www.samajalive.in
Saturday, December 6, 2025
14.1 C
Bhubaneswar

ଯାଜପୁର ଜିଲାରେ ଦ୍ବିତୀୟ କରୋନା ଆକ୍ରାନ୍ତ ଚିହ୍ନଟ

ଯାଜପୁର : ମଙ୍ଗଳବାର ରାଜ୍ୟରେ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତ ଯାଜପୁର ଜିଲାର ହୋଇଥିବା ଜଣାପଡିଛି ।  ଏ ନେଇ ସୂଚନା ଦେଇଛନ୍ତି ଯାଜପୁର ଜିଲାପାଳ ରଞ୍ଜନ କୁମାର ଦାସ । ଏହା ଯାଜପୁର ଜିଲ୍ଲାରେ ଦ୍ବିତୀୟ କରୋନା ପଜିଟିଭ୍ ମାମଲା ବୋଲି ଜଣାଯାଇଛି। ନିକଟରେ ଏହି କରୋନା ଆକ୍ରାନ୍ତ ଜଣକ କଲିକତାରୁ ଫେରିଥିଲେ ଏବଂ ଘରେ ହୋମ କ୍ବାରେଣ୍ଟାଇନରେ ରହିଥିଲେ । ତାଙ୍କ ରକ୍ତ ନମୁନା କରୋନା ପଜିଟିଭ୍ ଆସିବା ପରେ ତାଙ୍କୁ କଟକ ଅଶ୍ଵିନ କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଏହି ଦ୍ବିତୀୟ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଯାଜପୁର ଜିଲ୍ଲାର ସାନିତ୍ରିଲୋଚନପୁର ଓ ସଇପୁରର କିଛି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷିତ କରାଯାଇଛି। ଜିଲାପ୍ରଶାସନ ପକ୍ଷରୁ ଏହି ଅଞ୍ଚଳକୁ ସାନିଟାଇଜ କରାଯିବାର ବ୍ୟବସ୍ଥା କରାଯିବା ସହ ଆକ୍ରାନ୍ତଙ୍କ ସଂପର୍ଶରେ ଆସିଥିବା ବ୍ୟକ୍ତିମାନଙ୍କୁ ଚିହ୍ନଟ କରାଯିବା ପାଇଁ ପକ୍ରିୟା ଆରମ୍ଭ ହୋଇଛିସଂପୃକ୍ତ ବ୍ୟକ୍ତିଙ୍କ ସଂସ୍ପର୍ଷରେ ଆସିଥିବା ବ୍ୟକ୍ତିମାନଙ୍କୁ ଠାବ କରିବା ପାଇଁ ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରୀ ରହିଛି ବୋଲି ଜିଲ୍ଲାପାଳ ରଂଜନ କୁମାର ଦାସ ସୂଚନା ଦେଇଛନ୍ତି ।

ଏହାପୂର୍ବରୁ ଜିଲ୍ଲାରେ ଆଉ ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ତେବେ ସେ ଗତ ୧୦ ତାରିଖରେ ସୁସ୍ଥ ହୋଇ ଘରକୁ ଫେରିଥିଲେ। ବର୍ତ୍ତମାନ ଜିଲ୍ଲାରେ ଆଉ ଜଣେ ପଜିଟିଭ୍ ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନ ପାଇଁ ଚିନ୍ତା ବଢ଼ିଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories