www.samajalive.in
Sunday, December 7, 2025
23.1 C
Bhubaneswar

ଏନ୍‍ଏଲ୍‍ସି କୋଇଲା ଖଣି ସମ୍ମୁଖରେ ବିକ୍ଷୋଭ ଏବଂ ଆନ୍ଦୋଳନ ; ଖଣି କାର୍ଯ୍ୟ ବନ୍ଦ  

ରେଙ୍ଗାଲି : ସମ୍ବଲପୁର ଜିଲ୍ଲା ର ଖୀଣ୍ଡା ଗ୍ରାମ ପଞ୍ଚାୟତ ରେ ସ୍ଥାପିତ ଏନ୍‍ଏଲ୍‍ସି କମ୍ପାନୀର ତଲାବିରା(୨) ଏବଂ (୩) କୋଇଲା ଖଣି ଯୋଗୁ ବିସ୍ଥାପିତ/କ୍ଷତିଗ୍ରସ୍ତ ଏବଂ ପ୍ରଭାବିତ ଗ୍ରାମବାସୀ ଙ୍କ ଦାବି ପୂରଣ ହେଉ ନଥିବାରୁ ଏହାର ପ୍ରତିବାଦରେ ବୀର ସୁରେନ୍ଦ୍ର ସାଏ ଆଞ୍ଚଳିକ ସୁରକ୍ଷା ମଞ୍ଚ ପକ୍ଷରୁ ଜନସାଧାରଣଙ୍କ ସମର୍ଥନରେ ଆଜି କୋଇଲା ଖଣିର କାମ ବନ୍ଦ କରିଦେଇ ଖଣି ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇ ଦାବି ପୂରଣ ନ ହେବା ଯାଏଁ ଆନ୍ଦୋଳନ ଆରମ୍ଭ କରାଯାଇଛି। ୨୦୧୯ ଡିସେମ୍ବର ୫ ତାରିଖ ଦିନ ସମ୍ବଲପୁରର ତପସ୍ୱୀନି ହଲ୍‍ ରେ ଅନୁଷ୍ଠିତ ତ୍ରିପାକ୍ଷିକ ବୈଠକରେ ସ୍ଥନୀୟ ଲୋକଙ୍କୁ ସ୍ଥାୟୀ ନିଯୁକ୍ତି ଦେବାକୁ ଦିଅଯାଇଥିବା ପ୍ରତିଶ୍ରୁତି ପାଳନ ନକରି କମ୍ପାନି ବାହ୍ୟ ନିଯୁକ୍ତି ଦେଉଛି ବୋଲି ସୁରକ୍ଷା ମଞ୍ଚ ପକ୍ଷରୁ ଅଭିଯୋଗ କରାଯାଇ ସ୍ଥନୀୟ ଲୋକଙ୍କୁ ଏନ୍‍ଏଲ୍‍ସି କମ୍ପାନୀରେ ସ୍ଥାୟୀ ନିଯୁକ୍ତି ପାଇଁ ଦାବି କରାଯାଇଛି। ଗତ ୫୦ ବର୍ଷ ହେଲା ସରକାରୀ ଜମିରେ ବସବାସ କରୁଥିବା ପରିବାରକୁ ପିଡିଏଫ୍‍ ର ମାନ୍ୟତା ଦେବା, କୋଇଲା ଖନନରେ ହେଭି ବ୍ଳାଷ୍ଟିଂ ବନ୍ଦ କରାଯିବା, ଅଧୁଗୃହୀତ ଜମିର ସଠିକ୍‍ ମୂଲ୍ୟାୟନ କରାଯାଇ କ୍ଷତି ପୂରଣ ଦେବା, ରାସ୍ତା ନିର୍ମାଣ ପାଇଁ ଅଧିଗୃହୀତ ଜମି ସକାଶେ ୭୩ ଲକ୍ଷ ଟଙ୍କା ଦିଆଯାଉଥିବା ବେଳେ ସମାନ କିସମ ଅଧିଗୃହୀତ ଜମିର ମୁଖ୍ୟ ଅତି କମ୍‍ ଦିଆଯାଉଥିବାରୁ ଏଭଳି ପାତରଅନ୍ତର ନୀତି ବନ୍ଦ କରି ସମସ୍ତଙ୍କୁ ସମାନ ମୂଲ୍ୟ ପ୍ରଦାନ ପାଇଁ ଦାବି କରାଯାଇଛି। ଜଙ୍ଗଲ କାଟି ଖଣି ଖନନ ଆରମ୍ଭ ହୋଇ ସାରିଥିଲେ ମଧ୍ୟ ଏପର୍ଯନ୍ତ ପିଡିଏଫ୍‍ ତାଳିକା ପ୍ରକାଶ କରାଯାଇ ନଥିବାରୁ ସୁରକ୍ଷା ମଞ୍ଚ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି ଶୀଘ୍ର ପିଡିଏଫ୍‍ ତାଲିକା ପ୍ରକାଶ କରିବାକୁ ଦାବି କରିଛି। ଏସବୁ ଦାବି ପୂରଣ ନ ହେବା ଯାଏଁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଜିଲ୍ଲା ପ୍ରଶାସନ ଏବଂ ଖଣି କର୍ତ୍ତୃପକ୍ଷଙ୍କୁ ଦାବି ପତପ୍ରଦାନ କରାଯାଇ ଆଜି ଦିନ ୯ଟାରୁ ଖଣି କାର୍ଯ୍ୟବନ୍ଦ କରିଦେଇ ଆନ୍ଦୋଳନ ଆରମ୍ଭ କରାଯାଇଛି।

Hot this week

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

Related Articles

Popular Categories