ବିଦ୍ୟୁତ ସମସ୍ୟା ସମାଧାନ ଦାବିରେ ବିଜେପିର ବିକ୍ଷୋଭ

ବ୍ରହ୍ମପୁର : ବ୍ରହ୍ମପୁର ସମେତ ଆଖପାଖ ଅଞ୍ଚଳରେ ଲାଗି ରହିଥିବା ଅଘୋଷିତ ବିଦ୍ୟୁତ କାଟ ସମସ୍ୟା ସହ ବିଭିନ୍ନ ଦାବି ନେଇ ଗଞ୍ଜାମ ଜିଲା ବିଜେପି ପକ୍ଷରୁ ମଙ୍ଗଳବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବିଜେପି କର୍ମୀମାନେ ସାଉଥକୋ ମୁଖ୍ୟ କାର୍ଯ୍ୟାଳୟ ଫାଟକ ଭାଙ୍ଗି ଭିତରେ ଧସେଇ ପଶିଥିଲେ। ଜିଲା ସଭାପତି କାହ୍ନୁଚରଣ ପତିଙ୍କ ନେତୃତ୍ୱରେ କର୍ମୀମାନେ ଲୋ-ଭୋଲ୍ଟେଜ ସମସ୍ୟା ସମାଧାନ, ତୁରନ୍ତ ଭୂତଳ ବିଦ୍ୟୁତ ବ୍ୟବସ୍ଥା କାର୍ଯ୍ୟକାରୀ, ଖୋଲାଥିବା ଟ୍ରାନ୍ସଫର୍ମର୍ ଚାରିପାଖେ ବ୍ୟାରିକେଡ଼ ନିର୍ମାଣ ଆଦି ଦାବି ନେଇ ଧାରଣା ଦେଇଛନ୍ତି।

Comments are closed.