www.samajalive.in
Saturday, December 6, 2025
16.1 C
Bhubaneswar

ସ୍କୁଲ ଯିବା ବେଳେ ଚଳନ୍ତା ଟ୍ରେନରୁ ପଡି ଛାତ୍ରୀ ଗୁରୁତର

ଲକ୍ଷ୍ମୀପୁର: ଅଦର୍ଶ ବିଦ୍ୟାଳୟରେ ଅବ୍ୟବସ୍ଥା ସହିତ ହଷ୍ଟେଲ ନଥିବା କାରଣରୁ ସ୍କୁଲ ଯିବା ବେଳେ ଜଣେ ଷଷ୍ଠ ଶ୍ରେଣୀ ଛାତ୍ରୀ ଦ୍ରୁତଗାମୀ ଚଳନ୍ତା ଟ୍ରେନରୁ ପଡ଼ି ଗୁରତର ଆହତ ହୋଇଥିବା  ଜଣାଯାଇଛି। ଆଦର୍ଶ ବିଦ୍ୟାଳୟଟି ବ୍ଲକ ସଦର ମହକୁମ୍ମା ଠାରୁ ପ୍ରାୟ ୨୨ କିକି ଦୂରରେ ପ୍ରତିଷ୍ଠା କରାଯାଇଛି। ଯାହାକି ବ୍ଲକର ଗୋଟିଏ କୋଣରେ କହିଲେ ଚଳେ। ଫଳରେ ବ୍ଲକରରେ ୧୩ଟି ପଚାଂୟତ ଥିବା ବେଳେ  ଲକ୍ଷ୍ମୀପୁର ସମେତ ପିପଳପଦର, କୁଟିଙ୍ଗା, ବୁର୍ଜା, ଓଡ଼ିଆପେଣ୍ଡ,ତୋୟାପୁଟ, ଚମ୍ପି, କୁସୁମଗୁଡ଼ା ପଚାଂୟତର ଛାତ୍ରଛତ୍ରୀମାନେ ସ୍କୁଲ ଖୋଲିବାର ପ୍ରାୟ ଦୁଇ ଘଣ୍ଟା ପୂର୍ବରୁ ବାହରି ଥାଆନ୍ତି ।

ଏପରିକି ୫୦ ରୁ ୭୦ କିମି ପର୍ଯ୍ୟନ୍ତ ପିଲାମାନେ କିଏ ଟ୍ରେନ ତ କିଏ ବସ, ଅନେକ ପିଲା ଗାଡ଼ି ଭଡ଼ା କରି ଯିବା ଆସିବା କରିଥାଆନ୍ତି। ଲକ୍ଷ୍ମୀପୁର ସଦର ବ୍ଲକର ପାଂୟତର ନିଷାର ଗ୍ରାମର ଜଣେ ଷଷ୍ଠ ଶ୍ରେଣୀ ଛାତ୍ରୀ ରାଧିକା ହିକକା ପ୍ରତିଦିନ ଲକ୍ଷ୍ମୀପୁର ଷ୍ଟେସନରୁ ହିରାଖଣ୍ଡ ଏକ୍ସବେପ୍ରସରେ ଯାଇଥାନ୍ତି। ହିରାଖଣ୍ଡ କିଛି ଦିନ ହେଲା ବିଳମ୍ବରେ ଆସୁଥିବା କାରଣରୁ ଛାତ୍ରୀ ଜଣଙ୍କ ଶୁକ୍ରବାର ରାଉରକେଲା କୋରାପୁଟ ଇଟଂର ସିଟି ଦ୍ରୁତଗୀମୀରେ ଚଢ଼ି ଯାଇଥିଲେ । ସେମାନଙ୍କୁ ଜଣା ନଥିଲେ କାକିରଗୁମା ଷ୍ଟେସନରେ ଉକ୍ତ ଟ୍ରେନଟିର ରହଣି ନାହିଁ ବୋଲି; ଫଳରେ ଟ୍ରେନଟି ନରହିବା କାରଣରୁ ଛାତ୍ରୀ ଜଣଙ୍କ ଚଳନ୍ତା ଟ୍ରେନରୁ ଡେଇଁ ପଡି଼ଥିଲେ। ଖବର ପାଇ ଆଦର୍ଶ ବିଦ୍ୟାୟଳର ଶିକ୍ଷକ ମାନେ ଗୁରୁତର ଅବସ୍ଥାରେ ତାକୁ ଉଦ୍ଧାର କରି କାକିରିଗୁମା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ କାରାଇ ଘରେ ଆଣି ଛାଡ଼ିଥିଲେ।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories