BJD Bijuli 480×75 Mob

ଛାତ୍ର ମୃତ୍ୟୁ ପରେ ରେଭେନ୍ସା କର୍ତ୍ତୃପକ୍ଷଙ୍କ ନୂଆ ପଦକ୍ଷେପ

BJD Bijuli 480×75 Mob
0

କଟକ: ଛାତରୁ ପଡି ଜଣେ ଦିବ୍ୟାଙ୍ଗ ଛାତ୍ରଙ୍କ ମୃତ୍ୟୁ ପରେ ଏବେ ରେଭେନ୍ସା ବିଶ୍ୱବିଦ୍ୟାଳୟର କର୍ତ୍ତୃପକ୍ଷଙ୍କ ଚେତା ପଶିଛି । ଏଣିକି ଦିବ୍ୟାଙ୍ଗ ଛାତ୍ରୀଛାତ୍ରୀମାନେ ତଳେ ମହଲାରେ ରହିବେ ଏବଂ ଛାତ ଉପରକୁ ଯିବା ରାସ୍ତା ବନ୍ଦ ରହିବ ବୋଲି କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି । ବିଶ୍ୱବିଦ୍ୟାଳୟର କୁଳପତି ଇଶାନ କୁମାର ପାତ୍ରଙ୍କ ସୂଚନା ଅନୁଯାୟୀ, ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପାଇଁ ଲିଫ୍ଟର ବ୍ୟବସ୍ଥା କରାଯିବା ସହ ପ୍ରତି ହଷ୍ଟେଲରେ ସିସିଟିଭି ଲଗିବ । ଛାତ୍ରଛାତ୍ରୀମାନେ ବାହାରକୁ ଯିବା ସମୟରେ ରେଜିଷ୍ଟରରେ ଦସ୍ତଖତ କରିବେ । ଏହା ଛଡା ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର କମିଟି ଗଠନ କରାଯିବ ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ, ଗତ ଗୁରୁବାର ଦିନ ରେଭେନ୍ସା ବିଶ୍ୱବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗର ପିଏଚଡି ଛାତ୍ର କୁଶଧର ବାଗ୍ ନ୍ୟୁ ପିଜି ହଷ୍ଟେଲର ଛାତରୁ ପଡି ପ୍ରାଣ ହରାଇଥିଲେ ।

Leave A Reply