www.samajalive.in
Saturday, December 6, 2025
19.1 C
Bhubaneswar

ଲକ୍ ଡାଉନ୍ ପାଇଁ ବିକ୍ରି ହୋଇପାରୁନି କ୍ଷୀର, ଚିନ୍ତାରେ ଗୋ-ପାଳକ

ସୁଆଣ୍ଡୋ : କରୋନା ସଂକ୍ରମଣ ଆଶଙ୍କା ନେଇ ଲକ୍ ଡାଉନ ଜାରି ରହିଥିବା ବେଳେ ଆଜି ପ୍ରଧାନମନ୍ତ୍ରୀ ପୁଣି ଥରେ ମେ ୩ ଯାଏଁ ଲକ୍ ଡାଉନ ଅବଧି ବଢାଇଛନ୍ତି । ଏଭଳି ପରିସ୍ଥିତିରେ ବଜାର ଗୁଡିକରେ ସବୁ ପ୍ରକାର ମିଠା ଦୋକାନ ଚା ଦୋକାନ ବନ୍ଦ ରହିଛି । ଓମଫେଡ ମଧ୍ୟ କ୍ଷୀର କମ୍ ବିକ୍ରି ହେଉଥିବାରୁ ଅନେକଙ୍କୁ ବାଦ ଦେଇ ନିର୍ଦ୍ଦିଷ୍ଟ କେତେକ ଚାଷୀଙ୍କ ଠାରୁ କ୍ଷୀର ସଂଗ୍ରହ କରୁଛି । ତେବେ ଏଭଳି ସମୟରେ ଅନେକ ଗୋ-ପାଳକ କ୍ଷୀର ବିକ୍ରି ନକରି ପାରି ଚିନ୍ତାରେ ପଡିଛନ୍ତି । ପୁରୀଜିଲାର ବିଭିନ୍ନ ପଞ୍ଚାୟତରେ ଅନେକ ଲୋକଙ୍କ ଘରେ ଓ ଗୋପାଳ ମାନଙ୍କର ଦେଶୀ ଗାଈ କ୍ଷୀର ବିକ୍ରି ହୋଇ ପାରୁନାହିଁ । ଜିଲାର ବନମାଳି ପୁର ଗ୍ରାମର ଦାଶରଥୀ ବେହେରା ଆନନ୍ଦପୁରର ପୂର୍ଣ୍ଣଚନ୍ଦ୍ର ବେହେରା ପରଜାପଡାର ଯଦୁମଣି ଦାସଙ୍କ ଭଳି କେତେକ ଗୋ-ପାଳକ ଏଥିନେଇ ଚିନ୍ତବ୍ୟକ୍ତ କରିବା ସହ ସରକାର ଏବଂ ଜିଲାପ୍ରଶାସନ ସେମାନଙ୍କ ଦୁଃଖ ଶୁଣନ୍ତୁ ବୋଲି କହିଛନ୍ତି  । ଲକ୍ ଡାଉନ ପୂର୍ବରୁ ଘରୋଇ ଖାଉଟି ଚା ଦୋକାନ ଛେନା ଓ ପନିର ଆଦି ପ୍ରସ୍ତୁତ କରି ଏମାନେ ବିକ୍ରି ବଟା କରି ଚଳୁଥିଲେ କିନ୍ତୁ ଲକ୍ ଡାଉନରେ ସେସବୁ ବନ୍ଦ ରହୁଥିବାରୁ କେମିତି ପରିବାର ଚଳିବ ସେନେଇ ଚିନ୍ତାରେ ପଡିଛନ୍ତି ଅନେକ ଗୋ-ପାଳକ ।

ସୂଚନାଯୋଗ୍ୟ ସରକାରଙ୍କ ପଶୁ ବିଭାଗ ପକ୍ଷରୁ ଦେଶୀ ଗାଈ ପାଳନ କରିବାକୁ ଉତ୍ସାହିତ କରାଯାଉଛି । ସରକାର ଙ୍କ କଥାକୁ ବିଶ୍ବାସ କୁ ନେଇ ଅନେକ ଲୋକ ଦେଶୀ ଗାଈ ପାଳିଛନ୍ତି । ହେଲେ କରୋନା ଯୋଗୁଁ ସବୁଆଡ ବନ୍ଦ ରହିଥିବା ଦୃଷ୍ଟିରୁ ସେମାନେ ମୁଣ୍ଡରେ ହାତଦେଇ ବସିଛନ୍ତି । ଗତ ବାତ୍ୟାରେ କ୍ଷତିଗ୍ରସ୍ତ ଏହି ଗରିବ ପରିବାରଙ୍କୁ ସରକାରୀ ସାହାଯ୍ୟ ସେପରି କିଛି ମିଳି ନଥିଲା । ଏବେ ପୁଣି କରୋନା ଜନିତ ଲକ ଡାଉନ ମାଡ ଗୋ ପାଳକ ମାନଙ୍କ ଦୁଃଖ ବହୁତ ବଢେଇ ଦେଇଛି ବୋଲି କୁହାଯାଉଛି ।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories