାନଙ୍କ ଜୀବନ ଯାପନ ଖାଦ୍ଯପେୟ ଆଦି ପ୍ରଭାବିତ ହୋଇଛି । ତେଲ ଲୁଣ ସଂସାର ଚଳେଇବା ପାଇଁ ଲକ ଡାଉନ ଯୋଗୁଁ ଲୋକମାନେ ବଜାର ହାଟକୁ ଯାଇ ସଉଦା ପତ୍ର କରି ଆଣିବା ସମ୍ଭବ ନଥିଲା । ଏହାକୁ ନଜର କରି ଖାଉଟିଙ୍କ ଦୁଆରେ ରେସନ ସାମଗ୍ରୀ ପହଞ୍ଚାଇବା ପାଇଁ ଆଗେଇ ଆସିଲେ ପୁରୀଜିଲା ସତ୍ୟବାଦୀବ୍ଲକ ପରଜାପଡା ଗ୍ରାମର ବୁଦ୍ଧିଆ ସାହୁ। ଡାଲି ତେଲ ଲୁଣ ମସଲା ବିସ୍କୁଟ ପାମ୍ପଡ ଆଦି ସାମଗ୍ରୀ ସବୁ ସାଇକେଲରେ ଲଦି ଗାଁ କୁ ଗାଁ ବୁଲି ଲୋକଙ୍କ ଦୁଆର ମୁହଁରେ  ବିକ୍ରିବଟା କରୁଛନ୍ତି । ମୂଲ୍ଯ ବାବଦରେ ଟଙ୍କା ପଇସା ଠାରୁ ଆରମ୍ଭ କରି ମୁଗ ବିରି ଚାଉଳ ଆଦି ଯିଏ ଯାହା ଦେଲେ ତାକୁ ନେଇଥାନ୍ତି । ସପ୍ତାହ କୁ ଚାରୋଟି ଗ୍ରାମରେ ସେ ବୁଲି ବେପାର କରନ୍ତି ।

ସୂଚନାଯୋଗ୍ୟ , ଗ୍ରାମର ଅଧିକାଂଶ ମହିଳା ବୁଦ୍ଧିଆଙ୍କ ଠାରୁ ସଉଦା  କିଣିଥାନ୍ତି । ଶ୍ରୀ ସାହୁ କହନ୍ତି କରୋନା ମାଡରେ ସମସ୍ତେ ହଇରାଣ ହେଉଛନ୍ତି । ମୋ ଦ୍ୱାରା ଯେତିକି ସମ୍ଭବ କରୁଥିବି। ଏବେ ବି ମଣିଷ ପଣିଆ ବଞ୍ଚିଛି। ବୁଦ୍ଧିଆଙ୍କ ଏହି କାମକୁ ସାଧାରଣରେ ପ୍ରଶଂସା କରାଯାଉଥିବା ଦେଖାଯାଇଛି ।

Comments are closed.