www.samajalive.in
Monday, December 15, 2025
17.1 C
Bhubaneswar

ହଟିଲା ଧାରଣା

ବରଗଡ଼ : ଭେଡ଼େନ ଥାନାରେ ଗତକାଲି ଠାରୁ ଜିତୁ ନାଏକ ହତ୍ୟାକାରୀଙ୍କୁ ଗିରଫ କରିବା ଦାବିରେ ଧାରଣାରେ ବସିଥିବା ବୁର୍ଦା ଗ୍ରାମବାସୀ ଶେଷରେ ଧାରଣାରୁ ଓହରିଛନ୍ତି। ବୁଧବାର ରାତିରେ ବରଗଡ଼ ଏସ୍‌ପି ପଦ୍ମିନୀ ସାହୁ ଭେଡ଼େନ ଥାନାରେ ପହଞ୍ଚି ଧାରଣା ଦେଇଥିବା ପୀଡ଼ିତ ପରିବାର ସହିତ ଆଲୋଚନା କରିଥିଲେ। ଏସ୍‌ପି ଆନ୍ଦୋଳନକାରୀଙ୍କୁ ପୁଲିସକୁ ସହଯୋଗ କରିବା ପାଇଁ ଅନୁରୋଧ କରିଥିଲେ। ଜିତୁ ହତ୍ୟାକାଣ୍ଡରେ ଯେଉଁମାନେ ଅଭିଯୁକ୍ତ ବୋଲି ସନ୍ଦେହ କରୁଛନ୍ତି ସେମାନଙ୍କ ନାମ ପୁଲିସକୁ ଦିଅନ୍ତୁ ବୋଲି ଏସ୍‌ପି ଆନ୍ଦୋଳନକାରୀଙ୍କୁ କହିଥିଲେ। ପୁଲିସ ଉପଯୁକ୍ତ ତଦନ୍ତ କରି ଦୋଷୀ ବିରୁଦ୍ଧରେ ନିଶ୍ଚିତ ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଏସ୍‌ପି ଆଶ୍ଵସନା ଦେଇଥିଲେ । ଜିତୁ ହତ୍ୟାକାଣ୍ଡ ମାମଲାରେ ପୂର୍ବରୁ ଜଣେ ପୁଲିସ ଅଧିକାରୀ ତଦନ୍ତ ଦାୟିରେ ଥିବାବେଳେ ଏବେ ୫ଜଣ ପୁଲିସ ଅଧିକାରୀଙ୍କୁ ନେଇ ଏକ ତଦନ୍ତକାରୀ ଟିମ ଗଠନ କରାଯିବ ବୋଲି ଏସପି କହିଥିଲେ । ଏସପିଙ୍କ ପ୍ରତିଶ୍ରୁତି ପରେ ଗ୍ରାମବାସୀ ଧାରଣାରୁ ହଟିଥିଲେ । ଆଲୋଚନା ସମୟରେ ବକଟି ସରପଞ୍ଚ ଗୌର ଦନ୍ତା, ମାର୍କଣ୍ଢ ସେଠୀ, ଦିଲୀପ ରଥ, ଟାଉନ ଥାନା ଆଇଆଇସି ସଦାନନ୍ଦ ପୂଜାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories