www.samajalive.in
Saturday, December 13, 2025
23.1 C
Bhubaneswar

ରୋଲାଣ୍ଡ ଫାର୍ମାସିଷ୍ଟ କଲେଜରେ ଛାତ୍ରୀ ଆତ୍ମହତ୍ୟା ମାମଲାରେ ଯୁବକ ଗିରଫ

ଗୋପାଳପୁର : ଗୋପାଳପୁର ଥାନା ପୁଲିସ ରୋଲାଣ୍ଡ ଫାର୍ମାସିଷ୍ଟ କଲେଜର ଡି ଫାର୍ମା ପଢୁଥିବା ଛାତ୍ରୀ ଆତ୍ମହତ୍ୟା ମାମଲାରେ ମାନସିକ ଯନ୍ତ୍ରଣା ଦେବା ସହ ଆତ୍ମହତ୍ୟା କରିବାକୁ ବାଧ୍ୟ କରୁଥିବା ସହପାଠୀ  ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତ ଜଣକ ହେଲେ ପୁରୀ ଅଞ୍ଚଳର ବାଲି ପାଟପୁର ଗ୍ରାମର ରାଜା ମିଶ୍ର(୧୯) ବୋଲି ପୁଲିସ କହିଛି । ଗତ ସେପ୍ଟେମ୍ବର ୨୬ ତାରିଖ ରାତିରେ ରୋଲାଣ୍ଡ ଫାର୍ମାସିଷ୍ଟ କଲେଜର ଡ଼ି. ଫାର୍ମାର ଦ୍ୱିତୀୟ ବର୍ଷ ଛାତ୍ରୀ ରିତୁପର୍ଣ୍ଣା ଦାଶ (୧୯) ହଷ୍ଟେଲରେ ଆତ୍ମହତ୍ୟା କରିଥିଲେ। ମୃତ ଛାତ୍ରୀ ଜଣଙ୍କ  ପୁରୀ ଜିଲା କୃଷ୍ଣପ୍ରସାଦ ଥାନା ଅନ୍ତର୍ଗତ ଶିଆଳ ଗ୍ରାମର ଅଟନ୍ତି । ଘଟଣାକୁ ନେଇ ମୃତ ଛାତ୍ରୀଙ୍କ ବାପା ଅକ୍ଟୋବର ୧ ତାରିଖରେ ତାଙ୍କ ଝିଅକୁ ଅଭିଯୁକ୍ତ ରାଜା ସମେତ ସିପିଆ ଗ୍ରାମର ଜଣେ ଝିଅ ମିଶି ମାନସିକ ନିର୍ଯ୍ୟାତନା ଦେଇ ଆତ୍ମହତ୍ୟା କରିଥିବାକୁ ବାଧ୍ୟ୍ୟ କରିଥିବା ନେଇ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପ୍ରକାରେ ପୁଲିସ ୨୬୧/୨୪  ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ତଦନ୍ତରେ ବାପା ଓ ସାଙ୍ଗ ସାଥୀର ବୟାନକୁ ଆଧାର କରି ଏଥିରେ ସମ୍ପୃକ୍ତ ଥିବା ଯୁବକକୁ ଖୋଜାଖୋଜି କରୁଥୁବା ବେଳେ ଘଟଣା ପରଠାରୁ ଯୁବକ ଜଣକ ଫେରାର ରହିଥିଲା। ଗତକାଲି ଅଭିଯୁକ୍ତ ରାଜା ରୋଲାଣ୍ଡ  କଲେଜରେ ବାୟୋଟେକ ଦ୍ୱିତୀୟ ବର୍ଷ ଛାତ୍ର ହୋଇଥିବାରୁ ସୋମବାର ପରୀକ୍ଷା ଦେଉଥିବା ପୁଲିସ ଖବର ପାଇଁ ଗେଟ ସମ୍ମୁଖରେ ଅପେକ୍ଷା କରିଥିଲା । ଅଭିଯୁକ୍ତ ରାଜାର ପରୀକ୍ଷା ସରିବା ପରେ ପୁଲିସ ରାଜାକୁ କାବୁ କରି ଥାନାକୁ ଆଣି ପଚାରା ଉଚରା କରିଥିଲା । ସତ୍ୟାସତ୍ୟ ଜାଣିବା ପରେ ବାପାର ଅଭିଯୋଗ ଓ ସାକ୍ଷୀର ବୟାନକୁ ଆଧାର କରି ଅଭିଯୁକ୍ତ ରାଜାକୁ ଆଜି କୋର୍ଟ ଚାଲାଣ କରିଛି ।

Hot this week

ସୂର୍ଯ୍ୟ ମନ୍ଦିରରୁ ବାଲିକଢ଼ା

ଐତିହ୍ୟ ଓ ପର୍ଯ୍ୟଟନସ୍ଥଳୀ କୋଣାର୍କର ସୂର୍ଯ୍ୟ ମନ୍ଦିର କଳା, ସଂସ୍କୃତି ଓ...

ଚୀନ୍‌ ଉପରେ ଲଗାମ ଲାଗିବ: ଗ୍ରେଟ୍‌ ନିକୋବର ଦ୍ୱୀପରେ ଦ୍ୱିତୀୟ ବିମାନବନ୍ଦର ନିର୍ମାଣ ଆରମ୍ଭ

ନୂଆଦିଲ୍ଲୀ: ଚୀନ୍‌ର ବଢ଼ୁଥିବା ମହତ୍ତ୍ୱାକାଂକ୍ଷାର ଜବାବରେ, ଭାରତ ମଲାକ୍କା ପ୍ରଣାଳୀରେ ଏକ...

ଭୟାବହ ଅଗ୍ନିକାଣ୍ଡ : ଜଳିଗଲା ୬ ଦାମୀ ଗାଡ଼ି ସହ ୪ ଦୋକାନ ଏବଂ ଗୋଟିଏ ଘର

ବାଲିପାଟଣା/ ବାଲିଅନ୍ତା: ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ବଜାରରେ ଭୟାଵହ ଅଗ୍ନିକାଣ୍ଡ ଘଟିଛି।...

ଚିନ୍ତାକଳ୍ପ : ସେବକ ନୁହେଁ, ସଖା

ପଞ୍ଜାବର ନାମୀ ସମାଜ ସଂସ୍କାରକ ଭାବରେ ଖ୍ୟାତି ଥିଲା ରାୟ ବାହାଦୁର...

ସମ୍ପାଦକୀୟ : ନାଇଡୁଙ୍କ ପରଖ

ବେଗ ଅପେକ୍ଷା ଗୁଣବତ୍ତା ଅଧିକ ଜରୁରୀ ସାଧାରଣତଃ ସରକାର କିପରି ଚାଲିଛି, ମନ୍ତ୍ରୀମାନେ...

Related Articles

Popular Categories