www.samajalive.in
Monday, December 15, 2025
15.1 C
Bhubaneswar

ପାଠପଢାରେ ଅର୍ଥ ସାଜିଛି ବାଧକ, ରାସ୍ତା କଡରେ ବିକୁଛନ୍ତି ତରଭୁଜ

ଗୁଣୁପୁର : ପାଠ ପଢିବା ଇଛା ଶକ୍ତି ଅଛି କିନ୍ତୁ ଅର୍ଥ ନାହିଁ। ଯାହାଫଳରେ ପାଠ ଛାଡି ରାଜରାସ୍ତାରେ ତରଭୁଜ ବିକ୍ରି କରୁଛନ୍ତି ଆଦିବାସୀ ବାଳକ । ଗୁଣୁପୁର ଷ୍ଟେଟ୍ ବ୍ୟାଙ୍କ୍ ସାମ୍ନାରେ ଦୁଇଜଣ ଛାତ୍ର ତରଭୁଜ ଓ ପଇଡ ବିକ୍ରି କରୁଥିବା ଦୃଶ୍ୟ ଦେଖିବାକୁ ମିଳିଛି। ସେଥିରେ କିଛି ଅର୍ଥ ମିଳିଲେ ଗୁଜୁରାଣ ମେଣ୍ଟାଉଥିବା କହିଛନ୍ତି ଏହି ଛାତ୍ରମାନେ। ଛାତ୍ର ଦୁଇଜଣଙ୍କ ଘର ଗୁଣୁପୁର ବ୍ଲକ୍ ଅନ୍ତର୍ଗତ ଗାଦିଆଖଳା ପଞ୍ଚାୟତର ଅମ୍ପରା ଗ୍ରାମରେ ବୋଲି ଜଣାପଡିଛି। ଦୁଇ ଛାତ୍ର ମଧ୍ୟରେ ଜଣେ ନବୋଦୟ ପାଠ ପଢୁଆ ଛାତ୍ର। ଥେରୁବାଲି ନବୋଦୟ ବିଦ୍ୟାଳୟରେ ଯୁକ୍ତ ୨ ପାଠ ପଢା ସରିବା ପରେ ଆଉ ଶିକ୍ଷା ଅର୍ଜନ କରିବାପାଇଁ ଅର୍ଥ ନଥିବାରୁ ଉଚ୍ଚ ଶିକ୍ଷା ଗ୍ରହଣ କରିପାରିଲେ ନାହିଁ। ଛାତ୍ର ଜଣକ ହେଲେ ଅମ୍ପରା ଗ୍ରାମର ଭାସ୍କର ଶବର। ତାଙ୍କ ବାପା ପତୀନ ଶବର ମା ଦୁର୍ଗା ଶବର ଉଭୟ ଭାଗଚାଷ କରି ଜିବନଜୀବିକା ନିର୍ବାହ କରୁଛନ୍ତି। ଭାସ୍କର ଶବର ୨୦୧୬ ମସିହାରେ ନବୋଦୟ ପାଇଥିଲେ। ବିଷମକଟକରେ ଜବାହାର ନବୋଦୟ ବିଦ୍ୟାଳୟରେ ଶିକ୍ଷା ଅର୍ଜନ କରୁଥିଲେ।

୨୦୨୦- ୨୧ ଦଶମ ପରୀକ୍ଷା ଥେରୁବାଲି ନବୋଦୟରେ ପରୀକ୍ଷା ଦେଇଥିଲେ। ଦଶମରେ ୭୫ ପ୍ରତିଶତ ମାର୍କ ରଖି ଉତୀଣ୍ଣ ହୋଇଥିଲେ।  ୨୦୨୩ ମସିହାରେ  ଯୁକ୍ତ ୨ ବିଜ୍ଞାନ ବିଭାଗରେ ପାଠପଢି ୬୫  ପ୍ରତିଶତ ମାର୍କ ରଖି ଉତୀଣ୍ଣ ହୋଇଥିଲେ।  ଜେଇମେନ୍ ପରୀକ୍ଷା ଦେଇଥିଲେ ଏଥିରେ ଉତୀଣ୍ଣ ନହୋଇପାରିଥିଲେ। ଏହା ପରଠୁ ଆଉ ଚେଷ୍ଟା କରିନଥିଲେ। ଅର୍ଥ ବାଧକ ସାଜିବାରୁ ପାଠପଢା ଛାଡି ଏବେ  ଗୁଣୁପୁର ରାଜରାସ୍ତାରେ ତରଭୁଜ ବିକ୍ରୟ କରୁଥିବା ଦେଖିବାକୁ ମିଳିଛି। ତାଙ୍କର ଦୁଇ ଭାଇ ରହିଛନ୍ତି ସେମାନେ ମଧ୍ୟ ପାଠ ପଢୁଛନ୍ତି। ଗୋଟେ ଛୋଟ ଭାଇ ଯୁକ୍ତ ତିନି କଳା ବିଭାଗ ପ୍ରଥମବର୍ଷର ଛାତ୍ର ଥିବାବେଳେ ବଡଭାଇ ଯୁକ୍ତ ତିନି ବିଜ୍ଞାନ ବିଭାଗ ଛାତ୍ର । ସେ ପାଠସାରି ଏବେ ଦିନମଜୁରିଆ କାମ କରୁଥିବା କହିଛନ୍ତି ତାଙ୍କ ଭାଇ ।  ଆଗକୁ ଯଦି ପ୍ରୋତ୍ସାହନ ମିଳେ ତେବେ ଭଲ ଶିକ୍ଷା ଅର୍ଜନ କରିପାରିବେ । ଭବିଷ୍ୟତରେ ଇଞ୍ଜିନିୟର ହେବା ପାଇଁ ସେ ସ୍ବପ୍ନ ଦେଖୁଛନ୍ତି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories