www.samajalive.in
Sunday, December 14, 2025
17.1 C
Bhubaneswar

ଦଶମ ଶ୍ରେଣୀ ଛାତ୍ରକୁ ଛୁରି ଭୁଷି ହତ୍ୟା କଲା ଅଷ୍ଟମ ଶ୍ରେଣୀ ଛାତ୍ର; ୨୨ଯାଏଁ ସ୍କୁଲ ବନ୍ଦ

ଅହମ୍ମଦାବାଦ- ଦଶମ ଶ୍ରେଣୀ ଛାତ୍ରକୁ ଅଷ୍ଟମ ଶ୍ରେଣୀ ଛାତ୍ର ଛୁରୀ ଭୁଷି ହତ୍ୟା କରିଛି । ଅହମ୍ମଦାବାଦର ଖୋକ୍ରାରେ ଥିବା ଏକ ବେସରକାରୀ ବିଦ୍ୟାଳୟରେ ଏହି ଘଟଣା ଘଟିଛି । ସାମାନ୍ୟ ଯୁକ୍ତିତର୍କକୁ ନେଇ ଅଷ୍ଟମ ଶ୍ରେଣୀ ଛାତ୍ର ଏପରି କରିଥିବା ସୂଚନା ମିଳିଛି । ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଅଭିଭାବକମାନେ ବାରମ୍ବାର କିଛି ଛାତ୍ର ଖରାପ ଶଦ୍ଦ ବ୍ୟବହାର କରୁଥିବା ଏବଂ ଅନୁଶାସନହୀନତା ଦେଖାଉଥିବା ଅଭିଯୋଗ କରିଥିଲେ ମଧ୍ୟ କିଛି କାର୍ଯ୍ୟାନୁଷ୍ଠାନ ହୋଇନଥିଲା। ମାତ୍ର ବିଦ୍ୟାଳୟ କର୍ତ୍ତୃପକ୍ଷ ଖାଲି ସେମାନଙ୍କଠାରୁ ଲେଖାରେ କ୍ଷମା ପ୍ରାର୍ଥନା ନେଇ କିଛି କରୁନଥିବା ସୂଚନା ମିଳିଛି । ଏହାପରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ପୁଲିସ ଏବଂ ଅଭିଭାବକମାନଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା ।

ଛୁରୀମାଡ ବେଳେ ଗୁରତର ଅବସ୍ଥାରେ ଦଶମ ଶ୍ରେଣୀ ଛାତ୍ର ବିଦ୍ୟାଳୟର ପରିସରକୁ ଆସିବା ପରେ ସେଠାରେ ଥିବା ସୁରକ୍ଷାକର୍ମୀ ତାଙ୍କୁ ଉଦ୍ଧାରକରି ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ । ଏହପରେ ମଣିନଗରରେ ଥିବା ଏକ ଡାକ୍ତରଖାନାରେ ଗୁରୁତର ଛାତ୍ରକୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ଘଟିଛି ।

- Advertisement -

ଏହି ଘଟଣାପରେ ବିଦ୍ୟାଳୟ ନିକଟରେ ଅଭିଭାବକମାନେ ବିରୋଧ ପ୍ରଦର୍ଶନ କରିଥିଲେ। ବିଦ୍ୟାଳୟକୁ ଜଣେ ଛାତ୍ର ମାରଣାସ୍ତ୍ର ଆଣିଥିବା ବେଳେ, କିପରି ଏବିଷୟରେ କେହି ଜାଣି ପାରିନଥିଲେ ବୋଲି ପ୍ରଶ୍ନ କରିଥିଲେ । ପୁଲିସ ସହ ଅଭିଭାବକଙ୍କ ଧସ୍ତାଧସ୍ତି ହୋଇଥିଲା । ସେହି ବିଦ୍ୟାଳୟକୁ ଅଗଷ୍ଟ ୨୨ ତାରିଖ ପର୍ଯ୍ୟନ୍ତ ବନ୍ଦ କରାଯାଇଛି ।

ମୃତ ଛାତ୍ରଙ୍କ ମାଆ ପୁଲିସରେ ଅଭିଯୋଗ କରିବା ପରେ ପୁଲିସ ଅଭିଯୁକ୍ତକୁ ଗିରଫ କରିଛି । ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଅଭିଭାବକମାନେ ଏହି ଘଟଣାପାଇଁ ସମ୍ପୂର୍ଣ୍ଣ ଦାୟୀ କରିଛନ୍ତି। ପୂର୍ବରୁ ବିଦ୍ୟାଳୟ କର୍ତ୍ତୃପକ୍ଷ ଶକ୍ତ କାର୍ଯ୍ୟାନୁଷ୍ଠାନ ନେଇଥିଲେ ଏକ ନୀରିହ ବାଳକ ଜୀବନ ବଞ୍ଚିଯାଇ ଥାଆନ୍ତା ବୋଲି ସେମାନେ ପ୍ରକାଶ କରିଛନ୍ତି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories