www.samajalive.in
Saturday, December 6, 2025
17.1 C
Bhubaneswar

ଆଜି ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ; ସାମିଲ ହେଲାନି ଏସବିଆଇ

ଭୁବନେଶ୍ୱର: ମଙ୍ଗଳବାର ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ କରାଯାଉଛି। ରାଷ୍ଟ୍ରାୟତ୍ତ ବ୍ୟାଙ୍କଗଡୁକର ମିଶ୍ରଣକୁ ବିରୋଧ କରି ବ୍ୟାଙ୍କ କର୍ମଚାରୀମାନେ ଏହି ଧର୍ମଘଟର ଆହ୍ବାନ ଦିଆଯାଇଛି। ସର୍ବଭାରତୀୟ ବ୍ୟାଙ୍କ କର୍ମଚାରୀ ସଂଘ(ଏଆଇବିଇଏ) ଏବଂ ଭାରତୀୟ ବ୍ୟାଙ୍କ କର୍ମଚାରୀ ସଂଘ(ବେଫି) ପକ୍ଷରୁ ମିଳିତ ଭାବେ ଏହି ଧର୍ମଘଟ ଡାକରା ଦିଆଯାଇଛି। ଶ୍ରମ ମନ୍ତ୍ରାଳୟ ଏବଂ ମଖ୍ୟ ଶ୍ରମ ଆୟକ୍ତ (କେନ୍ଦ୍ରୀୟ)ଙ୍କ ପକ୍ଷରୁ ଧର୍ମଘଟ ଏଡାଇବା ପାଇଁ ବ୍ୟାଙ୍କ କର୍ମଚାରୀ ସଂଘ ସହ ହୋଇଥିବା ଆଲୋଚନା ବିଫଳ ହେବା ପରେ ମଙ୍ଗଳବାର ଧର୍ମଘଟ ହେଉଥିବା ଜଣାଯାଇଛି। ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଏହି ଧର୍ମଘଟରେ ସାମିଲ ହୋଇନାହିଁ।

କେନ୍ଦ୍ର ସରକାରଙ୍କ ପକ୍ଷରୁ ଦେଶର ୧୦ ରାଷ୍ଟ୍ରାୟତ୍ତ ବ୍ୟାଙ୍କକୁ ମିଶାଇ ୪ଟି ବଡ ବ୍ୟାଙ୍କ ଗଠନ ପାଇଁ ହେଉଥିବା ଏହି ମିଶ୍ରଣ ପ୍ରଚେଷ୍ଟାକୁ ବ୍ୟାଙ୍କ କର୍ମଚାରୀ ତୀବ୍ର ବିରୋଧ କରୁଛନ୍ତି। ଏହା ହେଲେ ଦେଶରେ ଆଉ ୬ଟି ବଡ଼ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ବନ୍ଦ ହୋଇଯବି। ଏହି ଧର୍ମଘଟକୁ ସର୍ବଭାରତୀୟ ଶ୍ରମିକ ସଂଗଠନ କଂଗ୍ରେସ (ଏଆଇଟିୟସି) ସମର୍ଥନ ଜଣାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories