www.samajalive.in
Sunday, December 7, 2025
15.1 C
Bhubaneswar

ଏନ୍‍ଏଲ୍‍ସି କମ୍ପାନୀ ଦେଇଥିବା ପ୍ରତିଶ୍ରୁତି ପାଳନ ନହେଲେ ୭ରୁ ଅର୍ଥନୈତିକ ଅବେରୋଧ ; ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ରେଙ୍ଗାଲି : ଜିଲ୍ଲା ଖିଣ୍ଡା ପଞ୍ଚାୟତ ରେ ପ୍ରତିଷ୍ଠିତ ଏନ୍‍ଏଲ୍‍ସି କମ୍ପାନୀ ର ଲୋଇଲା ଖଣି ଯୋଗୁଁ ବିସ୍ଥାପିତ ଏବଂ କ୍ଷତିଗ୍ରସ୍ତ ହୋଇଥିବା ପରିବାର ଙ୍କ ନ୍ୟାଯ୍ୟ ଦାବୀ ପୂରଣ ପାଇଁ କମ୍ପାନୀ ବାରମ୍ବାର ପ୍ରତିଶ୍ରୁତି ଦେଇ ପାଳନ କରୁନାହିଁ ଫଳ ରେ ଜନସାଧାରଣ ରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି। ବିଗତ ଦିନ ରେ ବିସ୍ଥାପିତ/କ୍ଷତିଗ୍ରସ୍ତ/ପ୍ରଭାବିତ ଲୋକେ ନ୍ୟାଯ୍ୟ ଦାବୀ ପୂରଣ ପାଇଁ ଏକାଧିକ ଥର ଆନ୍ଦୋଳନ କରିଛନ୍ତି। ପ୍ରତିଥର କମ୍ପାନୀ କର୍ତ୍ତୃପକ୍ଷ ପ୍ରଶାସନିକ ଅଧିକାରୀ ଙ୍କ ସହ ଆନ୍ଦୋଳନ ସ୍ଥଳକୁ ପହଞ୍ଚି ଦାବୀ ପୂôଣ କରାଯିବ ବୋଲି ଲିଖିତ ପ୍ରତିଶ୍ରୁତି ଦେଇ ଆନ୍ଦୋଳନ ପ୍ରତ୍ୟାହାର ପରେ ପ୍ରତିଶ୍ରୁତି ପାଳନ କରୁନାହିଁ। ଏହି ପରିପ୍ରେକ୍ଷୀ ରେ ଆଜି ଅସନ୍ତୁଷ୍ଟ ଖଣି କ୍ଷତିଗ୍ରସ୍ତଏବଂ ପ୍ରଭାବିତ ଲୋକେ ରେଙ୍ଗାଲି ତହସିଲଦାର ଙ୍କ ଭେଟି ୨୦୧୯ ଡିସେମ୍ବର ୫ତାରିଖ ଦିନ କମ୍ପାନୀ ଦେଇଥିବା ବିଭିନ୍ନ ପ୍ରତିଶ୍ରୁତି ପୂରଣ କରିବାକୁ ଜିଲ୍ଲାପାଳ ଙ୍କ ଉଦ୍ଦେଶ୍ୟ ରେ ଦାବୀପତ୍ର ପ୍ରଦାନ କରିଥିଲେ। ଆସନ୍ତା ୬ତାରିଖ ସୁଦ୍ଧା ଦାବୀ ପୂରଣ କରା ନଗଲେ ୭ ତାରିଖ ଠାରୁ କୋଭିଡ-୧୯ ନିୟମ ପାଳନ କରାଯାଇ ଆନ୍ଦୋଳନ କରି ଅର୍ଥନୈତିକ ଅବରୋଧ କରାଯିବ ବୋଲି ଚେତାବନୀ ଦିଆଯାଇଛି। ବିଜେଡି ବ୍ଳକ୍‍ ସଭାପତି ଅଶୋକ କୁମାର ଗୁରୁ ,ଯୁବନେତା କିରଣ ବେହେରା ଏବଂ ବାବୁଲୁ ରାଉତ ଙ୍କ ନେତୃତ୍ୱ୍ୱ ରେ ବିସ୍ଥାପିତ/କ୍ଷତିଗ୍ରସ୍ତ ଏବଂ ପ୍ରଭାବିତ ଜନସାଧାରଣ ତହସିଲଦାର ଙ୍କୁ ସାକ୍ଷାତ କରି ଜିଲ୍ଲାପଳ ଙ୍କ ଉଦ୍ଦେଶ୍ୟ ରେ ଦାବୀପତ୍ର ପ୍ରଦାନ କରିଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories