ବିଶ୍ବ ବିଦ୍ୟାର୍ଥୀ ଦିବସ ଏବଂ ବିଶ୍ଵ ହାତ ଧୁଆ ଦିବସ ପାଳିତ
ନବରଙ୍ଗପୁର : ନବରଙ୍ଗପୁର ମହାବିଦ୍ୟାଳୟରେ ବିଶିଷ୍ଟ ଦାର୍ଶନିକ ତଥା ଭାରତର ପୂର୍ବତନ ରାଷ୍ଟ୍ରପତି ଡକ୍ଟର ଏ ପି ଜେ ଅବଦୁଲ କଲାମଙ୍କ ଜନ୍ମ ଦିବସ ତଥା ବିଶ୍ବ ବିଦ୍ୟାର୍ଥୀ ଦିବସ ଏବଂ ବିଶ୍ବ ହାତ ଧୁଆ ଦିବସ ଅବସରରେ ମହାବିଦ୍ୟାଳୟର ଏନଏସଏସ ଏବଂ ଯୁବ ରେଡକ୍ରସ ସଂସ୍ଥା ତରଫରୁ ଏକ ସଚେତନ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାକୁ ଉଦଘାଟନ କରି ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ. ଭାସ୍କର ନାଥ ବିଶ୍ଵାଳ ବର୍ତ୍ତମାନର ଆବଶ୍ୟକତା ତଥା ଉପାଦେୟତା ସମ୍ପର୍କରେ ଏକ ସାର ଗର୍ଭକ ଭାଷଣ ପ୍ରଦାନ କରିଥିଲେ। ଅନ୍ୟତମ ଅତିଥି ଭାବେ ଯୋଗ ଦେଇ ଜିଲ। ଏନଏସଏସ ଅଧିକାରୀ ଅଧ୍ୟାପକ ବିନୋଦ ପ୍ରଧାନ, ଜୀବନରେ ସଫଳତା ପାଇବାକୁ ହେଲେ ଛାତ୍ର ଛାତ୍ରୀମାନେ କେବଳ ସରକାରୀ ଚାକିରି ପଛରେ ନ ଗୋଡ଼ାଇ ଜଣେ ଜଣେ ସଫଳ ଉଦ୍ୟୋଗୀ ହେବା ପାଇଁ ମତ ପୋଷଣ କରିଥିଲେ । ମହାବିଦ୍ୟାୟଳର ଦୁଇ ବରିଷ୍ଟ ପ୍ରାଧ୍ୟାପକ ଡ଼ଃ. ନୀଳ।ଞ୍ଚଳ ମିଶ୍ର ଏବଂ ଡି.ଜି. ରାଓ ବିଦ୍ୟାର୍ଥୀ ଜୀବନରେ ଶୃଙ୍ଖଳା ଏବଂ ଏହାର ଉପକାରିତା ସମ୍ପର୍କରେ ନିଜର ମତ ଉପସ୍ଥାପନା କରିଥିଲେ। ପୂର୍ବତନ ଜିଲ। ଏନସିସି ଅଧିକାରୀ ତଥା ବର୍ତ୍ତମାନର ଜିଲ। ରେଡ଼କ୍ରସ ସଂଯୋଜକ ଦିଲ୍ଲୀପ କୁମାର ହୋତା ଏହି ଦିବସ ଗୁଡ଼ିକର ଉପାଦେୟତାକୁ ନିଜେ ହୃଦୟଙ୍ଗମ କରି ଅନ୍ୟ ମାନଙ୍କୁ ଏ ସମ୍ପର୍କରେ ବୁଝାଇବା ଦ୍ଵାରା ସମାଜରେ ଏକ ସୁସ୍ଥ ବାତାବରଣ ସୃଷ୍ଟି ହୋଇପାରିବ ବୋଲି ମତ ବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମରେ +୩ ବିଜ୍ଞାନ ବିଭାଗର ଛାତ୍ରୀ ସୁଶ୍ରୀ ବୈଶାଖୀ ଲେଙ୍କା ଏବଂ +୩ କଳା ବିଭାଗର ମନିଷା ପଣ୍ଡା ଏହି ଦିବସର ଗୁରୁତ୍ଵ ଉପରେ ଆଲୋକପାତ କରିଥିଲେ । ଏହି ସଚେତନତା କର୍ମଶାଳାରେ ଏନଏସଏସର ଦୁଇ ବରିଷ୍ଠ କର୍ମକର୍ତ୍ତା ମାନସୀ ମହାପାତ୍ର ଏବଂ ଜାହାଙ୍ଗିର ମହମ୍ମଦ ଏବଂ ଯୁବ ରେଡକ୍ରସର କାଉନସିଲର ଅଶ୍ଵିନୀ ବେହେରା, ସୁଶ୍ରୀ ରଜନୀ ମିଞ୍, ନିର୍ମଳା ହିକ୍କକା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମର ସଫଳ ରୂପାୟନ କ୍ଷେତ୍ରରେ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଅଧ୍ୟାପକ ଶମ୍ଭୁ ପ୍ରସାଦ ହୋତା ପରିଚାଳନା ତଥା ସଂଯୋଜନା କରିଥିଲେ । ଏଥିରେ ମହାବିଦ୍ୟାଳୟର ସଙ୍ଗୀତା ତ୍ରିପାଠୀ, ଉଜ୍ୱଳ କୁମାର ମହାନନ୍ଦିଆ, ନନ୍ଦିତା ମିଶ୍ର, ଜିତେନ୍ଦ୍ର କୁମାର ରଥ ପ୍ରମୁଖ ଅଧ୍ୟାପକ, ଅଧ୍ୟାପିକା ଏବଂ କର୍ମଚାରୀ ଉପସ୍ଥିତ ଥିଲେ । ଏହି କର୍ମଶଳାରେ ୨୫୦ରୁ ଅଧିକ ସ୍ବେଛାସେବୀ ଏବଂ ବିଦ୍ୟାର୍ଥୀ ଯୋଗ ଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ।
Comments are closed.