www.samajalive.in
Sunday, December 7, 2025
14.1 C
Bhubaneswar

ଲୁଣାନଦୀରେ ଛାତ୍ରଙ୍କ ସଲିଳ ସମାଧି

ନିଶ୍ଚିନ୍ତକୋଇଲି: କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ଅସୁରେଶ୍ଵର ପଞ୍ଚାୟତର ଅଣସରପୁର ଗ୍ରାମର ଅଜୟ ସାହୁ ପ୍ରତିଦିନ ଭଳି ମଙ୍ଗଳବାର ସକାଳୁ ପୁଅ ଓ ପୁତୁରାକୁ ନେଇ ଅସୁରେଶ୍ଵର ଲୁଣାନଦୀର ପୁବଂଶ ଡାକବଙ୍ଗଳା ଘାଟକୁ ଗାଧୋଇବା ପାଇଁ ଯାଇଥିଲେ। ଗାଧୋଇବା ସମୟରେ ଗଭୀର ପାଣିରେ ଅଜୟଙ୍କ ପୁତୁରା ସୌମ୍ୟରଞ୍ଜନଙ୍କ ପାଦ ଅଚାନକ ଖସି ଯାଇଥିଲା । ଏହା ଦେଖି ବଡ଼ବାପା ଅଜୟ ପୁତୁରାକୁ ଉଦ୍ଧାର କରିବା ପାଇଁ ଗଭୀର ପାଣିକୁ ଡେଇଁ ପଡ଼ିଥିଲେ। ସବୁଠାରୁ ବିଡ଼ମ୍ବନାର ବିଷୟ ଅଜୟ ଡେଇଁବା ଦେଖି ପାଖରେ ଗାଧୋଉଥିବା ଦୁଇପୁଅ ମଧ୍ୟ ବାପାଙ୍କ ସହିତ ସେ ଗଭୀର ପାଣିକୁ ଡେଇଁ ପଡ଼ିଥିଲେ। ଅଜୟ ବହୁତ କଷ୍ଟକରି ଦୁଇ ପୁଅକୁ ଉଦ୍ଧାର କରିଥିଲେ। ହେଲେ ପୁତୁରା ସୌମ୍ୟରଞ୍ଜନ ନଦୀରେ ବୁଡି ଯାଇଥିଲେ ଓ ତାଙ୍କର ପତ୍ତା ମିଳିନଥିଲା। ଖବର ପାଇ ନିଶ୍ଚିନ୍ତକୋଇଲି ଅଗ୍ନିଶମ ବିଭାଗ କର୍ମଚାରୀମାନେ ଯାଇ ସୌମ୍ୟରଞ୍ଜନଙ୍କୁ ନଦୀରୁ ଉଦ୍ଧାର କରି ନିଶ୍ଚିତକୋଇଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ସେଠାରେ ଡକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସୌମ୍ୟରଞ୍ଜନ ସପ୍ତମ ଶ୍ରେଣୀରେ ପାଠ ପଢୁଥିଲେ। ପରିବାର ଲୋକଙ୍କ ଅଭିଯୋଗ ପରେ ନିଶ୍ଚିତକୋଇଲି ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହକୁ ବ୍ୟବଚ୍ଛେଦ ପାଇଁ କଟକ ବଡ଼ମେଡିକାଲକୁ ପଠାଇଛି। ଲୁଣାନଦୀରେ ଗଭୀର ଭାବରେ ବିଲି ତାଡି ବିକ୍ରି କରୁଥିବାରୁ ସେଠାରେ ବଡ଼ବଡ଼ ଗଣ୍ଡ ହୋଇଯାଇଥିବା କାରଣରୁ ମୃତ୍ୟୁ ହୋଇଛି ବୋଲି ମୃତକଙ୍କ ବାପା ମନୋଜ କୁମାର ସାହୁ ଅଭିଯୋଗ କରିଛନ୍ତି।

Hot this week

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

‘ବାବୁଜୀ ଥିଲେ ଉତ୍କଳମଣିଙ୍କ ଐତିହ୍ୟର ଅନିର୍ବାଣ ଶିଖା’

କଟକ:‘ସମାଜ’ ହେଉଛି ଖବରକାଗଜର ପ୍ରତିନାମ। ‘ସମାଜ’ର ଏପରି ସୁନାମ ପଛରେ ପଣ୍ଡିତ...

Related Articles

Popular Categories